ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ସମସ୍ତ ସାପ୍ତାହିକ ହାଟ ବନ୍ଦ। ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଆସନ୍ତା ୩ ସପ୍ତାହ ପାଇଁ ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦ ରହିବ। କରୋନା ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏନେଇ ଟ୍ୱିଟ୍ କରି ଝାରସୁଗୁଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି।ପନିପରିବା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଅନ୍ୟତ୍ର ବିକ୍ରି ବ୍ୟବସ୍ଥା ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ଝାରସୁଗୁଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। […]
ନୂଆଦିଲ୍ଲୀ: କିଛି ଜିଲ୍ଲା ପାଇଁ ଦେଶ ସଂକଟରେ। ଏକଥା କହିଛନ୍ତି ଡାକ୍ତର ଭିକେ ପଲ୍। ଦେଶରେ କରୋନା ସ୍ଥିତି ନେଇ ନୀତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍ କହିଛନ୍ତି ଦେଶର କିଛି ଜିଲ୍ଲାରେ ଅବସ୍ଥା ଚିନ୍ତାଜନକ। କିଛି ଜିଲ୍ଲା ପାଇଁ ସାରା ଦେଶ ସଂକଟରେ ପଡ଼ିବା ଆଶଙ୍କା ରହିଛି। ସେହିପରି ଦେଶର ୧୦ଟି ଜିଲ୍ଲାରେ ସର୍ବାଧିକ ଆକ୍ଟିଭ କେସ୍ ଥିବା କହିଛନ୍ତି ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ସେ କହିଛନ୍ତି ଯେ ୧୦ଟିରୁ କେବଳ ମହାରାଷ୍ଟ୍ରର […]
ଭୁବନେଶ୍ୱର: ରାଜ୍ୟରେ ଚାଲିଛି କୋଭିଡ୍ ଟିକାକରଣ। ଜାନୁଆରୀରୁ ଆଜି ପର୍ଯ୍ୟନ୍ତ ମୋଟ ୨୨ ଲକ୍ଷ ୩୬ ହଜାର ୬୧୫ ଜଣଙ୍କୁ ଟିକାକରଣ ହୋଇଛି। ଏହା ମଧ୍ୟରୁ ୧୩ ଲକ୍ଷ ୪୭ ହଜାର ୭୮୭ ଜଣ ବରିଷ୍ଠ ଏବଂ ବହୁବିଧ ରୋଗାକ୍ରାନ୍ତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷ କୋଭିସିଲ୍ଡ ଏବଂ କୋଭାକ୍ସିନ ଟିକା ପହଞ୍ଚି ସାରିଛି। ଏବେ ଓଡିଶାରେ ୧୭ଲକ୍ଷ ଡୋଜ ଟିକା ମହଜୁଦ ଅଛି। ଏପ୍ରିଲ ୧ ରୁ ଦୈନିକ ୨ ଲକ୍ଷ ଟିକାକରଣ କରାଯିବ। […]
