• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

migrants
ପଶ୍ଚିମବଙ୍ଗରୁ ଫେରିଲେ ହୋମ୍‌ ଆଇସୋଲେସନ ମନା

ଭୁବନେଶ୍ୱର: କରୋନା କଟକଣା ନେଇ ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରୁ ଯେକେହି ଆସିଲେ ୧୪ ଦିନ କ୍ୱାରେଣ୍ଟିନ ରହିବେ। ପ.ବଙ୍ଗରେ କରୋନା ଉଗ୍ର ରୂପ ନେଇଥିବାରୁ ସରକାର କଟକଣା ଜାରି କରିଛନ୍ତି। ପଶ୍ଚିମବଙ୍ଗ ସହ ଲାଗିଥିବା ସବୁ ରାସ୍ତାରେ ଚେକିଂ କଡ଼ାକଡ଼ି ହେବ। ଚେକିଂ କଡ଼ାକଡ଼ି କରିବାକୁ ବାଲେଶ୍ୱର, ମୟୂରଭଂଜ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ଲୋକଙ୍କୁ ଚେକିଂ କରାଯିବ। ନେଗେଟିଭ ରିପୋର୍ଟ, ଟିକା ୨ ଡୋଜ୍ ନେଇନଥିଲେ କ୍ୱାରେଣ୍ଟିନରେ ରହିବେ। […]

  • Thursday, 15 July 2021
OTV-Portal
କରୋନାରୁ ମୁକ୍ତି ପାଇବା ପାଇଁ ଗାଁରେ ବୁଲିଲା ମଶାଲ

ଅଗର ମାଲୱା: କରୋନାର ଦ୍ୱିତୀୟ ଲହରୀ ସାରା ଦେଶରେ ଉଗ୍ର ରୂପ ଧାରଣ କଲାଣି। ମହାମାରୀକୁ ଦମନ କରିବା ପାଇଁ ଦେଶର ପ୍ରତିଷ୍ଠିତ ଫାର୍ମା କମ୍ପାନୀମାନେ ଦିନରାତି ଏକ କରିଦେଇଛନ୍ତି। କିନ୍ତୁ ଦେଶର କିଛି ଏମିତି କିଛି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ରାମଦାସ ଅଠୱାଲେଙ୍କ ‘ଗୋ କରୋନା ଗୋ’ ପରେ ଏବେ ଆଉ ଏକ ସ୍ଲୋଗାନ୍ ଚର୍ଚ୍ଚାକୁ ଆସିଛି। କରୋନାକୁ ତଡ଼ିବା ପାଇଁ ଏବେ ଚର୍ଚ୍ଚା ହୋଇଛି ‘ଭାଗ୍‌ କରୋନା […]

vaccanation
୧୮ବର୍ଷ ବୟସରୁ ଅଧିକ ସେବାୟତଙ୍କୁ ଦିଆଯିବ କରୋନା ଟିକା

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ନୀଳାଚଳ ଭକ୍ତ ନିବାସ ପରିସରରେ କୋଭିଡ୍ କେୟାର ସେଣ୍ଟର ଉଦଘାଟିତ ହୋଇଛି। ଏଠାରେ ୧୨୦ ବେଡ୍ ବ୍ୟବସ୍ଥା ଅଛି। ପଜିଟିିଭ ଚିହ୍ନଟ ୫୦ରୁ ଅଧିକ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ ଏଠାରେ ରଖାଯାଇଛି। ନୀଳାଚଳ ଭକ୍ତ ନିବାସ କୋଭିଡ କେୟାର ସେଣ୍ଟରରେ ସବୁ ବେଡ୍‌ରେ ଅକ୍ସିଜେନ ରହିବ। ଆଜି ପୁରୀ ଭକ୍ତନିବାସରେ ବୈଠକ ପରେ ଏହା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ଆସନ୍ତା ୧ତାରିଖରୁ ୧୮ବର୍ଷ ବୟସରୁ […]

