Advertisment

ଅଗଷ୍ଟରେ ଆସିବ କୋଭିଡର ତୃତୀୟ ଲହର

କରୋନାର ଦ୍ୱିତୀୟ ଲହରକୁ ନେଇ ସାରା ବିଶ୍ୱ ତ୍ରସ୍ତ ଥିବା ବେଳେ ପୁଣି ତୃତୀୟ ଲହର ଆସିଗଲାଣି । ଅଗଷ୍ଟ ଶେଷ ସୁଦ୍ଧା ଭାରତରେ କୋଭିଡର ତୃତୀୟ ଲହର ଦେଖାଯିବ।

author-image
Minati Mishra
ଅଦ୍ୟତନ ହୋଇଛି
ଅଗଷ୍ଟରେ ଆସିବ କୋଭିଡର ତୃତୀୟ ଲହର

corona 3rd wave

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । କରୋନାର ଦ୍ୱିତୀୟ ଲହରକୁ ନେଇ ସାରା ବିଶ୍ୱ ତ୍ରସ୍ତ ଥିବା ବେଳେ ପୁଣି ତୃତୀୟ ଲହର ଆସିଗଲାଣି । ଅଗଷ୍ଟ ଶେଷ ସୁଦ୍ଧା ଭାରତରେ କୋଭିଡର ତୃତୀୟ ଲହର ଦେଖାଯିବ। ଏପରି ଚେତାବନୀ ଦେଇଛି ଆଇସିଏମଆର ପକ୍ଷରୁ କୁହାଯାଇଛି । କିନ୍ତୁ  ଆଶ୍ୱସ୍ତର କଥା ହେଉଛି ଦ୍ୱିତୀୟ ଲହର ପରି ଏହା ଅଧିକ ସଂକ୍ରାମକ କିମ୍ବା ପ୍ରଭାବୀ ହେବ ନାହିଁ ।

Advertisment

ଏଥିସହ ଦ୍ୱିତୀୟ ଲହରରେ ଡେଲଟା ଭାରିଆଣ୍ଟ ଦ୍ୱାରା ସୃଷ୍ଟି ହୋଇଥିବା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଇ ନପାରେ ବୋଲି ଆଇସିଏମଆର ଏପିଡେମିଓଲୋଜି ମୁଖ୍ୟ ସମୀରନ ପଣ୍ଡା କହିଛନ୍ତି । ତୃତୀୟ ଲହରର ସମ୍ଭାବ୍ୟ ୪ଟି କାରଣ ସମ୍ପର୍କରେ ସେ ଦର୍ଶାଇଛନ୍ତି,  କରୋନା କଟକଣା କୋହଳ, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଲେ ଏହା ଚିନ୍ତାର କାରଣ ପାଲଟିବ।  

ଅନ୍ୟପକ୍ଷେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ କହିଛନ୍ତି,  ଦେଶରେ ଲଗାତାର ଭାବେ ସଂକ୍ରମଣ କମି ଚାଲିଛି। ସର୍ଭେରୁ ଏହା ସ୍ପଷ୍ଟ ହୋଇଛି।  ପଜିଟିଭିଟି ପ୍ରଥମ ଥର ପାଇଁ ୩ ପ୍ରତିଶତରୁ ତଳକୁ ଖସି ୨.୪ ପ୍ରତିଶତରେ ପହଞ୍ଚିଛି ।  ଏହାସତ୍ତ୍ୱେ କରୋନା ଭୟ ଯାଇନି। ରମକୁ ଅଧିକ ସତର୍କ ରହିବାକୁ ହେବ । ତେବେ ବିଶ୍ୱର ଅନେକ ଦେଶରେ ତୃତୀୟ ଲହର ଆରମ୍ଭ ହେଲାଣି ।  ଏଣୁ ସମସ୍ତେ ସତର୍କ ରହିବା ଜରୁରୀ ବୋଲି ବୋଲି ଲବ୍‌ ଅଗ୍ରୱାଲ କହିଛନ୍ତି।   

Advertisment

ସୂଚନାଥା କି, ଦେଶରେ ଏବେ ବି ୪୭ଟି ଜିଲ୍ଲାରେ ପଜିଟିଭିଟି ୧୦ ପ୍ରତିଶତ ଉପରେ ରହିଛି । ମଣିପୁରର ସର୍ବାଧିକ ୯ଟି ଜିଲ୍ଲାରେ ପଜିଟିଭିଟି ୧୦% ଉପରେ ରହିଛି। ସେହିପରି କେରଳରେ ୮, ରାଜସ୍ଥାନରେ ୬ଟି ଜିଲ୍ଲାରେ ପଜିଟିଭିଟି ୧୦% ଉପରେ ରହିଛି। ହେଲେ ଓଡ଼ିଶାର କୌଣସି ଜିଲ୍ଲାରେ ପଜିଟିଭିଟି ରେଟ୍ ୧୦ ପ୍ରତିଶତ ଉପରେ ନାହିଁ ବୋଲି ସେ କହିଛନ୍ତି 

ସୂଚନାଥାଉ କି, ରାଜ୍ୟର କୋଭିଡ ସଂକ୍ରମଣ ନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।  ଦେଶରେ ତୃତୀୟ ଲହର ରୋକିବାକୁ କଡ଼ା ପଦକ୍ଷେପ ଜରୁରୀ ବୋଲି ମୋଦି କହିବା ସହ ଟେଷ୍ଟ, ଟ୍ରାକ୍, ଟ୍ରିଟ୍ ଏବଂ ଟିକାକୁ ଗୁରୁତ୍ୱର ସହ ଆଗକୁ ବଢ଼ାଇବାକୁ ପରାମର୍ଶ ଦେଇଥିଲେ।  ବିଶେଷ କରି ୬ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଛି । ଗତ ଦୁଇ ସପ୍ତାହରେ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ୮୦ ପ୍ରତିଶତ ଆକ୍ରାନ୍ତ ଓ ୮୪ ପ୍ରତିଶତ ମୃତ୍ୟୁ ଏହି ରାଜ୍ୟରୁ ରେକର୍ଡ ହୋଇଛି। ବିଶେଷଭାବେ ମହାରାଷ୍ଟ୍ର ଓ କେରଳରେ ବଢ଼ୁଥିବା ସଂକ୍ରମଣ ଏବେ ଗଭୀର ଚିନ୍ତାର କାରଣ ହୋଇଥିବା କହିଥିଲେ ପ୍ରଧାନମନ୍ତ୍ରୀ।

India COVID19 Updates Covid Third Wave
Advertisment
Advertisment