Advertisment

ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ଗର୍ଭବତୀଙ୍କୁ ଟିକାକରଣ

କୋ ୱିନ ଆପ୍‌ର ସ୍ୱତନ୍ତ୍ର ସାଇଟ୍‌ରେ ଗର୍ଭବତୀଙ୍କୁ ଟିକାକରଣ ପାଇଁ ପଞ୍ଜୀକରଣ କରାଯାଇପାରିବ । ବର୍ତ୍ତମାନ ସୁଦ୍ଧା ମୋଟ ୧ କୋଟି ୩୮ ଲକ୍ଷ ୯ ହଜାର ୭୫୬ ଡୋଜ୍ ଟିକାକରଣ ସରିଛି। ଏବେ ରାଜ୍ୟରେ ୪ ଲକ୍ଷ ୬୧ ହଜାର କୋଭିସିଲଡ୍‌ ଟିକା ମହଜୁଦ ରହିଛି ।

author-image
Minati Mishra
ଅଦ୍ୟତନ ହୋଇଛି
ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ଗର୍ଭବତୀଙ୍କୁ ଟିକାକରଣ

vaccine for pregnant women

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ଗର୍ଭବତୀଙ୍କୁ ଟିକାକରଣ। ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। କୋ ୱିନ ଆପ୍‌ର ସ୍ୱତନ୍ତ୍ର ସାଇଟ୍‌ରେ ଗର୍ଭବତୀଙ୍କୁ ଟିକାକରଣ ପାଇଁ ପଞ୍ଜୀକରଣ କରାଯାଇପାରିବ । ରାଜ୍ୟରେ ବର୍ଷକୁ ପ୍ରାୟ ୯ ଲକ୍ଷ ଗର୍ଭବତୀ ପଞ୍ଜୀକୃତ ହୋଇଥାନ୍ତି। ସେମାନଙ୍କ ମଧ୍ୟରୁ ଟିକା ପାଇଁ ସାଢ଼େ ୪ ଲକ୍ଷ ଗର୍ଭବତୀଙ୍କୁ ଠାବ କରିହେବ। ଗର୍ଭବତୀଙ୍କୁ ଠାବ କରାଯିବା ସହ ଟିକାକରଣକୁ ତ୍ୱରାନ୍ୱିତ କରାଯିବ ବୋଲି ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Advertisment

ସେହିପରି ରାଜ୍ୟରେ ମାସ୍ ଭ୍ୟାକ୍ସିନେସନ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ମୋଟ ୧ କୋଟି ୩୮ ଲକ୍ଷ ୯ ହଜାର ୭୫୬ ଡୋଜ୍ ଟିକାକରଣ ସରିଛି। ଏବେ ରାଜ୍ୟରେ ୪ ଲକ୍ଷ ୬୧ ହଜାର କୋଭିସିଲଡ୍‌ ଟିକା ମହଜୁଦ ରହିଛି । ସେହିପରି ୧ ଲକ୍ଷ ୭୯ ହଜାର ଡୋଜ୍ କୋଭାକ୍ସିନ ମହଜୁଦ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ରାଜ୍ୟରେ କରୋନା କଟକଣା କୋହଳ କରାଯାଇଛି। ସରକାର ସବୁ ଦୃଷ୍ଟିରୁ ଚିନ୍ତା କରି ଲକଡାଉନ୍ କୋହଳ କରିଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି  ସବୁ ଦାୟିତ୍ୱ ସରକାରଙ୍କର ନୁହେଁ, କମ୍ୟୁନିଟିର ସହଯୋଗ ମଧ୍ୟ ଦରକାର। ସରକାର ଓ କମ୍ୟୁନିଟି ମିଶିଲେ ଯାଇ ମହାମାରୀକୁ ନିୟନ୍ତ୍ରଣ କରିହେବ । କଟକ, ଭୁବନେଶ୍ୱରକୁ ଲୋକଙ୍କ ଯାତାୟାତ ଯୋଗୁଁ ସଂକ୍ରମଣ ବଢୁଛି।  କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ପ୍ଲାଟୋ ଅବସ୍ଥାରେ ରହୁଛି।

Advertisment

ଆଡମିଶନ, ସିଭିୟରଟି କମିଛି।  ସଂକ୍ରମଣ ଥାଇ ବି ରୋଗୀ ଗୁରୁତର ହେଉନାହାଁନ୍ତି। ଆନ୍ତର୍ଜାତିକ ରିପୋର୍ଟରେ ଟିକା ନେବାପରେ ୦.୩% ସଂକ୍ରମିତ ହେଉଛନ୍ତି। ଦ୍ୱିତୀୟ ଡୋଜ ଟିକା ନେବା ପରେ କେହି ଗୁରୁତର ହେଉନାହାଁନ୍ତି। ଟିକା ନେଲେ ରୋଗ ପ୍ରତିଷେଧକ ଶକ୍ତି ବଢୁଛି ବୋଲି କହିଛନ୍ତି ବିଜୟ ମହାପାତ୍ର।

ରାଜ୍ୟରେ କରୋନାକୁ ନେଇ ଚିନ୍ତା କମିନି, ପୁଣି ଆତଙ୍କ ସୃଷ୍ଟି କଲାଣି ଡେଙ୍ଗୁ। ଜାନୁଆରୀଠାରୁ ଏଯାବତ ଖୋର୍ଦ୍ଧା ଜିଲ୍ଲାରେ ୧୧୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଚଳିତ ମାସରେ ଖୋର୍ଦ୍ଧା ଜିଲ୍ଲାରେ ୧୦୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ଡା ନିରଞ୍ଜନ ମିଶ୍ର କହିଛନ୍ତି, ନିର୍ମଳ ପାଣିରେ ଡେଙ୍ଗୁ ମଶା ବଂଶ ବିସ୍ତାର କରେ।

ଜ୍ୱର ସହ ଗୋଡ଼ ହାତ ଘୋଳା ବିନ୍ଧା ହେଲେ ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି। ତେବେ ଡେଙ୍ଗୁ ଟେଷ୍ଟ ଘରୋଇ ମେଡିକାଲରେ ନ କରି ସରକାରୀ ଡାକ୍ତରଖାନାରେ କରାଇବାକୁ ସେ ପରାମର୍ଶ ଦେଇଛନ୍ତି। ବିଶେଷକରି କ୍ୟାପିଟାଲ, RMRC, AIIMS, ଖୋର୍ଦ୍ଧା ଜିଲ୍ଲା ମେଡିକାଲରେ ଟେଷ୍ଟ କରିବାକୁ ସେ କହିଛନ୍ତି। 

COVID-19 Vaccine COVID Vaccine Pregnant Woman
Advertisment
Advertisment