ରାଜ୍ୟରେ ଲଗାତର ୪ ଦିନ ହେଲା ପୁଣି ବଢୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୨ ହଜାର ୨୧୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ କ୍ୱାରେଣ୍ଟିନରୁ ୧ ହଜାର ୨୭୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୯୪୩ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି
କୋଭିଡ୍ ଟିକା ନେବା ପରେ ରାଜ୍ୟରେ କେତେଜଣ ସଂକ୍ରମିତ ହୋଇଛନ୍ତି? ପ୍ରଥମ ଡୋଜ୍ ନେବା ପରେ କେତେ ଓ ଦ୍ୱିତୀୟ ଡୋଜ୍ ପରେ କେତେ, ସେ ସଂପର୍କରେ ତର୍ଜମା କରୁଛି ସ୍ୱାସ୍ଥ୍ୟ ବିଭାଗ ଟିମ୍। ସେପଟେ ଟିକା ନେବାପରେ ଯେଉଁମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି ସେମାନେ ଗୁରୁତର ହେଉନାହାନ୍ତି କିନ୍ତୁ ଅନ୍ୟମାନଙ୍କୁ ସଂକ୍ରମିତ କରୁଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିବା ପରେ ଏବେ ବ୍ରେକ୍ ଥ୍ରୁ ଇନଫେକସନକୁ ନେଇ ଚିନ୍ତା ବଢ଼ିଛି
ତୃତୀୟ ଲହରୀ ଆଶଙ୍କା ଲାଗି ରହିଥିବା କହିଛନ୍ତି ନୀତି ଅୟୋଗ ସଦସ୍ୟ ଡକ୍ଟର ଭିକେ ପଲ୍ । ଦେଶରେ ସ୍ଥିତି ସାମାନ୍ୟ ସୁଧୁରିଥିବା ବେଳେ ଲୋକେ ପୁଣି ବେପରୁଆ ହୋଇଗଲେଣି ।
କରୋନାର ଦ୍ୱିତୀୟ ଲହରକୁ ନେଇ ସାରା ବିଶ୍ୱ ତ୍ରସ୍ତ ଥିବା ବେଳେ ପୁଣି ତୃତୀୟ ଲହର ଆସିଗଲାଣି । ଅଗଷ୍ଟ ଶେଷ ସୁଦ୍ଧା ଭାରତରେ କୋଭିଡର ତୃତୀୟ ଲହର ଦେଖାଯିବ।
ରାଜ୍ୟରେ କରୋନା ସଂକ୍ରମଣ ୨ ହଜାର ତଳକୁ ଖସୁନି। ସଂକ୍ରମଣ ହାର କମିଥିଲେ ହେଁ ରାଜ୍ୟରୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଉପରେ ରହୁଛି। ଆଜି ରାଜ୍ୟରୁ ନୂଆ ୨୧୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ପାର୍ଲର ଓ ଜିମ୍ ମାଲିକ କିନ୍ତୁ ଖୁସ୍। କିନ୍ତୁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ନହେବା ଯାଏଁ ବସ୍ ଗଡ଼ିବନି। ୧ ଲକ୍ଷ ଟଙ୍କା ସହାୟତା ରାଶି, ବୀମା ଅବଧି ବୃଦ୍ଧି, ଇଏମଆଇ ଘୁଞ୍ଚାଇବା ଆଦି ୭ ଦଫା ଦାବି ଉଠାଇ ବସ୍ ନଚଳାଇବାକୁ ନିଷ୍ପତ୍ତି ନେଇଛି ସଂଘ।
