ଏହାଦ୍ୱାରା ଅନେକ ଲୋକଙ୍କ ଜୀବନ ରକ୍ଷା କରିହେବ । ସବୁଠାରୁ ବଡ଼ କଥା ହେଲା ଏହି କିଟ୍ର ଦାମ୍ ମାତ୍ର ୫ ରୁ ୭ ଟଙ୍କା ।
ମାତା ସୀତାଙ୍କ ଜନ୍ମସ୍ଥାନ ନେପାଳ ଜନକପୁରରୁ ପ୍ରଭୁ ଶ୍ରୀରାମଙ୍କ ପାଇଁ ରୂପା ଜୋତା, ଅଳଙ୍କାର ଏବଂ ପୋଷାକ ସହିତ ୩୦୦୦ ରୁ ଅଧିକ ଉପହାର ଆସି ପହଞ୍ଚିଛି ।
ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆଉ ମାତ୍ର ୧୧ ଦିନ ଥିବା ବେଳେ, କାର୍ଯ୍ୟକ୍ରମରେ ଯୋଗଦେଇ ଏହି ପୁଣ୍ୟ ଅବସରର ସାକ୍ଷୀ ହେବାର ସୌଭାଗ୍ୟ ଲାଭ କରିବି ବୋଲି ମୋଦି କହିଛନ୍ତି ।
ଏହି ଉତ୍ସବର ମାହୋଲ ମଧ୍ୟରେ ପ୍ରଭୁ ରାମଲାଲାଙ୍କ ପ୍ରସାଦ ଘରକୁ ଘର ମାଗଣାରେ ବାଣ୍ଟିବାକୁ ଯୋଜନା ପ୍ରସ୍ତୁତ କରିଛି ଏକ ଘରୋଇ କମ୍ପାନୀ। KhadiOrganic ନାମକ ଏକ ୱେବସାଇଟ୍ କହିଛି ଯେ ରାମ ମନ୍ଦିରରୁ ଆସିଥିବା ପ୍ରସାଦକୁ ପ୍ରତ୍ୟେକ ଘରେ ପହଞ୍ଚାଇବ।
ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉପଲକ୍ଷେ ରାମଭକ୍ତିରେ ଗଦଗଦ ସାରା ଭାରତ । ରାତିରେ ବହୁଗୁଣ ବଢ଼ିଯାଉଛି ରାମ ମନ୍ଦିର ଗର୍ଭଗୃହ ସୌନ୍ଦର୍ଯ୍ୟ । ପଥରର ସୂକ୍ଷ୍ମ କାରିଗରୀକୁ ଅଧିକ ଆକର୍ଷଣୀୟ କରୁଛି ସୌମ୍ୟ-ଶୁଭ୍ର ଆଲୋକ ସଜ୍ଜା । ପବିତ୍ର ମୁହୂର୍ତ୍ତ ଯେତିକି ପାଖେଇ ଆସୁଛି, ସେତେ ଦିବ୍ୟ ହୋଇଉଠୁଛି ଅଯୋଧ୍ୟା ।
ଜାନୁଆରୀ ୧୪ରୁ ୨୫ ଯାଏ ଏହି କାର୍ଯ୍ୟକ୍ରମ ଚାଲିବ । ଏଥିପାଇଁ ୧୦୦ଏକର ଜାଗାରେ କୁଡ଼ିଆ ବି ନିର୍ମିତ ହୋଇଛି ।
ଗତକାଲି ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତିକ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ବାସଭବନକୁ ଯାଇ ନିମନ୍ତ୍ରଣ ପତ୍ର ଦେଇଥିଲେ ।
ସାରା ଦେଶରୁ ଅଯୋଧ୍ୟାକୁ ଛୁଟିଛି ଉପହାରର ସୁଅ। ସୁନା-ରୁପାଠୁ ନେଇ ମନ୍ଦିର ପାଇଁ ଘଣ୍ଟି, ନାଗରା ଓ ଆଲମାରି। ରାମଲାଲାଙ୍କ ପାଇଁ ନୈବେଦ୍ୟ ପଠାଉଛି ସାରା ଭାରତ।