ଉହାନ୍: ଚୀନ୍ର ଉହାନ୍ ଲାବ୍ରୁ କରୋନା ଭୂତାଣୁ ଲିକ୍ ଆଶଙ୍କା ଅତି କ୍ଷୀଣ। ବହୁ ପ୍ରତୀକ୍ଷିତ କୋଭିଡ୍ ଉତ୍ପତ୍ତିସ୍ଥଳ ସଂପର୍କିତ ରିପୋର୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ଉଲ୍ଲେଖ କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପ୍ରଥମେ ଉହାନ୍ ଆମିଷ ମାର୍କେଟ୍ ଏବଂ ପରେ ସେଠାରେ ଥିବା ଚୀନ୍ ସରକାରଙ୍କ ଅଧିକୃତ ଏକ ପ୍ରୟୋଗଶାଳାରୁ କରୋନା ସଂକ୍ରମଣ ବ୍ୟାପିଥିବା ଚର୍ଚ୍ଚା ହେଉଥିଲା। ଲ୍ୟାବ୍ରୁ ଭୂତାଣୁର ଉତ୍ପତ୍ତି ନେଇ ବହୁ ବୈଜ୍ଞାନିକ ଓ ଗବେଷକ ମଧ୍ୟ ଦାବି […]
ଭୁବନେଶ୍ୱର: ୫ ଦିନ ହେବ ୨ଶହ ଉପରେ ଟ୍ରେଣ୍ଡ ରାଜ୍ୟରେ ବଢି ଚାଲିଥିବା କରୋନାର ଦୈନିକ ସଂକ୍ରମଣ ହାର ଚିନ୍ତା ବଢାଇଛି। ଆଜି ଚିହ୍ନଟ ୨୦୮ ଜଣଙ୍କ ମଧ୍ୟରୁ ୩୬ ଜଣ କେବଳ ନୂଆପଡ଼ା ଜିଲ୍ଲାର ଛତିଶଗଡ ସୀମାକୁ ଲାଗିଥିବା ନୂଆପଡା ଜିଲ୍ଲା ଧୀରେ ଧୀରେ ହଟ୍ସ୍ପଟ୍ ପାଲଟିବାରେ ଲାଗିଛି। ସିନାପାଲି ପରେ କୋମନା ବ୍ଲକରେ ସଂକ୍ରମଣ ବ୍ୟାପୁଛି। ଫଳରେ ଦୁଇଟି ଗାଁରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। ସ୍ଥାନୀୟ ସରପଞ୍ଚ ଘରକୁ ଘର ବୁଲି ଲୋକଙ୍କୁ […]
ଭବାନୀପାଟଣା: ଭବାନୀପାଟଣାରେ ଏକ ଘରୋଇ କଲେଜ(ପ୍ରଗତି କଲେଜ)ରେ ୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭବାନୀପାଟଣା ସ୍ଥିତ ପ୍ରଗତି କଲେଜର ୩୨ ପିଲା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଣ୍ଟିଜେନ୍ ଟେଷ୍ଟରେ ସମସ୍ତେ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ଛାତ୍ରଛାତ୍ରୀ କଲେଜ ହଷ୍ଟେଲର ଅନ୍ତେବାସୀ। ଗୋଟିଏ କଲେଜରୁ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ବାହାରିଥିବାରୁ ପ୍ରଗତି କଲେଜକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି କଟକଣା […]
ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାର ଅଭାବ ଥିବା ଓ ଟିକା ଯୋଗାଣରେ କେନ୍ଦ୍ର ପାତର ଅନ୍ତର କରୁଥିବା ଅଭିଯୋଗକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଖଣ୍ଡନ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଏସିଏସ୍ ପ୍ରଦୀପ୍ତ ମହାପାତ୍ରଙ୍କୁ ଚିଠି ଲେଖି ରାଜେଶ ଭୂଷଣ କହିଛନ୍ତି, ମାର୍ଚ୍ଚ ୨୭ ସୁଦ୍ଧା ଓଡ଼ିଶାକୁ ୩୪ ଲକ୍ଷ ୪୬ ହଜାର ୭୬୦ ଡୋଜ୍ ଟିକା ଦିଆଯାଇଛି। ରାଜ୍ୟ ସରକାର ଏ ଯାଏ ୨୨ ଲକ୍ଷ ୯୭ ହଜାର ୪୩୧ ଡୋଜ୍ ଟିକା ପ୍ରଦାନ […]
