କୋଭିଡ୍ରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ଶ୍ୱାସକ୍ରିୟା ସମସ୍ୟା ଯୋଗୁଁ ମୃତ୍ୟୁମୁଖରେ ପଡୁଛନ୍ତି । କୋଭିଡ୍-୧୯ର ମେଡିକାଲ ଡାଟାରୁ ଜଣାପଡିଛି ଯେ, ଏହା ମଲ୍ଟି ଅର୍ଗାନ୍ ସିଷ୍ଟମ ଡିଜିଜ୍ ଅର୍ଥାତ୍ ଶରୀରର ଏକାଧିକ ଆଭ୍ୟନ୍ତରୀଣ ଅଙ୍ଗକୁ ଏହା ପ୍ରଭାବିତ କରୁଛି । କିନ୍ତୁ ଦ୍ୱିତୀୟ ଲହରରେ ଅଧିକାଂଶ ରୋଗୀଙ୍କ ଠାରେ ଶ୍ୱାସକ୍ରିୟା ସମସ୍ୟା ଦେଖାଦେଉଛି । ଯାହାକୁ ଲଙ୍ଗ୍-କୋଭିଡ୍ ବୋଲି କୁହାଯାଉଛି । କିଛି କୋଭିଡ୍ ରୋଗୀଙ୍କ ଠାରେ ହୃଦ୍, କିଡନୀ ଓ ମସ୍ତିଷ୍କ ରୋଗ ମଧ୍ୟ ରହୁଛି […]
ଭୁବନେଶ୍ଵର: ରାଜ୍ୟ ହେଉକି କି ଦେଶ, କରୋନା ମୃତ୍ୟୁରେ ଘାତକ ସାଜିଛି ଏପ୍ରିଲ୍। ଏଇ ମାସକ ଭିତରେ ଦେଶରେ ୪୦ ହଜାର ଉପରେ ଆକ୍ରାନ୍ତଙ୍କ ଜୀବନହାନୀ ଘଟିଥିବାବେଳେ ଓଡ଼ିଶାରେ ଗଡିଲାଣି ୧୦୮ ମୁଣ୍ଡ। ଗତ ୧୫ ତାରିଖରୁ ମୃତ୍ୟୁର ଗ୍ରାଫ୍ ଉପରମୁହାଁ ହୋଇ ଚାଲିଛି। ଆଜି ରାଜ୍ୟରେ ସର୍ବାଧିକ ୧୨ଜଣଙ୍କ ମୃତ୍ୟୁ ଘଟିଛି। ତେଣେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ କହୁଛି, ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମ୍। ସେପଟେ ମହାମାରୀର ତାଣ୍ଡବ ସ୍ଥିତିରେ […]
ଭାରତର ଷ୍ଟ୍ରେନ୍ ବିଶ୍ୱର ୧୭ଟି ଦେଶକୁ ବ୍ୟାପିଲାଣି । ଏନେଇ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ସଂକ୍ରମଣ ତଥା ଭାରତରେ ଦେଖାଦେଇଥିବା ଷ୍ଟ୍ରେନକୁୁ ନେଇ ହୁ ପୁଣି ଚିନ୍ତାଜନକ ତଥ୍ୟ ଦେଇଛି । ଭାରତରେ ଦେଖା ଦେଇଥିବା ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ବିଶ୍ୱର ୧୭ଟି ଦେଶମାନଙ୍କରେ ଠାବ କରାଯାଇଛିା B.1.617 ଭାରିଆଣ୍ଟ କୋଭିଡ୍ ସାର୍ସ-୨ର ଏହି ଭାରିଆଣ୍ଟଭାରତରୁ ଆସିଥିବା ସଂଗଠନ କହିଛି । ୟୁଏନ୍ ହେଲ୍ଥ ଏଜେନ୍ସି ତାହାର କୋଭିଡ୍ ଡାଟାବେସ୍ରେ ମଧ୍ୟ […]
