କରୋନା ଟିକାକୁ ନେଇ ବଢ଼ୁଛି ଆଶା। ପ୍ରଥମ ସମ୍ଭାବ୍ୟ ଭ୍ୟାକସିନ୍ ଭାବେ କ୍ଲିନିକାଲ୍ ଟ୍ରାଏଲ୍ ସଫଳ ହୋଇଥିବା ଦାବି କଲା ଋଷ୍ର ସେଚେନୋଭ୍ ବିଶ୍ୱବିଦ୍ୟାଳୟ। ଏହା ମଣିଷର ସ୍ୱାସ୍ଥ୍ୟ ପ୍ରତି ନିରାପଦ ବୋଲି ସୁନିଶ୍ଚିତ ହୋଇଥିବା ଦାବି କରାଯାଇଛି। ଏନେଇ ଦିଲ୍ଲୀ ସ୍ଥିତ ଋଷ ଦୂତାବାସ ପକ୍ଷରୁ ମଧ୍ୟ ଟୁଇଟ୍ କରାଯାଇଛି। ଜୁନ୍ ୧୮ରୁ ୨ଟି ପର୍ଯ୍ୟାୟରେ ଏହି ସମ୍ଭାବ୍ୟ ଟିକାର କ୍ଲିନିକାଲ୍ ଟ୍ରାଏଲ୍ ସେଚେନୋଭ୍ ଫାଷ୍ଟ୍ ମସ୍କୋ ଷ୍ଟେଟ୍ ମେଡିକାଲ୍ ୟୁନିଭର୍ସିଟିରେ ହୋଇଥିଲା। ଜୁନ୍ ୧୮ରେ […]
ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପି ଚାଲିଛି। କିନ୍ତୁ ଏହା ମଧ୍ୟରେ ଆଶ୍ୱସ୍ତିକର କଥା ହେଉଛି ଯେ ଦେଶରେ କରୋନା ମୃତ୍ୟୁ ହାର ହ୍ରାସ ପାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ମାସକ ତଳେ ଦେଶରେ କୋଭିଡ୍-୧୯ ମୃତ୍ୟୁ ହାର ୨.୮୨ ପ୍ରତିଶତ ଥିଲା, କିନ୍ତୁ ଏହା ଏବେ ୨.୭୨ ପ୍ରତିଶତକୁ ହ୍ରାସ ପାଇଛି, ଯାହା ଅନ୍ୟ ଦେଶ ତୁଳନାରେ ବହୁତ କମ୍। ମନ୍ତ୍ରାଳୟ […]
ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ଅଣାୟତ ହେବାରେ ଲାଗିଛି କରୋନାଭାଇରସ୍। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପାଖାପାଖି ୨୩ହଜାର ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଦିନକରେ ମୋଟ ୨୨,୭୫୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ଭିତରେ ୪୮୨ ଜଣ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି। ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୪୨,୪୧୭ରେ ପହଞ୍ଚିଯାଇଛି। ସେହିପରି ମୃତ୍ୟୁ ସଂଖ୍ୟା ୨୦,୬୪୨କୁ ବୃଦ୍ଧି […]
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହି ମହାମାରୀରେ ପ୍ରଭାବିତ ହୋଇଛନ୍ତି ବିଏସଏଫର କର୍ମଚାରୀ। ଗତ ୨୪ ଘଣ୍ଟାରେ ବିଏସଏଫର ୩୬ଜଣ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। In the last 24 hours, 36 more Border Security Force (BSF) personnel tested positive for #COVID19 and 33 have recovered. There are 526 active cases and 817 personnel have recovered till date: […]