ଭୁବନେଶ୍ୱର: ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଛି। କରୋନା ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ନୀରଜ ମିଶ୍ର ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଛି। ପ୍ରଥମେ ଏହା ମହାରାଷ୍ଟ୍ର, ଆନ୍ଧ୍ର, ଛିତିଶଗଡ଼ ଓ ପଞ୍ଜାବ ଭଳି ରାଜ୍ୟରେ ଥିଲା। ଏବେ ଆମେ ଏହି ଷ୍ଟେଜ୍ରେ ପହଞ୍ଚିଲେଣି। ସଂକ୍ରମଣ ୪ ଗୁଣା ବଢିଲାଣି। ଗହଳି ଜାଗାରୁ ଅଧିକ ସଂକ୍ରମଣ ହେଉଛି। ସେଭଳି ସ୍ଥାନରେ ଡବଲ ମାସ୍କପିନ୍ଧିବା ପାଇଁ ନିବେଦନ କରିଛନ୍ତି। ସେହିପରି […]
ଝାରସୁଗୁଡ଼ା: ଝାରସୁଗୁଡ଼ା ସରକାରୀ ଇଂଜିନିୟରିଂ କଲେଜରୁ ୨୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୧ ଚିହ୍ନଟଙ୍କ ମଧ୍ୟରେ ୮ ଛାତ୍ର, ୧୩ ଶିକ୍ଷକ ଓ କର୍ମଚାରୀ ଅଛନ୍ତି। ଜଣେ ଆକ୍ରାନ୍ତ ଚିହ୍ନଟ ପରେ ୧୦୦ ଜଣଙ୍କ ସାମ୍ପଲ ନିଆଯାଇଥିଲା। ୧୦୦ଟି ସାମ୍ପଲ ଟେଷ୍ଟ ପରେ ୨୧ ପଜିଟିଭ ସୂଚନା ମିଳିଛି। ପଜିଟିଭ ଚିହ୍ନଟ ମାନଙ୍କୁ ଆଇସୋଲେସନରେ ରଖାଯାଇଥିବା ସୂଚନା ମିଳିଛି। ଗତ ୨୫ ତାରିଖରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏନେଇ ପିଜି କାଉନସିଲ୍ […]
ମୁମ୍ବାଇ: ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ ଜାରି ହେବାନେଇ ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ରୂପ ନେଉଥିବାରୁ ଏହି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଭିଡ଼ ହ୍ରାସ, ଦିନକୁ ଦିନ ବଢଥିବା ସଂକ୍ରମଣକୁ ରୋକିବା ପାଇଁ କିଛି କଡ଼ା ପଦକ୍ଷେପ ନେବା ପାଇଁ ଓ ଏହାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା […]
ଭୁବନେଶ୍ୱର: ସପ୍ତାହେ ଧରି ଶହେ ଉପରେ ରହୁଥିବା କରୋନା ଗ୍ରାଫ୍ ଦୁଇ ଶହ ପାର୍ କରିଛି। ଆଜି ୨୧୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଆସିଥିବା ଦୈନିକ ସଂକ୍ରମଣ ତଥ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩ ଜଣ ଅଛନ୍ତି। ସୁନ୍ଦରଗଡ଼ରୁ ୨୭ ଥିବାବେଳେ ବଲାଙ୍ଗିର ଓ କଟକରୁ ୨୦ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ଟିଭ୍ କେସ୍ ୧୧ଶହ ୫୧କୁ ଛୁଇଁଛି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ଟପିଥିଲେ ବି ଓଡ଼ିଶା ସ୍ଥିତି […]