କୋଭିସିଲ୍ଡ ଟିକା ଦର ହ୍ରାସ କଲା ସେରମ ଇନଷ୍ଟିଚ୍ୟୁଟ। ରାଜ୍ୟମାନଙ୍କୁ ଦିଆଯିବାକୁ ଥିବା ଟିକା ଦର ୧୦୦ ଟଙ୍କା ହ୍ରାସ କରାଯାଇଛି। ପୂର୍ବ ଘୋଷିତ ଦର ୪୦୦ ଟଙ୍କାରୁ ୩ଶହ ଟଙ୍କାକୁ ହ୍ରାସ ନେଇ ଘୋଷଣା କରାଯାଇଛି। ୧୦୦ ଟଙ୍କା ହ୍ରାସ ନେଇ ସେରମ ସିଇଓ ଆଦର ପୁନାଓ୍ବାଲା ସୂଚନା ଦେଇଛନ୍ତି। ପୂର୍ବରୁ ରାଜ୍ୟକୁ କୋଭିସିଲ୍ଡ ଡୋଜ୍ ପିଛା ୪ଶହ ଘୋଷଣା ହୋଇଥିଲା। ତେବେ ଘରୋଇ ହସ୍ପିଟାଲ ପାଇଁ ଦର ଡୋଜ୍ ପିଛା ୬ଶହ ଅପରିବର୍ତ୍ତିତ ରହିଛି। As a […]
ରାଜ୍ୟରେ ମେ ପହିଲାରୁ ଯୁବବର୍ଗଙ୍କ ଟିକାକରଣ ଆରମ୍ଭ ନେଇ ଅନିଶ୍ଚିତତା। ଦୁଇ ଟିକା ଉତ୍ପାଦନ କଂପାନୀଠାରୁ ଟିକା ପହଞ୍ଚିବାରେ ବିଳମ୍ବ ହେବାର ଆଶଙ୍କା ଥିବାରୁ ଟିକାକରଣ ଡେରି ହୋଇପାରେ ବୋଲି କହିଛି ସ୍ବାସ୍ଥ୍ୟ ବିଭାଗ। ଟିକା ପହଞ୍ଚିବା ପରେ ଏହାର ଉପବଲବ୍ଧତାକୁ ଦେଖି ଭ୍ୟାକ୍ସିନେସନ୍ ଯୋଜନା କରାଯିବ। ସେପଟେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଆସନ୍ତାକାଲିଠାରୁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହେବ। ତେଣେ ୪୫ ବର୍ଷରୁ ଉର୍ଦ୍ଧ୍ୱଙ୍କ ଲାଗି ଟିକାର ନିଅଣ୍ଟିଆ ସ୍ଥିତି ଯୋଗୁଁ ବିଭିନ୍ନ […]
ଭୁବନେଶ୍ଵର: କରୋନା ସଂକ୍ରମଣ ଓ ଲକ୍ଷଣକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରୁଛି। ତେବେ କରୋନା ସତର୍କତା ନେଇ ଦୁଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ବହୁ ଉପାଦେୟ ପରାମର୍ଶ ଦେଇଛନ୍ତି । ପ୍ରଫେସର ଜୟନ୍ତ ପଣ୍ଡା ଏବଂ ଡାକ୍ତର ସମ୍ପଦ ଦାସଙ୍କ ଅନେକ ପରାମର୍ଶ ଦେଇଛନ୍ତି। ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି ଯେ ଦ୍ୱିତୀୟ ଲହର ବୟସ୍କଙ୍କ ସହ ଶିଶୁ ଓ କିଶୋରମାନଙ୍କୁ ଆକ୍ରାନ୍ତ କରୁଛି। ବାୟୁ ଚଳାଚଳ କରୁନଥିବା କୋଠରୀରେ ସଂକ୍ରମଣର ଭୟ ଅଧିକ। ପୂର୍ବ […]
ନୂଆଦିଲ୍ଲୀ: କୋଭିଡ୍ ନିୟନ୍ତ୍ରଣ ପାଇଁ ଅବସରପ୍ରାପ୍ତ ଡାକ୍ତରଙ୍କୁ ଡକାଇଲା ସେନା। ୨ ବର୍ଷ ମଧ୍ୟରେ ଅବସର ନେଇଥିବା ଡାକ୍ତରଙ୍କୁ ସେନା ଡକାଇଛି। ଘର ନିକଟବର୍ତ୍ତୀ କୋଭିଡ୍ ହସ୍ପିଟାଲରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ CDS ବିପିନ ରାଓ୍ୱତଙ୍କ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଅବସର ନେଇଥିବା ସେନା ଡାକ୍ତର ପରାମର୍ଶଦାତା ଭାବେ କାର୍ଯ୍ୟ କରିବାକୁ ସେନା ଅନୁରୋଧ କରିଛି। କୋଭିଡ୍ ପରିଚାଳନାରେ ସେନାର ପ୍ରସ୍ତୁତି ନେଇ ମୋଦି ସମୀକ୍ଷା କରିଥିଲେ।