  • Thursday, 15 July 2021
cerum
ଖୋଲା ବଜାରରେ ମିଳିବ କରୋନା ଟିକା, ଜାଣନ୍ତୁ ମୂଲ୍ୟ କେତେ

ନୂଆଦିଲ୍ଲୀ: ଖୋଲା ବଜାରରେ ଟିକା ଉପଲବ୍ଧ ପାଇଁ ଦର ଘୋଷଣା ହୋଇଛି। କୋଭିସିଲଡ ଟିକା ପାଇଁ ଦର ଧାର୍ଯ୍ୟ କଲା ସେରମ। ରାଜ୍ୟ ସରକାରଙ୍କ ପାଇଁ ଟିକା ଡୋଜ୍ ପିଛା ଦର ୪ଶହ ଟଙ୍କା। ଘରୋଇ ହସ୍ପିଟାଲ ପାଇଁ ଟିକା ଡୋଜ୍ ୬ଶହ ଟଙ୍କା ଧାର୍ଯ୍ୟ ହୋଇଛି। ଖୋଲା ବଜାରରେ ଟିକା ଉପଲବ୍ଧ ପାଇଁ ଦର ଘୋଷଣା କରାଯାଇଛି। ଟିକା ଦର ନେଇ ସେରମ ସିଇଓ ଅଦର ପୁନାୱାଲା ସୂଚନା ଦେଇଛନ୍ତି। ଅନ୍ୟ ଦେଶ ତୁଳନାରେ ତାଙ୍କ […]

  • Thursday, 15 July 2021
vaccanation
କରୋନା ଟିକା ପାଇଁ କେନ୍ଦ୍ର ସରକାର ନେଲେ ବଡ ପଦକ୍ଷେପ

ନୂଆଦିଲ୍ଲୀ: କରୋନା ଟିକା ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ। ଏଥିପାଇଁ ସେରମ ଇନଷ୍ଟିଚ୍ୟୁଟକୁ ୩ ହଜାର କୋଟି ଓ ଭାରତ ବାଓଟେକ୍‌କୁ ୧୫ଶହ କୋଟି ଟଙ୍କା ଆଗୁଆ ଦିଆଯିବ। ଏଥିପାଇଁ ଆଗତ ଏକ ପ୍ରସ୍ତାବକୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ମଂଜୁରୀ ମିଳିଛି। ଜେନେରାଲ ଫାଇନାନସ ନିୟମାନୁଯାୟୀ, ବିନା ବ୍ୟାଙ୍କ ଗ୍ୟାରେଣ୍ଟିରେ ଏଭଳି ଟଙ୍କା ଆଗୁଆ ଦିଆଯାଇପାରିବ ନାହିଁ କିନ୍ତୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଐତିହାସିକ ନିଷ୍ପତ୍ତି ନିଆଯାଇ ଆଗୁଆ ଟଙ୍କା […]

  • Thursday, 15 July 2021
death
ଦେଶରେ ଦିନକରେ ୨୦୨୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିନକରେ ଦେଶରେ କରୋନା ନେଲା ୨୦୨୩ ଜଣଙ୍କ ଜୀବନ। ଦେଶରେ ୨୪ ଘଣ୍ଟାରେ ୨ ଲକ୍ଷ ୯୫ ହଜାର ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୬ ଲକ୍ଷ ୧୬ ହଜାର ୧୩୦କୁ ବୃଦ୍ଧି ପାଇଛି। ସେହିପରି ଆଜିର କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ମୃତ୍ୟୁସଂଖ୍ୟା ସଂଖ୍ୟା ୧ ଲକ୍ଷ ୮୨ ହଜାର ୫୫୩କୁ ବୃଦ୍ଧି ପାଇଛି। ଆକ୍ଟିଭ କେସ୍- ୨୧,୫୭,୫୩୮; ସୁସ୍ଥ ହେଲେଣି- ୧,୩୨,୭୬,୦୩୯ ଏଯାବତ ଦେଶରେ ୧୩,୦୧,୧୯,୩୧୦ ଡୋଜ୍ […]