ଦଳ ଅଭିଯୋଗ କରିଛି, ଅଯୋଧ୍ୟା ରାମ ମନ୍ଦିରକୁ ବିଜେପି ବହୁ ଦିନରୁ ଏକ ରାଜନୈତିକ ପ୍ରସଙ୍ଗ କରିଛି । କେବଳ ନିର୍ବାଚନରେ ଫାଇଦା ଉଠାଇବାକୁ ବିଜେପି ଓ ଆରଏସଏସର ପ୍ରରୋଚରନାରେ ମନ୍ଦିର ନିର୍ମାଣ ଅସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଏବେ ପ୍ରାଣ ପ୍ରତିଷ୍ଠା କରାଯାଉଛି ।
ହାଇଦ୍ରାବାଦର ଚଲ୍ଲା ଶ୍ରୀନିବାସ ଶାସ୍ତ୍ରୀ ରାମଙ୍କ ପାଇଁ ଚରଣପାଦୁକା ଧରି ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି । ଯେଉଁ ରାସ୍ତାରେ ପ୍ରଭୁ ଶ୍ରୀରାମ ରାମେଶ୍ୱର ଯାଇଥିଲେ, ସେହି ରାସ୍ତା ଦେଇ ଚଲ୍ଲା ଶ୍ରୀନିବାସ ଅଯୋଧ୍ୟା ବାହାରିଛନ୍ତି ।
ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଆଦର୍ଶକୁ ଦର୍ଶକଙ୍କଠାରେ ପହଞ୍ଚାଇ ହୃଦୟରେ ରାମ ଭକ୍ତି ଜାଗ୍ରତ କରିଥିଲେ ଅନେକ ଅଭିନେତା । ଯାହା ଆଜି ପର୍ଯ୍ୟନ୍ତ ଦର୍ଶକ ଭୁଲି ନାହାନ୍ତି ।
ଶ୍ରୀରାମ ମନ୍ଦିରକୁ ଉପହାରରେ ଦିଆଯାଇଥିବା ଘଣ୍ଟିର ଓଜନ ରହିଛି ୨ ହଜାର ୪ଶହ କେଜି । ଏହି ଘଣ୍ଟି ଅଷ୍ଟଧାତୁରେ ତିଆରି ହୋଇଛି । ଯାହାର ଦାମ୍ ରହିଛି ୨୫ ଲକ୍ଷ ଟଙ୍କା ।
ସମସ୍ତେ ଜାଣିଥିବେ ଯେ ରାଜା ଦଶରଥଙ୍କ ଚାରି ପୁତ୍ର ଥିଲେ। ସେମାନେ ହେଲେ ରାମ, ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ। ଆପଣ ହୁଏତ ଜାଣି ନ ଥିବେ ଭଗବାନ ଶ୍ରୀରାମଙ୍କର ଜଣେ ବଡ ଭଉଣୀ ମଧ୍ୟ ଥିଲେ। ତେବେ ଆସନ୍ତୁ ସେପଟେ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲୁଥିବା ବେଳେ ଏପଟେ ଶ୍ରୀରାମଙ୍କ ବଡ ଭଉଣୀଙ୍କ ବିଷୟରେ ଜାଣିନେବା।
ପ୍ରତିବର୍ଷ ରାମ ନବମୀରେ ଦିବ୍ୟଦୃଶ୍ୟର ସାକ୍ଷୀ ହେବେ ରାମଭକ୍ତ । ଅଯୋଧ୍ୟା ରାମମନ୍ଦିରରେ ସତେକି ଘଟିବ ଅଲୌକିକ ଘଟଣା । ରାମଲାଲାଙ୍କ ଲଲାଟରେ ଆକାଶର ସୂର୍ଯ୍ୟ ଆଙ୍କିବେ ସୁଦୀପ୍ତ ତିଳକ ।