ଭୁବନେଶ୍ୱର: କରୋନା ଭୂତାଣୁଠୁ ସୁରକ୍ଷିତ ରଖିବ ନିୟମିତ ମାସ୍କ ବ୍ୟବହାର। ମହାମାରୀ ବେଳେ ମଣିଷ ପାଇଁ ମାସ୍କ ହିଁ ପାଲଟିଛି ଜୀବନ ରକ୍ଷାକାରୀ କବଚ। ଏବେ କରୋନାର ଦ୍ୱିତୀୟ ଲହର ବେଳେ ଭୂତାଣୁର ଡବଲ ଓ ଟ୍ରିପଲ ମ୍ୟୁଟାଣ୍ଟ ବ୍ୟାପୁଥିବାରୁ ଅନେକ ଆପଣାଇଲେଣି ଡବଲ ମାସ୍କ। ତେବେ ମନକୁ ସ୍ୱତଃ ପ୍ରଶ୍ନ ଆସୁଛି, ଏହି ଡବଲ ମାସ୍କ କଣ ପାଇଁ? କିଭଳି ଏବଂ କେଉଁ ସ୍ଥିତିରେ ପିନ୍ଧିବା ଡବଲ୍ ମାସ୍କ ? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦି […]
ନୂଆଦିଲ୍ଲୀ: ୮ ରାଜ୍ୟରେ କରୋନା ସ୍ଥିତି ସାଂଘାତିକ। ଦେଶରେ କୋଭିଡ୍ ସ୍ଥିତି ନେଇ ଏପରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ। ସବୁ ରାଜ୍ୟରେ ପୂର୍ବ ଅପେକ୍ଷା ଏବେ ଅଧିକ ମାମଲା ସାମ୍ନାକୁ ଆସୁଛି। ୮ ରାଜ୍ୟରେ ସ୍ଥିତି ସାଙ୍ଘାତିକ ରହିଛି। ଏସବୁ ରାଜ୍ୟରେ ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି। ମହାରାଷ୍ଟ୍ର, ୟୁପି, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ଛତିଶଗଡ଼, ଗୁଜରାଟ, ତାମିଲନାଡୁରେ ସାଙ୍ଘାତିକ ସ୍ଥିତି ରହିଛି। ତେବେ ଦେଶରେ ୮୨ ପ୍ରତିଶତ ଆକ୍ରାନ୍ତ […]
ଭୁବନେଶ୍ୱର: କୋଭିଡ ଔଷଧ କି ଅକ୍ସିଜେନର କଳାବଜାର ହେଲେ କ଼ଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ଆଇନ ଶୃଙ୍ଖଳା ଏଡିଜି ଯଶୋଓ୍ୱନ୍ତ ଜେଠଓ୍ୱା। ବିଭିନ୍ନ ସ୍ଥାନରେ କ୍ରାଇମବ୍ରାଞ୍ଚର ଚଢ଼ାଉ ହେଉଥିବା ସେ ସୂଚନା ଦେଇଛନ୍ତି। ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଉପରେ ଏଡିଜି କହିଛନ୍ତି, ଅକ୍ସିଜେନ ପରିବହନ ପାଇଁ ସ୍ୱତନ୍ତ୍ର କରି଼ଡର କରାଯାଇଛି। ଓଡ଼ିଶାରୁ ବର୍ତ୍ତମାନ ସୁଦ୍ଧା ୬୭ ଟ୍ୟାଙ୍କର ଅକ୍ସିଜେନ ୭ଟି ରାଜ୍ୟକୁ ପଠାଯାଇଛି। କେବଳ ଗତ ୪ ଦିନ ଭିତରେ ୬୭ […]