  • Thursday, 15 July 2021
corona
ରାଜ୍ୟରେ ଆଉ ୪୮୫୧ କରୋନା ପଜିଟିଭ୍ ଚିହ୍ନଟ, ୫ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରେ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଦିନରେ ୪ ହଜାର ୮୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ନୂଆପଡ଼ାରୁ ସର୍ବାଧିକ ୨ ଜଣ ଥିବା ବେଳେ କଟକ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ। ଏଥିସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧ ହଜାର ୯୫୮କୁ ବୃଦ୍ଧି ପାଇଛି। ଏପେଟ ଗୋଟିଏ ଦିନରେ ରାଜ୍ୟରେ ଚିହ୍ନଟ ନୂଆ କରୋନା ପଜିଟିଭ ମଧ୍ୟରୁ କ୍ୱାରେଣ୍ଟିନରୁ ୨ ହଜାର ୮୧୪ ଥିବା […]

  • Thursday, 15 July 2021
corona
ରକେଟ୍ ବେଗରେ କରୋନା ସଂକ୍ରମଣ ପଛର କାରଣ କଣ?

ଭୁବନେଶ୍ୱର: ରାଜ୍ୟରେ କରୋନାର ପୁଣି କରାଳ ରୂପ। ଏପ୍ରିଲ୍ ପହିଲାରେ ଚିହ୍ନଟ ହୋଇଥିଲେ ୩୯୪ ପଜିଟିଭ୍। ଆଉ ଆଜି ବାହାରିଛନ୍ତି ୪ ହଜାର ୭୬୧ ମାତ୍ର ୨୦ ଦିନରେ ଦୈନିକ ସଂକ୍ରମଣ ପ୍ରାୟ ୧୨ ଗୁଣା ବଢ଼ିଛି। ରେଡ୍‌ଜୋନ୍‌ର ରାଜ୍ୟର ୧୦ ଜିଲ୍ଲା ଉପକୂଳ ଓଡ଼ିଶାର ଖୋର୍ଦ୍ଧା, କଟକ ଓ ପୁରୀ ସମେତ ପଶ୍ଚିମ ଓଡ଼ିଶାର ୭ ଜିଲ୍ଲାରେ ସ୍ଥିତି ଉଦ୍‌ବେଗଜନକ। ଖାଲି ସେତିକି ନୁୁହେଁ, କେବଳ ଏପ୍ରିଲ୍‌ରେ କରୋନା ନେଲାଣି ୩୨ ଜୀବନ। ତେବେ ରକେଟ୍ […]

  • Thursday, 15 July 2021
migrants
ପ୍ରବାସୀ ଫେରିପାରନ୍ତି, ପ୍ରସ୍ତୁତ ରୁହ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରବାସୀମାନେ ଫେରିବା ସମ୍ଭାବନା ଥିବାରୁ ପ୍ରସ୍ତୁତ ରୁହ। କୋଭିଡ଼ ସମୀକ୍ଷା ବୈଠକରେ  ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭିନ୍ନ ରାଜ୍ୟରେ ଲକଡାଉନ ଲାଗୁ ହେଲାଣି, ପ୍ରବାସୀ ଫେରିପାରନ୍ତି। ଡାଟାବେସ୍ ସହ ପୂର୍ବ ପ୍ରୋଟୋକଲ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଫେରନ୍ତା ସମସ୍ତ ପ୍ରବାସୀଙ୍କ କ୍ୱାରେଣ୍ଟିନ ଓ ଟେଷ୍ଟିଂ ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି। କୋଭିଡ଼ ଶଯ୍ୟା ସଂଖ୍ୟା ବୃଦ୍ଧି ସହ ଅକ୍ଦିଜେନ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆମ ପ୍ରସ୍ତୁତି ଅତି […]

  • Thursday, 15 July 2021
dl
ରାଜ୍ୟରେ ସମସ୍ତ ଡିଏଲ୍, ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ

ଭୁବନେଶ୍ୱର: ରାଜ୍ୟରେ ବେକାବୁ କରୋନା। ଏଥିପାଇଁ ଗୋଟିଏ ପରେ ଗୋଟିଏ କଟକଣା ଜାରି ହେଉଛି। ଆସନ୍ତା ୨୨ ତାରିଖରୁ ସମସ୍ତ ଡ୍ରାଇଭିଂ ଲାଇସେନ୍ସ ଏବଂ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ କରାଯାଇଛି। କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଟେଷ୍ଟ ସ୍ଥଗିତ ରଖିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ନେଇ ସୂଚନା ଦିଆଯାଇଛି। ସମସ୍ତ RTOଙ୍କୁ ଏନେଇ ଫେସବୁକ୍ ଓ ଟ୍ୱିଟରରେ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। https://twitter.com/STAOdisha/status/1384423199639699462?s=20 ଲର୍ଣ୍ଣର୍ସ […]

  • Thursday, 15 July 2021
symptom
କେଉଁ ଲକ୍ଷଣ ଦେଖାଦେଲେ କରୋନା ପରୀକ୍ଷା କରାଇବେ?

ଭୁବନେଶ୍ୱର: କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଏମିତି କେଉଁ ଲକ୍ଷଣ ଦେଖାଗଲେ, ଆପଣ ଜାଣିପାରିବେ ଯେ ଏହା କରୋନା ହୋଇଥାଇପାରେ। ଶୁଖିଲା କାଶ, ତଣ୍ଟି ଦରଜ, ଜ୍ୱର, ଗଣ୍ଠି ବ୍ୟଥା, ଦେହ ହାତ ଘୋଳାବିନ୍ଧା, ବାନ୍ତି ଓ ପତଳା ଝାଡ଼ା, ସ୍ୱାଦ ଓ ଗନ୍ଧ ବାରି ନପାରିବା ଏବଂ ଶ୍ୱାସକ୍ରିୟାରେ କଷ୍ଟ। ଗତବର୍ଷ କରୋନାର ପ୍ରଥମ ଲହର ବେଳେ ଦେଖା ଦେଉଥିଲା ଏହି ସବୁ ଲକ୍ଷଣ। ତେବେ ଦ୍ୱିତୀୟ ଲହରରେ କେବଳ ସଂକ୍ରମଣର ବେଗ […]

  • Thursday, 15 July 2021
vaccaine
ମେ ୧ରୁ ସମସ୍ତଙ୍କୁ ମିଳିବ ଟିକା

ନୂଆଦିଲ୍ଲୀ: ଟିକା ନେଇ ବଡ଼ ଘୋଷଣା କଲେ କେନ୍ଦ୍ର ସରକାର। ମେ ୧ରୁ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ  ଟିକା ମିଳିବ। ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟମାନେ କିଣିପାରିବେ କରୋନା ଟିକା। ଉତ୍ପାଦକମାନେ କେନ୍ଦ୍ରକୁ ୫୦ ପ୍ରତିଶତ ଟିକା ଯୋଗାଇବେ।ବାକି ୫୦ ପ୍ରତିଶତ ଟିକା ରାଜ୍ୟମାନଙ୍କୁ ଉତ୍ପାଦକ ଦେଇପାରିବେ। ଟିକାକରଣ ନେଇ ତିନୋଟି ରଣନୀତି ପ୍ରସ୍ତୁତ କରିଛନ୍ତି ସରକାର। ପ୍ରଥମ ପର୍ଯ୍ୟାୟରେ ଟିକା ଉତ୍ପାଦନକାରୀ ପ୍ରତି ମାସରେ […]

