ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ଚିନ୍ତା ବଢାଇଛି। ରାଜ୍ୟରେ ସଂକ୍ରମଣ ହାର ହ୍ରାସ ପାଇଥିଲେ ହେଁ ଖୋର୍ଦ୍ଧା ଜିଲ୍ଲା ଏବେ ବି ତାଲିକାର ଉପରେ ରହିଛି। ଆଉ ସବୁଠାରୁ ଅଧିକ ପଜିଟିଭ ବାହାରୁଛନ୍ତି ରାଜଧାନୀରୁ। ଏବେ ଖୋର୍ଦ୍ଧା ଓ କଟକ ଜିଲ୍ଲା ଫୋକସ୍ରେ ଥିବାବେଳେ ରାଜଧାନୀରେ ପୁଣି ଫେରିଛି କଣ୍ଟେନମେଣ୍ଟ ଜୋନ୍ । ରାଜଧାନୀର ଖଣ୍ଡଗିରି ପରେ ଏବେ ରସୁଲଗଡରେ ଜାରି କରାଯାଇଛି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ।
ଗତକାଲି ଖଣ୍ଡଗିରି ସତ୍ୟସାଇ ଏନକ୍ଲେଭ HIG 11ରୁ ୬୧ ଯାଏ କଣ୍ଟେନମେଣ୍ଟ ଜୋନ କରାଯାଇଛି। ସେହିପରି ରସୁଲଗଡ ନିକଟରେ ଥିବା ଗୁଞ୍ଜନ ପ୍ୟାଲେସ୍ ଆପାର୍ଟମେଣ୍ଟର ବ୍ଲକ-ବି କୁ ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏସବୁ ଅଞ୍ଚଳରୁ ଅଧିକ କୋଭିଡ ପଜିଟିଭ ବାହାରି ଥିବାରୁ ବିଏମ୍ସି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ନିୟମ ଅନୁଯାୟୀ, ଏହି ଅଞ୍ଚଳରେ ଲୋକେ ବାହାରକୁ ବାହାରି ପାରିବେ ନାହିଁ କିମ୍ବା ବାହାର ଲୋକ ସେହି ଅଞ୍ଚଳକୁ ଯାଇ ପାରିବେ ନାହିଁ। କଣ୍ଟେନମେଣ୍ଟ ଜୋନକୁ ଅତ୍ୟାବଶ୍ୟକ ଏବଂ ମେଡିକାଲ ସାମଗ୍ରୀ ଯୋଗାଇ ଦେବ ବିଏମ୍ସି।
Also Read
ଭୁବନେଶ୍ୱରରେ ଏବେ ଆକ୍ଟିଭ୍ କେସ୍ ସଂଖ୍ୟା ରହିଛି ୧୧୬୪। ଏଠାରେ ଜୁଲାଇ ୧୨ରେ ୨୭୧, ୧୩ରେ ୨୯୫ ଓ ୧୪ରେ ୩୨୭ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେପଟେ କଟକ ଜିଲ୍ଲାରେ ଆକ୍ଟିଭ କେସ୍ ରହିଛି ୩, ୧୯୧। ଜିଲ୍ଲାରେ ୧୩ ତାରିଖରେ ୨୨୦, ୧୪ରେ ୨୮୩ ଓ ଆଜି ୩୨୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ବଢ଼ିଛି ସରକାରଙ୍କ ଚିନ୍ତା। ଉଦବେଗର ବିଷୟ ହେଲା, ଡବଲ୍ ଡୋଜ୍ ଟିକା ନେବା ପରେ ବି ଭୁବନେଶ୍ୱରରେ ଅନେକ କରୋନାରେ ସଂକ୍ରମିତ ହେଉଛନ୍ତି। ସେମାନେ ଗୁରୁତର ନହେଲେ ମଧ୍ୟ ଅନ୍ୟମାନଙ୍କୁ ସଂକ୍ରମିତ କରୁଥିବା ମୁଖ୍ୟଶାସନ ସଚିବ କହିଛନ୍ତି।