ଟିକା ନେବା ପରେ ବି କୋଭିଡ୍ରେ ଆକ୍ରାନ୍ତ ହେବା ବା ବ୍ରେକ୍ ଥ୍ରୁ ଇନଫେକ୍ସନର ପ୍ରମୁଖ କାରଣ କିଏ? ଡେଲ୍ଟା ଭ୍ୟାରିଏଣ୍ଟ ଆଇସିଏମଆର ଦ୍ୱାରା କରାଯାଇଥିବା ଷ୍ଟଡିରୁ ଅନେକ ତଥ୍ୟ ସାମ୍ନାକୁ ଆସିଛି। ନଜର ପକାନ୍ତୁ ICMR ଷ୍ଟଡିର ୧୦ଟି ପଏଣ୍ଟ ଉପରେ
ଅନ୍ୟ ଭାରିଆଣ୍ଟ ଅପେକ୍ଷା ଡେଲଟା ଯୋଗୁଁ ଅଧିକାଂଶ ଭାରତୀୟ ସଂକ୍ରମିତ । ICMR ପକ୍ଷରୁ କରାଯାଇଥିବା ସର୍ଭେରେ ଡେଲଟା ଅଧିକ ପ୍ରଭାବୀ ବୋଲି ସ୍ପଷ୍ଟ ହୋଇଛି ।
ମୋଦି କହିଛନ୍ତି ଯେ ଦେଶରେ ଧୀରେ ଧୀରେ ସଂକ୍ରମଣ କମୁଛି କିନ୍ତୁ ଏବେ ବି ସଚେତନ ହୋଇ ରହିବାର ଆବଶ୍ୟକତା ରହିଛି। କାରଣ ଟିକିଏ ଅସାବଧାନ ହେଲେ ଦେଶରେ ପୁଣି ଥରେ ସଂକ୍ରମଣ ବଢ଼ିବ।
୬ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଛି । ଗତ ଦୁଇ ସପ୍ତାହରେ ଦେଶରେ ମୋଟ୍ ଆକ୍ରନ୍ତଙ୍କ ୮୦ ପ୍ରତିଶତ ଆକ୍ରାନ୍ତ ଓ ୮୪ ପ୍ରତିଶତ ମୃତ୍ୟୁ ଏହି ରାଜ୍ୟରୁ ରେକର୍ଡ ହୋଇଛି। ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି। ବିଶେଷ ଭାବେ ମହାରାଷ୍ଟ୍ର ଓ କେରଳରେ ବଢ଼ୁଥିବା ସଂକ୍ରମଣ ଏବେ ଗଭୀର ଚିନ୍ତାର କାରଣ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।
କୋ ୱିନ ଆପ୍ର ସ୍ୱତନ୍ତ୍ର ସାଇଟ୍ରେ ଗର୍ଭବତୀଙ୍କୁ ଟିକାକରଣ ପାଇଁ ପଞ୍ଜୀକରଣ କରାଯାଇପାରିବ । ବର୍ତ୍ତମାନ ସୁଦ୍ଧା ମୋଟ ୧ କୋଟି ୩୮ ଲକ୍ଷ ୯ ହଜାର ୭୫୬ ଡୋଜ୍ ଟିକାକରଣ ସରିଛି। ଏବେ ରାଜ୍ୟରେ ୪ ଲକ୍ଷ ୬୧ ହଜାର କୋଭିସିଲଡ୍ ଟିକା ମହଜୁଦ ରହିଛି ।
ରାଜ୍ୟରେ ଅଗଷ୍ଟ ୧ ଯାଏ ଆଂଶିକ ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରାଯାଇଥିବା ବେଳେ ଆଜିଠୁ ସାରା ରାଜ୍ୟରେ ନୂଆ ଗାଇଡ୍ଲାଇନ୍ ଲାଗୁ ହୋଇଛି। ନୂଆ ଗାଇଡ୍ଲାଇନ୍ ଅନୁଯାୟୀ ଆଜିଠୁ ସାରା ରାଜ୍ୟରେ ବସ୍ ଚଳାଚଳ ଆରମ୍ଭ ହୋଇଛି।
ରାଜ୍ୟରେ ଦୈନିକ ସଂକ୍ରମଣ ୨ ହଜାର ତଳକୁ ଖସୁ ନ ଥିବାବେଳେ ମୃତ୍ୟୁ ସଂଖ୍ୟା ବି ଖସୁନି। ଏହା ଭିତରେ କରୋନା କଟକଣାକୁ କୋହଳ କରାଯାଇଛି। ଫଳରେ ଲୋକଙ୍କ ଅମାନିଆ ଭାବ ବି ବଢି ଯାଇଛି।
ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା କମୁଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ କମୁନି। ବିଶେଷ କରି ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ସମସ୍ତଙ୍କ ଚିନ୍ତା ବଢାଇଛି। ଏପରି ସ୍ଥିତିରେ ରାଜଧାନୀର ଦୁଇଟି ଅଞ୍ଚଳରେ କଣ୍ଟେନମେଣ୍ଣ ଜୋନ୍ ଘୋଷଣା କରାଯାଇଛି।
ମୋଟ୍ ପଜିଟିଭ୍ କେସ୍ର ପ୍ରାୟ ୪୦ ପ୍ରତିଶତ କେବଳ କଟକ ଓ ଭୁବନେଶ୍ୱରରୁ ଚିହ୍ନଟ ହେଉଥିବା ମୁଖ୍ୟଶାସନ ସଚିବ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳ ଅପେକ୍ଷା ରାଜଧାନୀ ଭୁବନେଶ୍ୱରରୁ ବେଶ୍ ଅଧିକ ପଜିଟିଭ୍ ବାହାରୁଛନ୍ତି।
ଆସିଛି ଜୁଲାଇ ମାସ ପାଇଁ ନୂଆ ଗାଇଡଲାଇନ୍ । ଅଗଷ୍ଟ ୧ ଯାଏଁ ସାରା ରାଜ୍ୟରେ ଆଂଶିକ ଲକଡାଉନ ଜାରି ରହିବ । ତେବେ ଏହି ସମୟରେ ସବୁଠୁ ବଡ଼ କଥା ହେଲା, ରାଜ୍ୟରେ ପାର୍କ, ମଲ୍, ସିନେମା ହଲ୍ ଖୋଲିବ ନାହିଁ ।
ଭୁବନେଶ୍ୱର: ରାଜ୍ୟରେ ବଢ଼ିବ କରୋନା ଟେଷ୍ଟିଂ ସଂଖ୍ୟା। ରାଜ୍ୟରେ ଏଣିକି ଦୈନିକ ୧୦ହଜାର ଟେଷ୍ଟ କରାଯିବ। RT-PCRରେ ୭ହଜାର ଏବଂ ୩ହଜାର ଆଣ୍ଟିଜେନ୍ ଟେଷ୍ଟ କରାଯିବ। ଏହାସହ ଆଉ ୨ ଲକ୍ଷ ଆଣ୍ଟିଜେନ୍ କିଟ୍ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଏଭଳି ସୂଚନା ଦେଇଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ନିର୍ଦ୍ଦେଶକ ଅଜୟ ପରିଡ଼ା। ସେ କହିଛନ୍ତି, ଆମ ସମସ୍ତଙ୍କ ପାଇଁ ଆଗାମୀ ୧୪ ଦିନ ଗୁରୁତ୍ୱପୂର୍ଣ୍ଣ। ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସହ ରାଉରକେଲାରୁ […]
ବିଦେଶରୁ ଫେରିପାରୁନାହାନ୍ତି ଢେଙ୍କାନାଳ ବେଲଟିକିରିର ଯୁବ ଇଂଜିନିୟର ସବ୍ୟସାଚୀ ନନ୍ଦ। ସେ ଦକ୍ଷିଣ ଆଫ୍ରିକାର ବର୍ମା କଲ୍ଚର ନାମକ ଏକ ଘରୋଇ ଫାର୍ମକୁ ପ୍ରଯୁକ୍ତି ବିଦ୍ୟା ଦେବା ପାଇଁ ୨୦୨୦ରେ ୩ ମାସ ପାଇଁ ଯାଇଥିଲେ। ତେବେ କୋଭିଡ୍ କଟକଣା ଯୋଗୁ ଆଉ ଘରକୁ ଫେରିପାରିନଥିଲ।