  • Thursday, 15 July 2021
vaccine
ଟିକା ନେଲେ ବି କରୋନା ହୋଇପାରେ

ଭୁବନେଶ୍ୱର: ଟିକା ନେଲେ ବି କୋଭିଡ ସଂକ୍ରମଣ ହେବାର ସମ୍ଭାବନା ରହିଛି। ତେଣୁ ନିୟମ ମାନି ଲୋକ କାମ କରନ୍ତୁ। ଏହି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ଟିକା ନେଲେ ମୃତ୍ୟୁହାର କମିବ, ତଥାପି ଲୋକେ କୋଭିଡ ନିୟମ ମାନି ଚଳିଲେ କୋଭିଡ ଚେନରେ ବ୍ରେକ୍ ଲାଗିବ। ସେପଟେ କିଛି ଜିଲ୍ଲାରେ TMC ଖୋଲିଛି।  ଆଉ ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ଆବଶ୍ୟକତା ଅନୁସାରେ TMC ଖୋଲିବାକୁ ନିର୍ଦେଶ ଦିଆଯାଇଛି। ଆଗକୁ ଦୈନିକ ୫୦ ହଜାର […]

  • Thursday, 15 July 2021
manamohan
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ କରୋନା

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। Former PM Manmohan Singh tests positive for COVID19, admitted to AIIMS Trauma Centre in Delhi: AIIMS Official (file photo) pic.twitter.com/zZtbd6POWd — ANI (@ANI) April 19, 2021

  • Thursday, 15 July 2021
rukuna-ratha
ରୁକୁଣା ରଥ ପାଇଁ ୧୪୪ ଜାରି

ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଜାରି ହେଲା କଟକଣା। କାଲି ଦିନ ୧୨ଟାରୁ ସଂଧ୍ୟା ପର୍ଯ୍ୟନ୍ତ ୧୪୪ ଜାରି ହେବ। ଏନେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରଥଦାଣ୍ଡକୁ ଭକ୍ତଶୂନ୍ୟ କରିବା ପାଇଁ ୧୪୪ ଲାଗିବ। କେବଳ କୋଭିଡ଼ ନେଗେଟିଭ ଥିବା ସେବାୟତଙ୍କୁ ଅନୁମତି ମିଳିବ। ରଥଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା କୋଠାରେ ବି ଲୋକ ରହିବାକୁ ମନା କରାଯାଇଛି। ରଥଯାତ୍ରା ପାଇଁ ୧୫ ପ୍ଲାଟୁନ୍ ଫୋର୍ସ, […]

  • Thursday, 15 July 2021
lingaraj
ଶ୍ରଦ୍ଧାଳୁଙ୍କ ପାଇଁ ଲିଙ୍ଗରାଜ ମନ୍ଦିର ଦର୍ଶନ ବନ୍ଦ

ଭୁବନେଶ୍ୱର: ଶ୍ରଦ୍ଧାଳୁଙ୍କ ପାଇଁ ଲିଙ୍ଗରାଜ ମନ୍ଦିର ଦର୍ଶନ ବନ୍ଦ। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। କିଛି ସେବାୟତ କରୋନା ସଂକ୍ରମିତ ହେବାରୁ ଦର୍ଶନ ବନ୍ଦ ନିଷ୍ପତ୍ତି ନିଆଯାଇଛି। କେବଳ ସେବାୟତଙ୍କ ଦ୍ୱାରା ନୀତିକାନ୍ତି କରିବାକୁ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ କଟକଣା ଜାରି ରହିବ। ସେହିଭଳି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା କୋଭିଡ୍ ଗାଇଡ୍ ଲାଇନ ଭିତରେ ହେବ। ଏ ନେଇ ବିଏମସି ପକ୍ଷରୁ ଗତ ୯ ତାରିଖରେ ନିର୍ଦ୍ଦେଶନାମା ପ୍ରକାଶ […]

  • Thursday, 15 July 2021
kumbha-mela
କୁମ୍ଭମେଳାକୁ ଯାଇଥିଲେ ଓଡ଼ିଶାର ୪୦୦ରୁ ଅଧିକ ଶ୍ରଦ୍ଧାଳୁ