ନୂଆଦିଲ୍ଲୀ: ଅଗଷ୍ଟ ୧୫ ସୁଦ୍ଧା କରୋନା ଭାକସିନ୍ ‘କୋଭାକ୍ସିନ’ର ଲୋକାର୍ପଣ ଲାଗି ଆଇସିଏମ୍ଆରର ନିଷ୍ପତ୍ତିକୁ ନେଇ ବିବାଦ ଦେଖା ଦେଇଛି। ତେବେ ବିବାଦ ଅଧିକ ଘନେଇବାରୁ ଆଇସିଏମ୍ଆର ଏନେଇ ସ୍ପଷ୍ଟୀକରଣ ଦେଇଛି। ଆଇସିଏମ୍ଆର କହିଛି ଯେ ‘କୋଭାକ୍ସିନ’ ଲୋକାର୍ପଣ ପୂର୍ବରୁ ମାନବିକ ସୁରକ୍ଷାକୁ ସର୍ବୋପରି ପ୍ରାଧାନ୍ୟ ଦିଆଯାଇଛି। ମାନବିକ ସୁରକ୍ଷାକୁ ଅକ୍ଷୁର୍ଣ୍ଣ ରଖିବା ସହ ସଂସ୍ଥା କେବଳ ନାଲିଫିତାବାଦ ବିଳମ୍ବକୁ ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ନେଇଛି। ତେବେ ‘କୋଭାକ୍ସିନ’ର ମାନବିକ ପ୍ରୟୋଗକୁ ନେଇ କୌଣସି ପ୍ରକାର ସନ୍ଦେହ […]
କ୍ୟାଟେଗୋରୀ A ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର।
ସେହିପରି କୋଭିଡରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ତାଙ୍କୁ ଏବେ ଅକ୍ସିଜେନ୍ ସପୋର୍ଟର ଆବଶ୍ୟକତା ନାହିଁ। ତାଙ୍କର କିଡନୀ ଜନିତ ସମସ୍ୟା ଥିଲା ତାହାର ଏବେ ଚିକିତ୍ସା ଚାଲିଛି ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସର ଅଧୀକ୍ଷକ କହିଛନ୍ତି।
ସେହିପିରି ସ୍କୁଲ, କଲେଜ, କୋଚିଂ ସେଣ୍ଟର ପୂର୍ବପରି ବନ୍ଦ ରହିବ। ବାର୍ ବନ୍ଦ ରହିବ କିନ୍ତୁ ରେଷ୍ଟୁରାଣ୍ଟ ଖାଦ୍ୟ ପାର୍ସଲ ଦେଇପାରିବେ। କାଟେଗୋରୀ ବି ଜିଲ୍ଲାରେ ସାପ୍ତାହିକ ଓ ଦୈନିକ ହାଟ ବନ୍ଦ ରହିବ ବୋଲି ସରକାର ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ରାଜ୍ୟରେ ଅଗଷ୍ଟ ୧ ଯାଏ ଆଂଶିକ ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି। ଏନେଇ ଆଜି ମୁଖ୍ୟ ସଚିବ ଘୋଷଣା କରିଛନ୍ତି।
ନୂଆଦିଲ୍ଲୀ: ଜୁଲାଇ ବେଳକୁ ଭାରତରେ ମିଳିପାରେ ଫାଇଜର ଟିକା। ଆମେ ଫାଇଜର ସହ ଯୋଗାଯୋଗରେ ଅଛୁ ବୋଲି ନିତି ଆୟୋଗ ସଦସ୍ୟ ଭିକେ ପଲ୍ କହିଛନ୍ତି। ଫାଇଜର ଆମଠାରୁ କଣ ଆଶା କରୁଛି ସେନେଇ ଆଲୋଚନା ଚାଲିଛି। ଆମେ ତାଠାରୁ କଣ ଆଶା ରଖିଛୁ, ସେନେଇ ଆଲୋଚନା ଚାଲିଛି। ଭାରତ ପାଇଁ ଲାଇସେନ୍ସ ପାଇବାକୁ ଫାଇଜର ଆବେଦନ କରିବ। ଆବେଦନ କରିବା ପରେ ବିଚାରକୁ ନିଆଯାଇ ମଂଜୁରୀ ବ୍ୟବସ୍ଥା କରାଯିବ। ସେହିପରି ଟିକା ନେଇ ଥିବା ସଂଶୟ […]