ନୂଆଦିଲ୍ଲୀ: କରୋନା ମହାମାରୀ ଥମିବାର ନାଁ ନେଉନାହିଁ। ସାରା ଦୁନିଆରେ ଏହି ମହାମାରୀ ତା’ର କାୟା ବିସ୍ତାର କରିବାରେ ଲାଗିଛି ଏବଂ ୨୪ ଘଣ୍ଟାରେ ପୁଣିଥରେ ରେକର୍ଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଅନୁଯାୟୀ, ଦିନକ ମଧ୍ୟରେ ସମଗ୍ର ବିଶ୍ୱରେ ୨ଲକ୍ଷ ୩୦ହଜାର କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା ମାମଲାରେ ଆମେରିକା ପୁଣିଥରେ ଏକ ନମ୍ବର ସ୍ଥାନରେ ରହିଛି, ଯେଉଁଠାରେ ଗତ ୨୪ ଘଣ୍ଟା ଭିତରେ ରେକର୍ଡ ୬୬ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ […]
ନୂଆଦିଲ୍ଲୀ: ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ପକ୍ଷରୁ ଫାବି ଫ୍ଲୁ ମେଡିସିନର ମୂଲ୍ୟ ହ୍ରାସ କରାଯାଇଛି। କମ୍ପାନୀ ପକ୍ଷରୁ ଫାବି ଫ୍ଲୁ ମେଡିସିନର ମୂଲ୍ୟରେ ୨୭ ପ୍ରତିଶତ କମାଇ ଦିଆଯାଇଛି। ପୂର୍ବରୁ ଗୋଟିଏ ଟାବ୍ଲେଟର ଦାମ୍ ୧୦୩ ଟଙ୍କା ଥିବା ବେଳେ ଏବେ ଏହା ୭୫ ଟଙ୍କାକୁ କମି ଆସିଛି। ଏହି ମେଡିସିନକୁ କରୋନାର ସାମାନ୍ୟ କିମ୍ବା ମଧ୍ୟମ ଧରଣର ଲକ୍ଷଣ ଥିବା ରୋଗୀଙ୍କୁ ଚିକିତ୍ସା ପାଇଁ ଦିଆଯାଇଥାଏ। ଫାବିପିରାବିର ବର୍ଗର ଏହି ଫାବି ଫ୍ଲୁ କ୍ଲିନିକାଲ୍ ଟ୍ରାଏଲରେ ସଫଳ […]
କରୋନା ଟିକାକୁ ନେଇ ବଢ଼ୁଛି ଆଶା। ପ୍ରଥମ ସମ୍ଭାବ୍ୟ ଭ୍ୟାକସିନ୍ ଭାବେ କ୍ଲିନିକାଲ୍ ଟ୍ରାଏଲ୍ ସଫଳ ହୋଇଥିବା ଦାବି କଲା ଋଷ୍ର ସେଚେନୋଭ୍ ବିଶ୍ୱବିଦ୍ୟାଳୟ। ଏହା ମଣିଷର ସ୍ୱାସ୍ଥ୍ୟ ପ୍ରତି ନିରାପଦ ବୋଲି ସୁନିଶ୍ଚିତ ହୋଇଥିବା ଦାବି କରାଯାଇଛି। ଏନେଇ ଦିଲ୍ଲୀ ସ୍ଥିତ ଋଷ ଦୂତାବାସ ପକ୍ଷରୁ ମଧ୍ୟ ଟୁଇଟ୍ କରାଯାଇଛି। ଜୁନ୍ ୧୮ରୁ ୨ଟି ପର୍ଯ୍ୟାୟରେ ଏହି ସମ୍ଭାବ୍ୟ ଟିକାର କ୍ଲିନିକାଲ୍ ଟ୍ରାଏଲ୍ ସେଚେନୋଭ୍ ଫାଷ୍ଟ୍ ମସ୍କୋ ଷ୍ଟେଟ୍ ମେଡିକାଲ୍ ୟୁନିଭର୍ସିଟିରେ ହୋଇଥିଲା। ଜୁନ୍ ୧୮ରେ […]
ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପି ଚାଲିଛି। କିନ୍ତୁ ଏହା ମଧ୍ୟରେ ଆଶ୍ୱସ୍ତିକର କଥା ହେଉଛି ଯେ ଦେଶରେ କରୋନା ମୃତ୍ୟୁ ହାର ହ୍ରାସ ପାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ମାସକ ତଳେ ଦେଶରେ କୋଭିଡ୍-୧୯ ମୃତ୍ୟୁ ହାର ୨.୮୨ ପ୍ରତିଶତ ଥିଲା, କିନ୍ତୁ ଏହା ଏବେ ୨.୭୨ ପ୍ରତିଶତକୁ ହ୍ରାସ ପାଇଛି, ଯାହା ଅନ୍ୟ ଦେଶ ତୁଳନାରେ ବହୁତ କମ୍। ମନ୍ତ୍ରାଳୟ […]
ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ଅଣାୟତ ହେବାରେ ଲାଗିଛି କରୋନାଭାଇରସ୍। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପାଖାପାଖି ୨୩ହଜାର ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଦିନକରେ ମୋଟ ୨୨,୭୫୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ଭିତରେ ୪୮୨ ଜଣ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି। ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୪୨,୪୧୭ରେ ପହଞ୍ଚିଯାଇଛି। ସେହିପରି ମୃତ୍ୟୁ ସଂଖ୍ୟା ୨୦,୬୪୨କୁ ବୃଦ୍ଧି […]
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହି ମହାମାରୀରେ ପ୍ରଭାବିତ ହୋଇଛନ୍ତି ବିଏସଏଫର କର୍ମଚାରୀ। ଗତ ୨୪ ଘଣ୍ଟାରେ ବିଏସଏଫର ୩୬ଜଣ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। In the last 24 hours, 36 more Border Security Force (BSF) personnel tested positive for #COVID19 and 33 have recovered. There are 526 active cases and 817 personnel have recovered till date: […]
ନୂଆଦିଲ୍ଲୀ: ଅଗଷ୍ଟ ୧୫ ସୁଦ୍ଧା କରୋନା ଭାକସିନ୍ ‘କୋଭାକ୍ସିନ’ର ଲୋକାର୍ପଣ ଲାଗି ଆଇସିଏମ୍ଆରର ନିଷ୍ପତ୍ତିକୁ ନେଇ ବିବାଦ ଦେଖା ଦେଇଛି। ତେବେ ବିବାଦ ଅଧିକ ଘନେଇବାରୁ ଆଇସିଏମ୍ଆର ଏନେଇ ସ୍ପଷ୍ଟୀକରଣ ଦେଇଛି। ଆଇସିଏମ୍ଆର କହିଛି ଯେ ‘କୋଭାକ୍ସିନ’ ଲୋକାର୍ପଣ ପୂର୍ବରୁ ମାନବିକ ସୁରକ୍ଷାକୁ ସର୍ବୋପରି ପ୍ରାଧାନ୍ୟ ଦିଆଯାଇଛି। ମାନବିକ ସୁରକ୍ଷାକୁ ଅକ୍ଷୁର୍ଣ୍ଣ ରଖିବା ସହ ସଂସ୍ଥା କେବଳ ନାଲିଫିତାବାଦ ବିଳମ୍ବକୁ ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ନେଇଛି। ତେବେ ‘କୋଭାକ୍ସିନ’ର ମାନବିକ ପ୍ରୟୋଗକୁ ନେଇ କୌଣସି ପ୍ରକାର ସନ୍ଦେହ […]