ଭୁବନେଶ୍ୱର: ଓଡ଼ିଶାରୁ ୧୫୦ ପରିବାର ଉତ୍ତରାଖଣ୍ଡର କୁମ୍ଭମେଳା ଯାଇଛନ୍ତି।୧୫୦ଟି ପରିବାରରୁ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯାଇଛନ୍ତି। ଉତ୍ତରାଖଣ୍ଡ ସରକାରଙ୍କ ପଞ୍ଜୀକରଣ ରିପୋର୍ଟରୁ ଏହି ତଥ୍ୟ ମିଳିଛି। ଏମାନଙ୍କ ମଧ୍ୟରୁ ଗଞ୍ଜାମରୁ ୨୫, ଖୋର୍ଦ୍ଧାରୁ ୧୦, ନବରଙ୍ଗପୁରରୁ ୨୦, ପୁରୀରୁ ୨୦ ଓ କଟକରୁ ୯ ପରିବାର କୁମ୍ଭମେଳା ଯାଇଥିବା ସୂଚନା ମିଳିଛି। କୁମ୍ଭମେଳା ଫେରନ୍ତାଙ୍କ ପାଇଁ SRC ଶନିବାର ନୂଆ ଗାଇଡ୍‌ଲାଇନ୍‌ ଜାରି କରିଥିଲେ। ସମସ୍ତ କୁମ୍ଭମେଳା ଫେରନ୍ତାଙ୍କ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ବିମାନ […]

  • Thursday, 15 July 2021
corona-peak
ମେ ମାସରେ ପିକ୍‌କୁ ଯିବ କରୋନା !

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ ବୃଦ୍ଧି କରିବାକୁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ବର୍ଷ ଅପେକ୍ଷା ୪ରୁ ୫ ଗୁଣ ଅଧିକ ବେଡ଼ ବୃଦ୍ଧି କରାଯିବ। ପ୍ରାୟ ୨ ଗୁଣ ଆଇସିୟୁ ବେଡ଼ ବୃଦ୍ଧି କରାଯିବ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସଂକ୍ରମିତଙ୍କ ଚିକିତ୍ସା ପାଇଁ ୪ଟି କାଟାଗୋରୀର ବେଡ଼ ଦରକାର। ସାଧାରଣ ବେଡ଼, ଅକ୍ସିଜେନ ସପୋର୍ଟ ବେଡ଼, ଆଇସିୟୁ […]

  • Thursday, 15 July 2021
shutdown
ଓଡ଼ିଶାକୁ ଫେରିଲା ସପ୍ତାହନ୍ତ ସଟ୍‌ଡାଉନ୍

ଭୁବନେଶ୍ୱର: କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟରେ ପୁଣି କଠୋର ହେଲା କଟକଣା। ସାରା ରାଜ୍ୟକୁ ପୁଣି ଫେରିଲା ନାଇଟ୍ କର୍ଫ୍ୟୁ। ରାଜ୍ୟରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦେଖି ଆସନ୍ତା ୧୭ ତାରିଖଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ପାଇଁ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ। ରାଜ୍ୟର ସମସ୍ତ ସହରାଞ୍ଚଳରେ ଏହି କର୍ଫ୍ୟୁ ବଳବତ୍ତର ରହିବ। ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ସମୟ ପରିବର୍ତ୍ତନ କରାଗଲା। ୧୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସଂଧ୍ୟା […]

  • Thursday, 15 July 2021
hospital
କେତେବେଳେ ହସ୍ପିଟାଲ୍‌ରେ ଭର୍ତ୍ତି ହେବା ଏକମାତ୍ର ରାସ୍ତା ?