ଭୁବନେଶ୍ୱର: ଆପଣ କୌଣସି କୋଭିଡ୍ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି କି? ଜ୍ୱର, କାଶ, ତଣ୍ଟି ଦରଜ, ଗୋଡ ହାତ ବିନ୍ଧା କିମ୍ବା ପତଳା ଝାଡ଼ା ହେଉଛି କି? ସ୍ୱାଦ ଓ ଗନ୍ଧ ବାରିପାରୁ ନାହାନ୍ତି କି? ଯଦି ଏସବୁ ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ନିଜକୁ ଅନ୍ୟମାନଙ୍କଠାରୁ ଆଇସୋଲେଟ୍ କରନ୍ତୁ। ଘରେ ଅଲଗା ରହିବା ପୂର୍ବରୁ ପାଖରେ ରଖନ୍ତୁ। ଆଇସୋଲେସନ୍ କିଟ୍, ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ଆଉ ଏହି ଜରୁରୀ ଜିନିଷଗୁଡିକ ହେଲା, ଅକ୍ସିମିଟର, […]
ଭୁବନେଶ୍ୱର: ମାଗଣା ଟିକାକରଣ ପାଇଁ ୨ କମ୍ପାନୀକୁ ଅର୍ଡର ଦେଲେ ରାଜ୍ୟ ସରକାର। ୩ କୋଟି ୭୭ ଲକ୍ଷ ଡୋଜ୍ କୋଭିସିଲ୍ଡ୍ ଟିକା ପାଇଁ ଅର୍ଡର ଦେଇଛନ୍ତି। ସେହିପରି ୧୦.୩୪ ଲକ୍ଷ ଡୋଜ୍ କୋଭାକ୍ସିନ ପାଇଁ ମଧ୍ୟ ଅର୍ଡର ଦିଆଯାଇଛି। ଟିକା ଅର୍ଡର ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟର ୧୮ରୁ ୪୪ ବର୍ଷର ସମସ୍ତଙ୍କୁ ମାଗଣା ଟିକା ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ମାଗଣା ଟିକା ପ୍ରଦାନ ନେଇ ଘୋଷଣା କରିଛନ୍ତି। ସେପଟେ […]
ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସମ୍ବୋଧନ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାତି ୮ଟାରେ ସେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଯେ ସାରା ଦେଶ ଆଜି ଏକ କଠିନ ପରିସ୍ଥିିତି ଦେଇ ଗତି କରୁଛି, ଗତବର୍ଷ ଠାରୁ ଏବର୍ଷର ସ୍ଥିତି ଆହୁରି ଭୟଙ୍କର। ପରିସ୍ଥିତିର ଭୟାବହତାକୁ ବୁଝିବା ଲାଗି ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କୋଭିଡ୍ ଗାଇଡ୍ ଲାଇନ୍କୁ ମାନିବା ଲାଗି ଅନୁରୋଧ ନବୀନ କରିଛନ୍ତି। ମୁଁ ଲକ୍ଡାଉନ୍ ସପକ୍ଷରେ ନୁହେଁ ବୋଲି ନବୀନ କହିଛନ୍ତି। ଏହାସହ […]
ଭୁବନେଶ୍ୱର: ଆଜି ବି ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ୪୩. ୨ ଡିଗ୍ରୀ ସହ ଭୁବନେଶ୍ୱର ସର୍ବାଧିକ ଉତ୍ତପ୍ତ ସହର ରହିଛି। ଆଜି ୪୦ ଡିଗ୍ରୀ ଉପରେ ରାଜ୍ୟର ୧୭ ସହର ରହିଛି। ରାଜ୍ୟର ୩ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଛି। ବୌଦ୍ଧରେ ପାରଦ ୪୨.୫ ଡିଗ୍ରୀ ରହିଥିବାବେଳେ ବାରିପଦା- ୪୨.୪, ଟିଟିଲାଗଡ଼- ୪୨ ଡିଗ୍ରୀ, ଝାରସୁଗୁଡ଼ା- ୪୧.୮, ସମ୍ବଲପୁର- ୪୧.୫, ନୟାଗଡ଼- ୪୧.୫, ବଲାଙ୍ଗିର- ୪୧.୨, ତାଳଚେର- ୪୧.୧, ସୁନ୍ଦରଗଡ଼- ୪୧, ସୋନପୁର- […]