କଟକ: ଚଣ୍ଡି ଛକରେ ଥିବା ଏକ କୋଚିଂ ସେଣ୍ଟର ସିଲ୍। କୋଭିଡ୍ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ CMC ସିଲ୍ କରିଛି। ସକାଳେ ରାଣୀହାଟରେ ଏକ ସପିଂ କଂପ୍ଲେକ୍ସ ସିଲ୍ କରାଯାଇଥିଲା। ସେପଟେ ଆଜି ଓଡ଼ିଶାରେ ୨୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୨୬ ଜଣ କ୍ୱାରେଣ୍ଟିନରେ ଥିବାବେଳେ୮୮ ଟି ଲୋକାଲ କେସ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକରୁ ୨୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ୩ କରୋନା ଆକ୍ରାନ୍ତ […]
କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ପିଜି କାଉନସିଲ୍ ଚେୟାରମ୍ୟାନ୍ ସ୍ମୃତିପ୍ରଭା ଦାସ ସୂଚନା ଦେଇଛନ୍ତି। ୩ ଜଣଙ୍କ ମଧ୍ୟରେ ୨ ଅଧ୍ୟାପିକା ଓ ଜଣେ ବିଦ୍ୟାର୍ଥୀ ଅଛନ୍ତି। ସେ କହିଛନ୍ତି ଯେ ଏବେ ପାଠ ପଢ଼ା ଜାରି ରହିବ। ଅଫ୍ଲାଇନ୍ରେ ନ ହେଲେ ବି ଅନ୍ଲାଇନ୍ରେ ହେବ। ତେବେ ରେଭେନ୍ସା ଇନଚାର୍ଜ କୁଳପତି ଅପରାଜିତା ଚୌଧୁରୀଙ୍କ ସୂଚନା ଅନୁସାରେ ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ରେଭେନ୍ସା ବିଶ୍ୱବିଦ୍ୟାଳୟର ପରୀକ୍ଷା ବନ୍ଦ […]
ରାଞ୍ଚି: କରୋନା ଟିକା ନେବା ପରେବି ବିଜେପି ବିଧାୟକଙ୍କୁ କରୋନା। ଝାରଖଣ୍ଡ ବୋକାରୋର ବିଜେପି ବିଧାୟକ ବିରଞ୍ଚି ନାରାୟଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ବିଧାନସଭା ବଜେଟ୍ ଅଧିବେଶନରେ ଯୋଗଦେବାର ଗୋଟିଏ ଦିନ ପରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ସେ ଝାରଖଣ୍ଡ ବିଧାନସଭାର ମୁଖ୍ୟ ସଚେତକ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ଗତ ୧୨ ତାରିଖରେ ସେ କରୋନା ଭ୍ୟାକ୍ସିନ୍ର ପ୍ରଥମ ଡୋଜ୍ ନେଇଥିଲେ। ହେଲେ ୨୪ ତାରିଖରେ କରୋନାରେ ଆକ୍ରାନ୍ତ ହେବାରୁ ସମସ୍ତଙ୍କ ଚିନ୍ତା […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ୟୁକେ ଷ୍ଟ୍ରେନ୍ ରହିଛି। ୩ ୟୁକେ ଷ୍ଟ୍ରେନ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ନେସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ନିର୍ଦ୍ଦେଶକ ଏସ୍.