/odishatv-khabar/media/post_attachments/uploadimage/library/16_9/16_9_0/IMAGE_1626437945.jpg)
Lav Agrawal
ନୂଆଦିଲ୍ଲୀ: ଅନ୍ୟ ଭାରିଆଣ୍ଟ ଅପେକ୍ଷା ଡେଲଟା ଯୋଗୁଁ ଅଧିକାଂଶ ଭାରତୀୟ ସଂକ୍ରମିତ । ICMR ପକ୍ଷରୁ କରାଯାଇଥିବା ସର୍ଭେରେ ଡେଲଟା ଅଧିକ ପ୍ରଭାବୀ ବୋଲି ସ୍ପଷ୍ଟ ହୋଇଛି । ୧୭ ରାଜ୍ୟରୁ ନିଆଯାଇଥିବା ୬୭୭ ସାମ୍ପୁଲ ପରୀକ୍ଷଣରୁ ସ୍ପଷ୍ଟ କଲା ICMR । ଗୋଟିଏ ଡୋଜ୍ ବା ଉଭୟ ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କୁ ନେଇ ସର୍ଭେ କରାଯାଇଥିଲା । ୬୭୭ ମଧ୍ୟରୁ ୮୬ ପ୍ରତିଶତ ଡେଲଟା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ଥିବା ଜଣାପଡ଼ିଛି ।
ତେବେ ମାତ୍ର ୯.୮% ସଂକ୍ରମିତଙ୍କୁ ହସ୍ପିଟାଲରେ ଆଡମିଶନ କରାଯାଇଥିବା ବେଳେ ୦.୪% ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଉତ୍ତର ଭାରତରେ ଆଲଫା ଏବଂ ଅନ୍ୟ ଅଞ୍ଚଳରେ ଡେଲଟା ପ୍ରାଦୁର୍ଭାବ ବେଶି ଦେଖାଯାଇଛି । ସଂକ୍ରମିତଙ୍କ ମଧ୍ୟରୁ ୭୧ % ଲକ୍ଷଣଯୁକ୍ତ ରହିଥିବା ବେଳେ ବାକି ୨୯% ଲକ୍ଷଣହୀନ ଥିବା ରିପୋର୍ଟ କହୁଛି ।
Also Read
ସବୁଠାରୁ ବଡ଼ କଥା ହେଲା ଟିକା ଯୋଗୁଁ ରୋଗୀ ଗୁରୁତର ହେବା ଏବଂ ହସ୍ପିଟାଲ ଯିବା ସଂଖ୍ୟା ହ୍ରାସ ପାଇଛି । ଆକ୍ରାନ୍ତ ହେଲେ ମଧ୍ୟ ଲୋକେ ଅଧିକ ଗୁରୁତର ହେଉନାହାନ୍ତି । କାରଣ ସେମାନେ ଟିକାର ଦୁଇଟି ଯାକ ଡୋଜ ନେଇ ସାରିଛନ୍ତି । ଯେଉଁମାନେ ଟିକା ନେଇ ନାହାନ୍ତି ସେମାନଙ୍କୁ ଆଧିକରୁ ଅଧିକ ସତର୍କ ରହିବାକୁ ପଡ଼ିବ । ଏହାସହ ଯେଉଁମାନେ ଦୁଇଟି ଯାକ ଡୋଜ୍ ଟିକା ନେଇ ସାରିଛନ୍ତି, ସେମାନେହ ମଧ୍ୟ ସତର୍କ ରହିବାକୁ ପଡ଼ିବ । ନଚେତ ତୃତୀୟ ଲହର ଆସିବାର ସମ୍ଭାବନା ରହିବ । ୬୭୭ ସାମ୍ପଲ ମଧ୍ୟରୁ ୮୫ ଜଣ ପ୍ରଥମ ଡୋଜ୍ ଓ ବାକି ୨ୟ ଡୋଜ୍ ପରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଏବେ ବି ୪୭ ଜିଲ୍ଲାରେ ପଜିଟିଭିଟି ୧୦ ପ୍ରତିଶତ ଉପରେ ରହିଛି । ମଣିପୁରର ସର୍ବାଧିକ ୯ଟି ଜିଲ୍ଲାରେ ପଜିଟିଭିଟି ୧୦% ଉପରେ ରହିଛି । କେରଳରେ ୮, ରାଜସ୍ଥାନରେ ୬ଟି ଜିଲ୍ଲାରେ ପଜିଟିଭିଟି ୧୦% ଉପରେ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)