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ତାର ଉଗ୍ର ରୂପ ଧାରଣ କରିଛି। ମହାମାରୀ କୋଭିଡ୍କୁ କିପରି ସାଧାରଣ ଲୋକ ପ୍ରତିହତ କରିବେ, ଏନେଇ ନେଇ ଦେଶର ୪ ପ୍ରଖ୍ୟାତ ଡାକ୍ତର ଆଲୋଚନା କରିଛନ୍ତି। ଆଲୋଚନାରେ ଦିଲ୍ଲୀ AIIMS ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ସାମିଲ ହୋଇଛନ୍ତି। ମେଦାନ୍ତ ହସ୍ପିଟାଲର ଅଧ୍ୟକ୍ଷ ଡକ୍ଟର ନରେଶ ତ୍ରେହାନ, AIIMSର ଔଷଧ ବିଭାଗ ମୁଖ୍ୟ ଡକ୍ଟର ନବନୀତ ୱିଗ୍ ମଧ୍ୟ ସାମିଲ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡକ୍ଟର ସୁନୀଲ କୁମାର ମଧ୍ୟ […]
ଭୁବନେଶ୍ୱର: ଅନୁଗୁଳ ତାଳଚେର ଗୋପାଳପ୍ରସାଦ ସ୍ଥିତ ମା ହିଙ୍ଗୁଳା ମନ୍ଦିରର ନିର୍ମାଣ କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ମହାନଦୀ କୋଲଫିଲ୍ଡ ଲିମିଟେଡ ବୋର୍ଡ ସିଏସଆର୍ ପାଣ୍ଠିରୁ ୯. ୩୨ କୋଟି ଟଙ୍କା ଅନୁମୋଦନ ଦେଇଥିବାରୁ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗତ ଜାନୁଆରୀ ୧୩ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖି ଜଣାଇଥିଲେ। ତାଳଚେର […]
ନୂଆଦିଲ୍ଲୀ: କରୋନା ଟିକା କୋଭାକ୍ସିନ୍ର ଦର ଘୋଷଣା କଲା ଏହାର ନିର୍ମାତା କଂପାନୀ ଭାରତ ବାୟୋଟେକ୍। କୋଭାକ୍ସିନ୍ ଟିକାର ଡୋଜ୍ ପିଛା ଦର ରାଜ୍ୟ ସରକାରଙ୍କ ପାଇଁ ୬ ଶହ ଟଙ୍କା ଓ ଘରୋଇ ହସ୍ପିଟାଲ ପାଇଁ ୧୨ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଏଥିସହ ବିଦେଶ ରପ୍ତାନୀ ପାଇଁ ଡୋଜ୍ ପିଛା ଦର ୧୫ରୁ ୨୦ ଡଲାର୍ ରଖିଛି ଭାରତ୍ ବାୟୋଟେକ୍। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ଏହା କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କାରେ […]