କୋଭିସିଲ୍ଡ ଓ କୋଭାକ୍ସିନ୍ ପରେ ଖୁବଶୀଘ୍ର ଟିକାକରଣ ପାଇଁ ଦେଶରେ ଉପଲବ୍ଧ ହେବ ଋଷୀୟ ଟିକା ସ୍ଫୁଟନିକ୍ ଭି। ଏହି ଟିକାକୁ ଆଜି ଡିଜିସିଏର ଅନୁମୋଦନ ମିଳିଛି। ତେବେ ଏଭିତରେ କୋଭିଡ୍‌ର ନୂଆ ନୂଆ ଷ୍ଟ୍ରେନ୍ ସାଙ୍ଗକୁ ନୂଆ ନୂଆ ଲକ୍ଷଣକୁ ନେଇ ଚିନ୍ତା ବଢ଼ିଛି। ଟିକେ ବି ଅସାବଧନତା ବିପଦକୁ ଡାକିପାରେ। ତେବେ ଆସନ୍ତୁ ଦେଖିବା କିଭଳି ଲକ୍ଷଣ ପାଇଁ କି ପଦକ୍ଷେପ ନେବେ? ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହେବା ପରେ ମହାମାରୀର କେମିତି କରିବେ […]

  • Thursday, 15 July 2021
religious
ଜିଲ୍ଲା ପ୍ରଶାସନର ନିଷ୍ପତ୍ତି: ସବୁ ଧର୍ମାନୁଷ୍ଠାନ ବନ୍ଦ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ୭ ଦିନ ପାଇଁ ବନ୍ଦ। ଆସନ୍ତାକାଲିଠୁ ୨୧ ତାରିଖ ଯାଏଁ ବନ୍ଦ ରହିବ ସବୁ ଧର୍ମାନୁଷ୍ଠାନ। କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ନେଇଛି। ୭ ଦିନ ଧର୍ମାନୁଷ୍ଠାନ ସାନିଟାଇଜ୍ ସହ ରୀତିନୀତି ପାଳନ ହେବ। ପାର୍କ, ଖେଳପଡ଼ିଆ, ସମୁଦ୍ର ବେଳାଭୂମି ଓ ହ୍ରଦ ମଧ୍ୟ ୭ ଦିନ ବନ୍ଦ ରହିବ। ସର୍ବସାଧାରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ଉପରେ କଟକଣା ଜାରି କରାଯାଇଛି। […]

  • Thursday, 15 July 2021
medical
ଜରୁରୀ ନଥିଲେ ହସ୍ପିଟାଲ ନଆସିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର: ରେକର୍ଡ ପରେ ରେକର୍ଡ, କରୋନାର ଯେମିତି ଲଗାମ୍ ନାହିଁ। ଏପ୍ରିଲ୍ ପହିଲାରେ ୩୯୪ ପଜିଟିଭ୍, ଆଉ ଆଜି ୧୭୪୧ କେବଳ ଚଳିତ ମାସରେ ଆଜି ସୁଦ୍ଧା ବାହାରିଲେଣି ୧୦ ହଜାର ୩୮୫ ଜଣ ଆକ୍ରାନ୍ତ। ଗଲା ୨୪ ଘଣ୍ଟାରେ ୨ କୋଭିଡ୍ ମୃତ୍ୟୁକୁ ମିଶାଇ, ଚଳିତ ମାସରେ ମୃତ୍ୟୁ ସଂଖ୍ୟା ୭ ଛୁଇଁଛି। ତେବେ ଚମକାଇବା ଭଳି ଚିତ୍ର ଆସିଛି ଉତ୍ତର ଓଡ଼ିଶାର ବାଲେଶ୍ୱର ଜିଲ୍ଲାରୁ। ହଠାତ୍ ଏଠାରୁ ୧୫୮ ଜଣ ଆକ୍ରାନ୍ତ ଚିହ୍ନଟ ହେବା […]