କେ ସିଂହ କହିଛନ୍ତି, ୧୮ଟି ରାଜ୍ୟରୁ ମୋଟ ୭୭୧ ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି।୭୭୧ରୁ ୭୩୬ଟି ହେଉଛି ୟୁକେ ଷ୍ଟ୍ରେନ୍। ଅନ୍ୟ ୩୪ଟି ଦକ୍ଷିଣ ଆଫ୍ରିକା ଏବଂ ଗୋଟିଏ ବ୍ରାଜିଲ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ମୋଟ ୭୩୬ ୟୁକେ ଷ୍ଟ୍ରେନ୍ ଭିତରୁ […]
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଦୋଳ ଓ ହୋଲି ପାଇଁ ଗାଇଡଲାଇନ ଜାରି ହୋଇଛି। ସର୍ବସାଧାରଣ ସ୍ଥାନରେ ହୋଲି ଖେଳ ମନା କରାଯାଇଛି। କେବଳ ଘରେ ଖେଳିବାକୁ ପରାମର୍ଶ ଦିଆଯାଇଛି। ମନ୍ଦିରରେ ଦୋଳ ନୀତି ସର୍ବାଧିକ ୨୦ ଜଣଙ୍କୁ ନେଇ ପାଳନ କରିପାରିବେ। ଦୋଳ ମେଳଣରେ ମାସ୍କ ବାଧ୍ୟତାମୂଳକ, ୧୦୦ ଜଣଙ୍କୁ ଅନୁମତି ମିଳିଛି। ପ୍ରତ୍ୟେକ ଦୋଳ ବିମାନ ସାଙ୍ଗରେ ଯିବାକୁ ୬ ଜଣଙ୍କୁ ଅନୁମତି ମିଳିଛି। ବାଜା, ନାଚଗୀତ, ମୀନାବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବାରଣ […]
ଭୁବନେଶ୍ୱର: ଭୁବନେଶ୍ୱରେ ବଢୁଛି କରୋନା ସଂକ୍ରମଣ। ବିଏମ୍ସିରେ କୋଭିଡ୍ ସ୍ଥିତି ନେଇ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ଭୁବନେଶ୍ୱରରେ ଟେଷ୍ଟିଂ ବଢାଯିବ। କଣ୍ଟାକ୍ଟ ଟ୍ରେସିଂ, ଆଇସୋଲେସନ୍ ଉପରେ ଗୁରୁତ୍ୱ ଦିଆଯିବ। ସେହିପରି ଏୟାରପୋର୍ଟ ଓ ଷ୍ଟେସନରେ ଯାଂଚ କଡ଼ାକଡ଼ି କରାଯିବ। RT-PCR ଟେଷ୍ଟ ସଂଖ୍ୟା ବଢାଯିବ ବୋଲି ସେ କହିଛନ୍ତି। ପଜିଟିଭ ଚିହ୍ନଟ ପରେ XIMBକୁ ସିଲ୍ କରିଦିଆଯାଇଛି। ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ଟେଷ୍ଟିଂ କରାଯାଉଛି। ଯାହାର କଣ୍ଟାକ୍ଟ ଅଛି ସେମାନଙ୍କର ନିଶ୍ଚିତ […]
ଭୁବନେଶ୍ୱର: ଓଟିଭି ଗ୍ରାଫିକ୍ସ ଓ ଲୋଗୋକୁ ବ୍ୟବହାର କରି ସୋସିଆଲ ମିଡିଆରେ ବ୍ରହ୍ମପୁର ସହର ସଟଡାଉନ୍ ନେଇ ପ୍ରସାରିତ ହେଉଛି ମିଛ ଖବର। ଓଟିଭି ଚଳିତ ବର୍ଷ ବ୍ରହ୍ମପୁର ସହର ସଟ୍ଡାଉନ୍ ନେଇ କୌଣସି ଖବର ପ୍ରସାରଣ କରିନାହିଁ। #ବ୍ରହ୍ମପୁର_ସଟ୍ଡାଉନ୍_ଖବର_ମିଛ#OTV ଗ୍ରାଫିକ୍ସ ଓ ଲୋଗୋକୁ ବ୍ୟବହାର କରି ସୋସିଆଲ ମିଡିଆରେ ବ୍ରହ୍ମପୁର ସହର ସଟଡାଉନ୍ ନେଇ ପ୍ରସାରିତ ହେଉଥିବା ଖବର ମିଛ #FakeNews #Odisha pic.twitter.com/r4imfQV7Zp — ଓଟିଭି (@otvkhabar) March 21, 2021 କେବଳ ଓଟିଭି […]
