• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମହାମାରୀର ତୃତୀୟ ଲହରୀ ପାଇଁ ସରକାରଙ୍କ ଚେତାବନୀ

  • ସଚେତନ ନହେଲେ ସଂକ୍ରମଣ ରୋକିବା କଷ୍ଟକର

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ମହାମାରୀର ଆଗାମୀ ସ୍ଥିତି ନେଇ ଚେତାବନୀ ଦେଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣରେ ଥିଲେ ସୁଦ୍ଧା କୋଭିଡ ସହ ଜଡିତ ନିୟମ ପାଳନ ନକଲେ ସ୍ଥିତି ଭୟଙ୍କର ହୋଇପାରେ । ଅନ୍ୟପଟେ ଆଗାମୀ ୧୦୦-୧୨୫ ଦିନ ଉଭୟ ସରକାର ଏବଂ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମଧ୍ୟ କୁହାଯାଇଛି ।

ଦେଶରେ ତୃତୀୟ ଲହରୀ ଆଶଙ୍କା ଲାଗି ରହିଥିବା କହିଛନ୍ତି ନୀତି ଅୟୋଗ ସଦସ୍ୟ ଡକ୍ଟର ଭିକେ ପଲ୍ ।  ସ୍ଥିତି ସାମାନ୍ୟ ସୁଧୁରିଥିବା ବେଳେ ଲୋକେ ପୁଣି ବେପରୁଆ ହୋଇଗଲେଣି । ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ସେ ଚେତାବନୀ ଦେଇ କହିଛନ୍ତି ଏପର୍ଯ୍ୟନ୍ତ ଗୋଷ୍ଠୀରେ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇନାହିଁ । ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ସରକାର ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । ଏବେ ସୁଦ୍ଧା ଦେଶରେ ସର୍ବାଧିକ ବିପଦ ରହିଥିବର ୪୫ ବର୍ଷ ବୟସ ଗୋଷ୍ଠୀର ପ୍ରାୟ ୫୦ ଲୋକଙ୍କର ଟିକାକରଣ ହୋଇସାରିଛି । ଟିକାକରଣ ଯୋଗୁଁ ମୃତ୍ୟୁ ହାରକୁ ମଧ୍ୟ ହ୍ରାସ ପାଉଛି, କିନ୍ତୁ ସଚେତନ ନହେଲେ ସଂକ୍ରମଣ ରୋକିବା କଷ୍ଟକର ହୋଇପଡ଼ିବ ।  କାରଣ ଭାଇରସ୍ ଆମ ଚାରିପାଖରେ ରହିଛି ।

ଡକ୍ଟର ଭିକେ ପଲ୍ କହିଛନ୍ତି, ଆଗାମୀ ୧୦୦ରୁ ୧୨୫ ଦିନ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ସମୟସୀମା ମଧ୍ୟରେ ସାବଧାନ ରହିବା ଜରୁରୀ । କରୋନା ଗାଇଡ଼ଲାଇନ୍ ପାଳନ କଲେ ତୃତୀୟ ଲହରୀ ଭୟଙ୍କର ହେବ ନାହିଁ । ହେଲେ କୌଣସିମତେ ତୃତୀୟ ଲହରୀକୁ ଏଡ଼ାଇ ହେବ ନାହିଁ । ସେହିଭଳି ଗହଳି ବଢ଼ିବା ସହ କିଛି ରାଜ୍ୟରେ ବଢ଼ିଥିବରା କରୋନାର R-ଫ୍ୟାକ୍ଟର ପାଇଁ ମଧ୍ୟ ସେ ଚିନ୍ତା ପ୍ରକଟ କରିଛନ୍ତି ନୀତି ଆୟୋଗ ସଦସ୍ୟ । R-ଫ୍ୟାକ୍ଟର କହିଲେ କରୋନାର ରିପ୍ରଡକ୍ସନ ନମ୍ବର ବା ବଂଶବୃଦ୍ଧି ହାରକୁ ବୁଝାଇଥାଏ । କିଛି ରାଜ୍ୟରେ କରୋନା ସତର୍କତାର ଖୋଲାଖୋଲି ଉଲ୍ଲଂଘନ ଫଳରେ ଏହି R-ଫ୍ୟାକ୍ଟର ବଢ଼ିଛି । ତେବେ ଏନେଇ କିଛି ଦିନ ପୂର୍ବରୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସତର୍କ କରାଇଥିଲେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା । ଏପର୍ଯ୍ୟନ୍ତ ଦ୍ୱିତୀୟ ଲହର ଯାଇନି କିନ୍ତୁ ଦେଶର ବିଭିନ୍ନ ପ୍ରାନ୍ତରେ କୋଭିଡ୍ ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଛି ବୋଲି ଚିଠିରେ ଉଲ୍ଲେଖ ରହିଥିଲା ।

ସେପଟେ କରୋନା ସଂକ୍ରମଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । କରୋନାର ଦ୍ୱିତୀୟ ଲହରକୁ ନେଇ ସାରା ବିଶ୍ୱ ତ୍ରସ୍ତ ଥିବା ବେଳେ ପୁଣି ତୃତୀୟ ଲହର ଆସିଗଲାଣି । ଅଗଷ୍ଟ ଶେଷ ସୁଦ୍ଧା ଭାରତରେ କୋଭିଡର ତୃତୀୟ ଲହର ଦେଖାଯିବ। ଏପରି ଚେତାବନୀ ଦେଇଛି ଆଇସିଏମଆର ପକ୍ଷରୁ କୁହାଯାଇଛି । କିନ୍ତୁ ଆଶ୍ୱସ୍ତର କଥା ହେଉଛି ଦ୍ୱିତୀୟ ଲହର ପରି ଏହା ଅଧିକ ସଂକ୍ରାମକ କିମ୍ବା ପ୍ରଭାବୀ ହେବ ନାହିଁ ।

ଏଥିସହ ଦ୍ୱିତୀୟ ଲହରରେ ଡେଲଟା ଭାରିଆଣ୍ଟ ଦ୍ୱାରା ସୃଷ୍ଟି ହୋଇଥିବା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଇ ନପାରେ ବୋଲି ଆଇସିଏମଆର ଏପିଡେମିଓଲୋଜି ମୁଖ୍ୟ ସମୀରନ ପଣ୍ଡା କହିଛନ୍ତି । ତୃତୀୟ ଲହରର ସମ୍ଭାବ୍ୟ ୪ଟି କାରଣ ସମ୍ପର୍କରେ ସେ ଦର୍ଶାଇଛନ୍ତି, କରୋନା କଟକଣା କୋହଳ, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଲେ ଏହା ଚିନ୍ତାର କାରଣ ପାଲଟିବ।