  • Thursday, 15 July 2021
rail
ଛତିଶଗଡ଼ରୁ ରେଳଯାତ୍ରୀ ସେବାରେ ଲାଗିବନି ରୋକ୍

ଛତିଶଗଡ଼ ଛତିଶଗଡ଼ରୁ ରେଳଯାତ୍ରୀ ସେବାରେ ଲାଗିବନି ରୋକ୍। ଓଡ଼ିଶା ଆସୁଥିବା ଟ୍ରେନ୍ ଯାତ୍ରୀଙ୍କ କୋଭିଡ୍ ଟେଷ୍ଟ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କଲାନି ରେଳ ମନ୍ତ୍ରାଳୟ। ମୁଖ୍ୟ ଶାସନ ସଚିବଙ୍କ ଚିଠିର ଉତ୍ତର ରଖିଲା ରେଳ ମନ୍ତ୍ରାଳୟ। ଛତିଶଗଡ଼ରୁ ଆସୁଥିବା ଟ୍ରେନ୍‌କୁ ନିୟନ୍ତ୍ରିତ କରାଯିବନି। ମାର୍ଚ୍ଚ ୨୩ ଗୃହ ମନ୍ତ୍ରାଳୟର ଗାଇଡ୍ ଲାଇନ୍ ଅନୁସାରେ ରେଳ ସେବା ଚାଲୁ ରହିବ। ରେଳ ଷ୍ଟେସନ୍‌ରେ ଚେକିଂ ଓ ଟେଷ୍ଟିଂ ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ଲାଗି ଚିଠିରେ ପରାମର୍ଶ […]

  • Thursday, 15 July 2021
mask-chhecking
ମାସ୍କ ଫାଇନ୍‌ ବଢିଲା ୨ ଗୁଣା, ଧରାପଡ଼ିଲେ ଗଣିବ ୫ ହଜାର !

ଭୁବନେଶ୍ୱର: ମାସ୍କ ଅମାନିଆଙ୍କ ପାଇଁ ଜରିମାନା ପରିମାଣ ବଢ଼ାଇଲେ ରାଜ୍ୟ ସରକାର। ପ୍ରଥମ ଓ ୨ୟ ଥର ଧରାପଡ଼ିଲେ ୨ ହଜାର ଜରିମାନା ଦେବାକୁ ପଡ଼ିବ। ପରବର୍ତ୍ତୀ ଥର ଧରାପଡ଼ିଲେ ୫ ହଜାର ଜରିମାନା ଦେବାକୁ ପଡ଼ିବ। ପୂର୍ବରୁ ପ୍ରଥମ ଓ ୨ୟ ଥର ପାଇଁ ଜରିମାନା ୧ ହଜାର ଥିଲା। ଆଜି ଜରିମାନା ଦୁଇଗୁଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ଏଥିପାଇଁ ଆଜିଠାରୁ ୧୪ଦିନ ଯାଏ ମାସ୍କ ଅଭିଯାନ ଆରମ୍ଭ କରିବା। ଆଜିଠାରୁ […]

  • Thursday, 15 July 2021
marriage
ବିବାହରେ ପ୍ରୋସେସନ୍‌ ସମ୍ପୂର୍ଣ୍ଣ ବନ୍ଦ, ୫୦ ଜଣଙ୍କୁ ଅନୁମତି

ଭୁବନେଶ୍ୱର: ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ କଟକଣା କଡ଼ାକଡ଼ି ହେବ। ଏଣିକି ବିବାହ ଉତ୍ସବରେ କେବଳ ୫୦ ଜଣ ଉପସ୍ଥିତ ରହିପାରିବେ। ଶୁଦ୍ଧି କାର୍ଯ୍ୟ ଲାଗି କେବଳ ୨୦ ଜଣଙ୍କୁ ମିଳିବ ଅନୁମତି। ବିବାହ ଓ ଶୁଦ୍ଧିକ୍ରିୟାକୁ ନେଇ କମିଶନରେଟ୍ ପୋଲିସର ଗାଇଡ୍‌ଲାଇନ୍ ଜାରି କରିଛି। ଗାଇଡ୍‌ ଲାଇନ୍‌ ଅନୁସାରେ, ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ। ସେହିପରି ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି ମିଳିବ। ବର, କନ୍ୟା, ଦୁଇ ପରିବାର, ପୂଜକ, […]

  • Thursday, 15 July 2021