ଭୁବନେଶ୍ୱର: କରୋନାର ଦୈନିକ ସଂକ୍ରମଣ ବଢାଉଛି ଚିନ୍ତା। ରାଜ୍ୟରେ ଗତ ଦୁଇଦିନ ସଂକ୍ରମିତଙ୍କ ସଂଖ୍ୟା ଶହେରୁ ଅଧିକ ରହୁଥିବା ବେଳେ ଆଜି କିନ୍ତୁ ୯୮କୁ ଖସି ଆସିଛି। ତେବେ ୮ ଦିନର ବ୍ୟବଧାନ ପରେ ରାଜ୍ୟରେ ଆଉ ଏକ ଜୀବନ ନେଇଛି କରୋନା। ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲାରୁ ହୋଇଥିବା ବେଳେ ସେହି ଖୋର୍ଦ୍ଧାରୁ ସର୍ବାଧିକ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେପଟେ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲରେ ସଂକ୍ରମଣ ବ୍ୟାପୁଥିବାରୁ କଟକର ସବୁ ଶିକ୍ଷାନୁଷ୍ଠାନରେ କୋଭିଡ୍ ଟେଷ୍ଟକୁ […]
ଭୁବନେଶ୍ୱର: ଦେଶରେ ଦୈନିକ କରୋନା ସଂକ୍ରମଣ ୨୫ ହଜାର ଟପିବାକୁ ବସିଥିବା ବେଳେ ବିମାନ ବନ୍ଦରରେ କଡ଼ାକଡ଼ି ହେଲା କୋଭିଡ୍ କଟକଣା। ଏଣିକି ଆଉ ଢିଲା ଦେଇପାରିବେନି ଯାତ୍ରୀ। ବିମାନରେ ବସିବା ବେଳେ ମାସ୍କ ପିନ୍ଧିବା ହେବ ବାଧ୍ୟତାମୂଳକ। କିଛି ରାଜ୍ୟରେ କରୋନା ପୁଣି ଥରେ କଡ଼ ଲେଉଟାଇବା ପରେ ଏନେଇ କଡ଼ାକଡ଼ି ନିର୍ଦ୍ଦେଶନାମା ଜାରି କରିଛନ୍ତି DGCA। ଯାତ୍ରା ବିମାନବନ୍ଦର ଭିତରେ ଓ ବିମାନ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏପରିକି ନାକ ତଳକୁ ମାସ୍କ […]
ଭୁବନେଶ୍ୱର: ୨୫ ଜଣ ଭିସୁଟ୍ ଛାତ୍ର କୋଭିଡ୍ ପଜିଟିଭ ରିପୋର୍ଟ ନେଇ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟୀକରଣ ଦେଇଛି। ବୁର୍ଲା ଭିସୁଟ୍ରେ କୌଣସି ଛାତ୍ର କରୋନା ଆକ୍ରାନ୍ତ ହୋଇନାହାନ୍ତି। ପରୀକ୍ଷା କରାଯାଇଥିବା କିଟ୍ ଖରାପ ଥିଲା, ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଭିସୁଟ୍ର ୨୫ରୁ ଅଧିକ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। ଭିସୁଟ୍କୁ କଣ୍ଟେନମେଣ୍ଟ ଜୋନ୍ ଓ ସଟ୍ଡାଉନ୍ କରାଯାଇଥିଲା। […]
ନୂଆଦିଲ୍ଲୀ: ଘରୋଇ ହସ୍ପିଟାଲରେ ଟିକା ଦର କେନ୍ଦ୍ର ସରକାର ଧାର୍ଯ୍ୟ କରିଛନ୍ତି। ଟିକା ଡୋଜ୍ ପିଛା କେନ୍ଦ୍ର ୨୫୦ ଟଙ୍କା ଦର ରଖିଥିବା ANI ସୂତ୍ରରୁ ସୂଚନା ଦିଆଯାଇଛି। ଟିକା ପାଇଁ ସର୍ଭିସ ଚାର୍ଜ ୧୦୦ ଟଙ୍କା ଧାର୍ଯ୍ୟ କରଯାଇଥିବା ସୂଚନା ଦିଆଯାଇଛି। ତେବେ ସରକାରୀ ହସ୍ପିଟାଲରେ ଟିକା ସଂପୂର୍ଣ୍ଣ ମାଗଣାରେ ମିଳିବ। ଘରୋଇ କେନ୍ଦ୍ରରେ ଟିକା ଦେବା ପାଇଁ ନିର୍ଦ୍ଦିଷ୍ଟ ଅର୍ଥ ଦେବାକୁ ପଡ଼ିବ। ତେବେ କେତେ ଟଙ୍କା ଦେବାକୁ ପଡ଼ିବ, ୩/୪ ଦିନ ମଧ୍ୟରେ […]