ଭୁବନେଶ୍ୱର: ପାରାଦୀପ ଗଡ଼ରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ୧୫ ଜଣ ଅସୁସ୍ଥ ହୋଇଛନ୍ତି। ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟ ଓ ବରଫ କଳରୁ ଲିକ୍ ହୋଇଥିବା ନେଇ ସୂଚନା ମିଳିଛି। ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ SCB ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ଭିତରେ ୮ ବର୍ଷର ଶିଶୁ ରହିଛି। ଆମୋନିଆ ଗ୍ୟାସ୍ ଲିକ୍ର କାରଣ ଜଣାପଡ଼ିନାହିଁ। ଗ୍ୟାସ୍ ନିୟନ୍ତ୍ରଣ କରିବାକୁ ପାଖ ଶିଳ୍ପାଞ୍ଚଳର ଟେକ୍ନିସିଆନକୁ ଡକାଯାଇଛି। ଗ୍ୟାସ ଲିକ ନେଇ ଫ୍ୟା୍ରି ଆଣ୍ଡ ବଏଲର୍ […]
ଭୁବନେଶ୍ୱର: ଦେଶରେ କରୋନାର ଦ୍ୱିତୀୟ ଲହରରେ ଅଧତ୍କ ଶିଶୁ ସଂକ୍ରମିତ ହେଉଛନ୍ତି। ୨ରୁ ୧୮ ବର୍ଷ ବୟସ୍କ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଛୋଟ ପିଲାଙ୍କ କ୍ଷେତ୍ରରେ କରୋନା ମୁକାବିଲା ନେଇ ACS ମାର୍ଗଦର୍ଶିକା ଜାରି କରିଛନ୍ତି। ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ACS ଚିଠି କରିଛନ୍ତି। ସେଥିରେ ଉଲ୍ଲେଖ ରହିଛି ଯେ- କୋଭିଡ୍ ପଜିଟିଭ ଚିହ୍ନଟ ଅଭିଭାବକ ଯଥାସମ୍ଭବ ଆଇସୋଲେସନରେ ରୁହନ୍ତୁ। ଛୋଟପିଲାଙ୍କୁ ସେମାନଙ୍କଠାରୁ ଦୂରେଇ ଅନ୍ୟତ୍ର ରଖିବାର ବ୍ୟବସ୍ଥା ହେଉ। ନବଜାତ ଶିଶୁର […]
ଭୁବନେଶ୍ୱର: ଶିଶୁଙ୍କ କ୍ଷେତ୍ରରେ କରୋନା ମୁକାବିଲା ନେଇ ସ୍ୱତନ୍ତ୍ର ରଣନୀତି ତିଆରି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଚିବ ଏନେଇ ସମସ୍ତ ଜିଲ୍ଲାପାଳ ଏବଂ ମେଡ଼ିକାଲ୍ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟର ସମସ୍ତ ହସ୍ପିଟାଲରେ ପେଡିଆଟ୍ରିକ କୋଭିଡ୍ ଉଇଙ୍ଗ୍ ଗଠନ କରିବାକୁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି ଏସିଏସ୍ ପ୍ରଦୀପ୍ତ ମହାପାତ୍ର। ସବୁ DCHC ଏବଂ DCHରେ ୧୫ ପ୍ରତିଶତ ବେଡ୍ରେ ଏହି ପେଡିଆଟ୍ରିକ୍ କୋଭିଡ୍ ଉଇଙ୍ଗ ଗଠନ କରିବାକୁ ଏସିଏସ୍ ନିର୍ଦ୍ଦେଶ ଦେଇଛନ୍ତି। ଶିଶୁ […]