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଏବେ ସତେ ଯେମିତି ପାଲଟିସାରିଛି କରୋନା ରାଜଧାନୀ। ଏଠାରେ ସଂକ୍ରମଣ ହାର ଥମିବାର ନାଁ ନେଉନଥିବା ବେଳେ, ଗତ ୨୪ ଘଣ୍ଟାରେ ସର୍ବାଧିକ ମୃତ୍ୟୁ ଘଟିଛି। କେବଳ ରୋଗ ଜୀବନ ନେଉନି, ଅମ୍ଳଜାନର ଅଭାବ ବି ଯମଦୂତ ଭଳି ଦିଲ୍ଲୀର ସ୍ଥିତି ଅଧିକରୁ ଅଧିକ ବିଗାଡ଼ିବାରେ ଲାଗିଛି। ଦିଲ୍ଲୀରେ ଉପୁଜିଥିବା ଭୟଙ୍କର ଅମ୍ଳଜାନ ସଂକଟର ମୁକାବିଲା ଲାଗି ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହାୟତା ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍। ରାଜ୍ୟରେ […]
ଭୁବନେଶ୍ୱର: ଓଡ଼ିଶା ଅର୍ଥନୀତିକୁ ଢେର୍ ମହଙ୍ଗା ପଡ଼ିବ ସପ୍ତାହନ୍ତ ସଟ୍ଡାଉନ୍। ଅର୍ଥନୀତିରୁ ଧୋଇ ହୋଇଯିବ ୧ ହଜାର ୯୨୭ କୋଟି ଟଙ୍କା। ଏମିତିକି ବିଭିନ୍ନ ରାଜ୍ୟରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ଯୋଗୁଁ ଦେଢ଼ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ ପୂରା ଦେଶ। ନିଜର ସଦ୍ୟତମ ରିପୋର୍ଟରେ ଏମିତି ଆକଳନ କରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ। ଅର୍ଥନୀତି ବିଶାରଦଙ୍କ ମତରେ, ଏବେ ୱିକେଣ୍ଡ ସଟ୍ଡାଉନ୍ର ପ୍ରଭାବ ନଗଣ୍ୟ ରହିଛି। ତେବେ ଆଗାମୀ ଦିନରେ ଯଦି ଲକ୍ଡାଉନ୍ ଓ […]
ଭୁବନେଶ୍ୱର: ବେଙ୍ଗଲ ଫେରନ୍ତାଙ୍କ ପ୍ରତି ଥିବା ନିୟମରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ନେଗେଟିଭ ରିପୋର୍ଟ, ୨ ଡୋଜ୍ ଟିକା ନେଇଥିଲେ କ୍ୱାରେଣ୍ଟିନ କୋହଳ ହୋଇଛି। ପୂର୍ବ ଘୋଷିତ ୧୪ ଦିନ ପରିବର୍ତ୍ତେ ୭ ଦିନ ପାଇଁ ହୋମ୍ କ୍ୱାରେଣ୍ଟିନରେ ରହିବ। ହୋମ୍ କ୍ୱାରେଣ୍ଟିନ ସୁବିଧା ନଥିଲେ ସରକାରୀ କ୍ୱାରେଣ୍ଟିନରେ ରହିବେ। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରୁ ସଂଶୋଧିତ ନିୟମ ଜାରି କରାଯାଇଛି। ରାସ୍ତା, ବିମାନ ସହ ରେଳରେ ଆସୁଥିବା ଯାତ୍ରୀ ବି କ୍ୱାରେଣ୍ଟିନରେ ରହିବେ ବୋଲି କୁହାଯାଇଛି। […]
ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କୁ କରୋନା। କରୋନା ପଜିଟିଭ ହୋଇଥିବା ଟୁଇଟ୍ କଲେ ଜୁଏଲ ଓରାମ। ତେବେ ନିକଟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କରୋନା ଟେଷ୍ଟ କରିବାକୁ ଓ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। I underwent #Covid-19 test today & it has turned out positive. Those who have came in contact with me in last few days are advised […]
ନୂଆଦିଲ୍ଲୀ: ବିଦେଶରୁ ଆମଦାନୀ ହେବ କରୋନା ଟିକା। କରୋନା ଟିକା ଆମଦାନୀ ନେଇ ପଥ ସୁଗମ କଲା କେନ୍ଦ୍ର। ଆମଦାନୀ ହେବାକୁ ଥିବା ଟିକା ଉପରୁ ସୀମା ଶୁଳ୍କ ଛାଡ଼ ହେବ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୩ ମାସ ପାଇଁ ଟିକା ଆମଦାନୀ ଉପରେ ସୀମା ଶୁଳ୍କ ଛାଡ଼ ନିଷ୍ପତ୍ତି ନିଆଯାଇଛି। ଅକ୍ସିଜେନ ଅଭାବ ଓ ଯୋଗାଣ ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ […]
ଭୁବନେଶ୍ୱର: ମେ ୧ରୁ ଘରୋଇ ହସ୍ପିଟାଲକୁ ଦିଆଯାଉଥିବା ୨୫୦ ଟଙ୍କିଆ ଟିକା ବନ୍ଦ। ଏପ୍ରିଲ ୩୦ରୁ ସବୁ ଘରୋଇ CVCକୁ ଟିକା ବନ୍ଦ ନେଇ ACS ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କର୍ପୋରେସନକୁ ACS ଚିଠି କରିଛନ୍ତି। ଘରୋଇ ହସ୍ପିଟାଲ ସିଧାସଳଖ ଫାର୍ମା କମ୍ପାନୀ ଠାରୁ ଟିକା କିଣିବେ। ବ୍ୟବସ୍ଥା ଅନୁସାରେ ୫୦% କୋଟାରୁ ଘରୋଇ ହସ୍ପିଟାଲ ଟିକା କିଣିବେ। ଠିକ୍ ସମୟରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ACS ପରାମର୍ଶ ପରାମର୍ଶ ଦେଇଛନ୍ତି। […]
ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର, ଭୂତାଣୁର ଡବଲ୍ ମ୍ୟୁଟେସନ୍, ୩ ଲକ୍ଷ ପାର୍ ଦୈନିକ ସଂକ୍ରମଣ, ତା ସାଙ୍ଗକୁ ୨୪ ଘଣ୍ଟାରେ ୨ହଜାରରୁ ଅଧିକ ମୃତ୍ୟୁ ଏତିକି ଯଥେଷ୍ଟ ନଥିଲା ଯେ, ଦେଶକୁ ଘାରିଲାଣି ଆଉ ଏକ ନୂଆ ଚିନ୍ତା। କିଛି ସଂକ୍ରମିତଙ୍କ ଠାରେ ଠାବ ହୋଇଛି କରୋନା ଭୂତାଣୁର ଟ୍ରିପଲ୍ ମ୍ୟୁଟାଣ୍ଟ୍ ଭାରିଆଣ୍ଟ୍। ୪ଟି ରାଜ୍ୟ- ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଦିଲ୍ଲୀ ଓ ଛତିଶଗଡ଼ରେ। ଏହା ଠାବ ହୋଇଥିଲେ ବି ପଶ୍ଚିମବଙ୍ଗକୁ ଏହାର ହଟ୍ଷ୍ପଟ୍ ବୋଲି ଅନୁମାନ […]