ଭୁବନେଶ୍ୱର: ମାର୍ଚ୍ଚ ପାଇଁ ଗାଇଡଲାଇନ ରାଜ୍ୟ ସରକାର କରିଛନ୍ତି। କରୋନା ପାଇଁ ରାଜ୍ୟ ସରକାରଙ୍କ ମାର୍ଚ୍ଚ ଗାଇଡଲାଇନ ଅନୁସାରେ ଜିଲ୍ଲାପାଳ, ସ୍ଥାନୀୟ ଅଧିକାରୀ ସତର୍କତାର ସହ କଣ୍ଟେନମେଣ୍ଟ କରିପାରିବେ। ଜନସଚେତନତା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଯାତ୍ରା ପାଇଁ ରାଜ୍ୟ ସରକାର କଟକଣା କୋହଳ କରିଛନ୍ତି। ଯାତ୍ରା, ଅପେରା ପାଇଁ ସର୍ବାଧିକ ୨ହଜାର ଦର୍ଶକଙ୍କୁ ଅନୁମତି ମିଳିବ। ଜିଲ୍ଲାପାଳ, କମିଶନରଙ୍କ ଅନୁମତି ନେଇ ପରିବେଷଣ ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କରୋନାର […]
ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଲା ଆଇସୋଲେସନ୍ ପ୍ରକ୍ରିୟା। ୧୧ଟି ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ଲାଗି କଟକଣା ଲାଗୁ ହୋଇଛି। ୧୧ ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କୁ ବାହାରେ ବୁଲିବା ମନା ହୋଇଛି। ପ୍ରବାସୀଙ୍କ ଲାଗି ୭ ଦିନ ହୋମ୍ ଆଇସୋଲେସନ୍ ବାଧ୍ୟତାମୂଳକ କରାଯାଇଛି। ପହଞ୍ଚିବା ପରେ ରେଳ ଷ୍ଟେସନ୍ ଓ ଏୟାରପୋର୍ଟରେ ସ୍କ୍ରିନିଂ ହେବ। ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଛତିଶଗଡ଼ରୁ ଫେରିଲେ ସ୍କ୍ରିନିଂ କରାଯିବ। ମଧ୍ୟପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ପଞ୍ଜାବରୁ ଫେରିଲେ ସ୍କ୍ରିନିଂ କରାଯିବ। ସେହିପରି କର୍ଣ୍ଣାଟକ, ଦିଲ୍ଲୀ […]
ନୂଆଦିଲ୍ଲୀ: ଦେଶରେ ପୁଣି ବେକାବୁ ହେବାକୁ ବସିଲାଣି କରୋନା ! ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜରାଟ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଜାମ୍ମୁ ଓ କାଶ୍ମୀର , ଏହି ୧୦ ରାଜ୍ୟରେ ପୁଣି ନିୟନ୍ତ୍ରଣ ବାହାରକୁ କରୋନା ଯାଇପାରେ। ସଂକ୍ରମଣ ରୋକିବାକୁ ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କେନ୍ଦ୍ରୀୟ ଟିମ୍ ନିୟୋଜିତ ହୋଇଛି। ଇତି ମଧ୍ୟରେ କରୋନା ଯୋଗୁଁ ମାର୍ଚ୍ଚ ମାସ ପାଇଁ କେନ୍ଦ୍ର ଗାଇଡଲାଇନ ଜାରି କରିଛି। କଣ୍ଟେନମେଣ୍ଟ, ସର୍ଭେଲାନ୍ସ […]