ଭୁବନେଶ୍ୱର: ଭୁନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବୟସ୍କଙ୍କ ଭଳି ଦିବ୍ୟାଙ୍ଗଙ୍କୁ ବି ମିଳିବ ଡୋର୍ ସର୍ଭିସ। ସୁବିଧା ବୟସ୍କ ଲୋକଙ୍କୁ ଗାଡ଼ିରେ ନେଇ ଟିକା ଦିଆଯିବ। ଟିକା ଦେବା ପରେ ସେମାନଙ୍କୁ ପୁଣି ଥରେ ଗାଡ଼ିରେ ସୁରକ୍ଷିତ ଆଣି ଘରେ ଛଡ଼ାଯିବ। ବିଏମସି ଅଞ୍ଚଳରେ କରୋନା ସ୍ଥିତି ନେଇ ଆଜି ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂ। ଆସନ୍ତାକାଲିଠାରୁ ହିଁ ଏହି ସେବା ମିଳିବ ବୋଲି ସେ କହିଛନ୍ତି। ସେହିଭଳି ବିଭିନ୍ନ ହାଉସିଂ ସୋସାଇଟିରେ […]
ଭୁବନେଶ୍ୱର: ଏଣିକି ୱେବସାଇଟ୍ରେ ମିଳିବ କରୋନା ଟେଷ୍ଟ ରିପୋର୍ଟ। ଶୀଘ୍ର ଓ ସୁବିଧାରେ ରିପୋର୍ଟ ଜାଣିବା ପାଇଁ ୱେବସାଇଟରେ ମିଳିବ। ଉଭୟ ଆଣ୍ଟିଜେନ ଓ RTPCR ଟେଷ୍ଟ ରିପୋର୍ଟ ୱେବସାଇଟରେ ମିଳିବ। ନୂଆ ବ୍ୟବସ୍ଥା ନେଇ ସୂଚନା ପ୍ରଯୁକ୍ତି ସଚିବ ମନୋଜ ମିଶ୍ର ସୂଚନା ଦେଇଛନ୍ତି। ରାଜ୍ୟ କୋଭିଡ ଡ୍ୟାସବୋର୍ଡ ଓ କୋଭିଡ଼ ୧୯ ୱେବସାଇଟରେ ବ୍ୟବସ୍ଥା ହୋଇଛି। ୱେବସାଇଟକୁ ଯାଇ ନୋ ୟୋର ଟେଷ୍ଟ ରିପୋର୍ଟକୁ କ୍ଲିକ କରନ୍ତୁ। ସେଠି ସାମ୍ପଲ ଦେଲା ବେଳେ ଦେଇଥିବା […]
ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୋଟିଆରେ ନିର୍ବାଚନ କରିବାକୁ ନେଇ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଜବରଦସ୍ତ ଝଟକା। କୋଟିଆରେ ହୋଇଥିବା ପଞ୍ଚାୟତ ନିର୍ବାଚନକୁ ଆନ୍ଧ୍ର ହାଇକୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି। ନିର୍ବାଚନ ନେଇ ଥିବା ସୁପ୍ରିମକୋର୍ଟଙ୍କ ନିୟମାବଳୀ ପାଳନ କରାଯାଇ ନଥିବାରୁ ହାଇକୋର୍ଟ ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି। ଏହାସହ ପୁଣିଥରେ ନିୟମ ଅନୁସାରେ ନିର୍ବାଚନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ଏପ୍ରିଲ ମାସରେ କୋଟିଆରେ ଆନ୍ଧ୍ର ନିର୍ବାଚନ କରିଥିଲା।
ଭୁବନେଶ୍ୱର: ଘରେ ରହି କୋଭିଡ୍ ଟେଷ୍ଟ ଲାଗି ଉଦ୍ଦିଷ୍ଟ ରାପିଡ୍ ଆଣ୍ଟିଜେନ୍ କିଟ୍କୁ ଗ୍ରୀନ ସିଗନାଲ। କୋଭିଡ୍ ବିରୋଧୀ ଲଢେଇର ନୋଡାଲ ସଂସ୍ଥା ଭାବେ କାର୍ଯ୍ୟ କରୁଥିବା ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ICMR ଏଥିପାଇଁ ଅମୁମତି ପ୍ରଦାନ କରିଛି। ତାସହିତ ଏହି କିଟ୍କୁ କିଭଳି ବ୍ୟବହାର କରାଯିବା ସେନେଇ ଗାଇଡଲାଇନ୍ ବି ଜାରି କରିଛି। ଯେଉଁମାନଙ୍କର କୋଭିଡ୍ ଲକ୍ଷଣ ଥିବ କିମ୍ବା ସିଧାସଳଖ କୋଭିଡ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ କେବଳ ସେମାନେ ହିଁ […]
ଭୁବନେଶ୍ୱର: ବ୍ଲାକ ଫଙ୍ଗସକୁ ନୋଟିଫାଏବୁଲ ଡିଜିଜ୍ ବା ମହାମାରୀ ଘୋଷଣା। ମ୍ୟୁକରମାଇକୋସିସ୍ ବା ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରାଯାଇଛି। ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରିବାକୁ ସୁପାରିଶ କରିଥିଲା କେନ୍ଦ୍ର। କରୋନା ମହାମାରୀ ସାରା ଦେଶରେ କାୟା ବିସ୍ତାର କରିଚାଲିଥିବା ବେଳେ ପୁଣି ଏକ ନୂଆ ରୋଗ୍ ବ୍ଲାକ୍ ଫଙ୍ଗସ୍ ଆସିଛି। ଏହି ଭୂତାଣୁରେ ଅନେକ ଲୋକ ସଂକ୍ରମିତ ମଧ୍ୟ ହେଲେଣି। ତେବେ ଏହାରି ମଧ୍ୟରେ, ବ୍ଲାକ୍ ପଙ୍ଗସ୍କୁ ମହାମାରୀ ଘୋଷଣା କରିବାକୁ ସମସ୍ତ ରାଜ୍ୟ […]
ନୂଆଦିଲ୍ଲୀ: କୋଭିସିଲ୍ଡ ପ୍ରଥମ ଡୋଜ୍ ନେଲା ପରେ ଦେହରେ ତିଆରି ହେଉଛି ଆଣ୍ଟିବଡ଼ି। ଟିକା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ICMR ନିର୍ଦ୍ଦେଶକ ବଳରାମ ଭାର୍ଗବ। କୋଭିସିଲ୍ଡ ଓ କୋଭାକ୍ସିନ ସଂପର୍କରେ ICMR ଡିଜି ବଳରାମ ଭାର୍ଗବଙ୍କ ସୂଚନା ଦେଇଛନ୍ତି। କୋଭାକ୍ସିନ ପ୍ରଥମ ଡୋଜ୍ ନେବାର ୪ ସପ୍ତାହ ପରେ ୨ୟ ଡୋଜ୍ ନେଇହେବ। କୋଭିସିଲ୍ଡର ପ୍ରଥମ ଡୋଜର ୧୨ ସପ୍ତାହ ପରେ ୨ୟ ଡୋଜ୍ ନେଇପାରିବେ। କୋଭିସିଲ୍ଡ ପ୍ରଥମ ଡୋଜ୍ ନେଲା ପରେ ଦେହରେ ଆଣ୍ଟିବଡ଼ି […]
ଭୁବନେଶ୍ୱର: କରୋନା ସମୟରେ ମାତିଛନ୍ତି ସାଇବର କ୍ରିମିନାଲ। ଲୋକଙ୍କ ଅସହାୟତାର ସୁଯୋଗ ନେଇ ଠକୁଛନ୍ତି। ତେଣୁ ସାଇବର କ୍ରିମିନାଲଙ୍କ ପ୍ରତି ସତର୍କ ରହିବାକୁ ପୋଲିସ ଡିଜି ଅଭୟ ପରାମର୍ଶ ଦେଇଛନ୍ତି। ବିଶେଷକରି ଟିକା, ଅକ୍ସିଜେନ, ଔଷଧ, ଟେଲିମେଡିସିନରେ ଠକେଇ ହେଉଛି। ଟିକା ପାଇଁ କୋଓ୍ବିନ୍, ଆରୋଗ୍ୟ ସେତୁ, ଉମଙ୍ଗ ଛଡ଼ା ଅନ୍ୟ କେଉଁଠିକୁ ନଯିବାକୁ ଡିଜିପି ସତର୍କ କରାଇଛନ୍ତି। ଏହି ୩ଟି ୱେବସାଇଟ ଛଡ଼ା ଟିକା ପାଇଁ କାହାରିକୁ ପ୍ରାଧିକୃତ କରାଯାଇନି। ମେଡିକାଲ ଅକ୍ସିଜେନ ପାଇଁ ବି […]
ନୂଆଦିଲ୍ଲୀ: ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଏହା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। କରୋନା ଅପଡେଟ ନେଇ ସ୍ୱାସ୍ଥ୍ୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି ଯେ- ୮ ରାଜ୍ୟରେ ଆକ୍ଟିଭ୍ କେସ୍ ସଂଖ୍ୟା ୧ ଲକ୍ଷରୁ ଅଧିକ ରହିଛି। କର୍ଣ୍ଣାଟକରେ ସର୍ବାଧିକ ୫ ଲକ୍ଷ ୫୮ ହଜାର ୯୧୧ ଆକ୍ଟିଭ କେସ୍ ରହିଛି। ମହାରାଷ୍ଟ୍ର ୪ ଲକ୍ଷ ୪ ହଜାର ଓ କେରଳରେ ୩ ଲକ୍ଷ ୩୨ ହଜାର ଆକ୍ଟିଭ୍ କେସ୍ ରହିଛି। […]
ମଣିଷ ପରେ ପଶୁଙ୍କୁ ଗ୍ରାସ କଲାଣି କରୋନା ଭାଇରସ୍ । ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ପରିବେଶ ମନ୍ତ୍ରଣାଳୟ । କରୋନାରେ ଏସୀୟ ସିଂହ ସକ୍ରମିତ ହୋଇ ପ୍ରାଣ ହରାଉଛନ୍ତି ବୋଲି ରିପୋର୍ଟ ଦେଇଛି । ଏହି ତଥ୍ୟ ପଦାକୁ ଆସିବା ପରେ ମନ୍ତ୍ରାଳୟ ସତର୍କ କରାଇବା ସହ ପଶୁଙ୍କୁ କରୋନା ଭୂତାଣୁ ବ୍ୟାପିବାର ସମ୍ଭାବନା ରହିଥିବା କହିଛି । ପଶୁମାନେ କରୋନାରେ ସଂକ୍ରମିତ ହେବା ପରେ ରାଜ୍ୟର ସମସ୍ତ ଜାତୀୟ ପାର୍କ, ଚିଡିଆଖାନା ଓ ନନ୍ଦନକାନନ […]
ନୂଆଦିଲ୍ହୀ: ଦେଶରେ କରୋନାର ଦୃତ ସଂକ୍ରମଣକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଦବେଗ। ୧୦ଟି ରାଜ୍ୟରେ ସ୍ଥିତି ଅତି ଗମ୍ଭୀର ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଲବ୍ ଅଗ୍ରଓ୍ୱାଲ। ସଂକ୍ରମଣ ଚେନ୍ ଭାାଙ୍ଗିବା ଲାଗି ଅନେକ ରାଜ୍ୟ ଲକଡାଉନ, ସଟଡାଉନ କିମ୍ବା , କର୍ଫ୍ୟୁ ଜାରି କରିଥିଲେ ମଧ୍ୟ ମହାମାରୀ ଥମିବାର ନାଁ ନେଉନି। ଏଣେ ସ୍ଥିତିର ମୁକାବିଲା ନେଇ ବ୍ରିଟେନ ଓ ଆମେରିକା ସମେତ ଅନ୍ୟାନ୍ୟ ଦେଶ ମେଡିକାଲ ସହାୟତା ପହଞ୍ଚିବାରେ ଲାଗିଛି। ଏପଟେ […]
ଅନ୍ତର୍ଜାତୀୟ ବିମାନ ସେବାରେ କଟକଣା ଜାରି କଲେ କେନ୍ଦ୍ର ସରକାର । ମେ ୩୧ ଯାଏ ଭାରତରୁ ବିଦେଶକୁ ଉଡିବନି ବିମାନ । ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ବନ୍ଦ ରହିବ ବିମାନ ଉଡାଣ । ସଂକ୍ରମଣ ବ୍ୟାପୁଥିବାରୁ ଆଉ ମାସେ ପାଇଁ କଟକଣା ବୃଦ୍ଧି କରିଛି କେନ୍ଦ୍ର । ଏନେଇ ଆଜି ଡିଜିସିଏ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ପୂର୍ବରୁ ଜାରି ହୋଇଥିବା ଗାଇଡ୍ ଲାଇନ୍ ଅନୁସାରେ ଏପ୍ରିଲ […]