ଅଯୋଧ୍ୟା ରାମମନ୍ଦିରରେ ସତେକି ଘଟିବ ଅଲୌକିକ ଘଟଣା । ରାମଲାଲାଙ୍କ ଲଲାଟରେ ଆକାଶର ସୂର୍ଯ୍ୟ ଆଙ୍କିବେ ସୁଦୀପ୍ତ ତିଳକ ।
ରାମ ମନ୍ଦିରରେ ଏପରି ଆହୁରି ୧୩ଟି ସୁନାର କବାଟ ଲାଗିବ ।
ଧାର୍ମିକ ବିଶ୍ୱାସ ଅନୁଯାୟୀ, ଭଗବାନ ଶ୍ରୀରାମ ତ୍ରେତୟା ଯୁଗରେ ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିଲେ। ଭଗବାନ ରାମ ବିଷ୍ଣୁଙ୍କ ସପ୍ତମ ଅବତାର ବୋଲି ବିବେଚନା କରାଯାଏ। କୁହାଯାଏ ପ୍ରଭୁ ରାମ ସୂର୍ଯ୍ୟବଂଶରେ ଜନ୍ମଗ୍ରହଣ କରିଥିଲେ। ତେବେ ଆସନ୍ତୁ ଜାଣିବା ଭଗବାନ ଶ୍ରୀରାମଙ୍କ ବଂଶ ଯଥା ବ୍ରହ୍ମାଜୀଙ୍କ ଠାରୁ ପ୍ରଭୁ ରାମଚନ୍ଦ୍ରଙ୍କ ପର୍ଯ୍ୟନ୍ତ।
ରାମନବମୀରେ ସୂର୍ଯ୍ୟ ତିଳକରେ ଅଭିଷେକ ହେବେ ରାମଲାଲା । ପ୍ରତିବର୍ଷ ରାମନବମୀରେ ରାମଙ୍କ ମସ୍ତକରେ ୩ରୁ ୪ମିନିଟ ଧରି ପ୍ରଦର୍ଶିତ ହେବ ଏହି ତିଳକ ।
ଏହି ଦିନକୁ ସ୍ମରଣୀୟ କରିବା ଲାଗି ଇସ୍ପାତ ନଗରୀ ରାଉରକେଲାରେ ନିର୍ମାଣ କରାଯାଉଛି ଏକ ବିଶାଳ ଦୀପ । ଯାହାର ଲମ୍ବା ୧୨ ଫୁଟ୍ ଓ ଉଚ୍ଚତା ସାଢ଼େ ୫ ଫୁଟ୍ ରହିଛି । ଯେଉଁଥିରେ ପ୍ରାୟ ସାଢେ ୬ ହଜାର ଲିଟର ଘିଅ ରହିବ ।
ଓଟିଭିକୁ ନିଜ ଦିବ୍ୟ ଅନୁଭୂତି ବଖାଣିଛନ୍ତି ପ୍ରଫୁଲ । କହିଛନ୍ତି, ରାମ ମନ୍ଦିର ନିର୍ମାଣ କାର୍ଯ୍ୟର ସୁଯୋଗ ପାଇବା ଆଗରୁ ସେ ଶ୍ରୀମନ୍ଦିରର ଦର୍ଶନ ପାଇଁ ଆସିଥିଲେ ।
ସଜେଇ ହେଉଛି ଅଯୋଧ୍ୟା, ଆସୁଛନ୍ତି ରାମଲାଲା । ଆଉ ଦିନ କେଇଟାରେ ଅଯୋଧ୍ୟାରେ ରଚାଯିବ ଇତିହାସ । ରାମଲାଲାଙ୍କୁ ସ୍ୱାଗତ କରିବାକୁ ଯିଏ ଯେମିତି ପାରିଲା ପ୍ରସ୍ତୁତି କରୁଛନ୍ତି । ଆଉ ଦିନ ଯେତେ ବଢ଼ୁଛି ମନ୍ଦିରର ନୂଆ ନୂଆ ଦୃଶ୍ୟ ସାମ୍ନାକୁ ଆସୁଛି ।
ସ୍ୱତନ୍ତ୍ର କୃଷ୍ଣଶିଳାରେ ୫୧ ଇଞ୍ଚ ଉଚ୍ଚ ରାମଲାଲାଙ୍କ ବିଗ୍ରହ ତିଆରି ସରିଥିବା ବେଳେ, ତାକୁ ଥରଟେ ଆଖିପୂରେଇ ଦେଖିବାକୁ ଉତ୍କଣ୍ଠିତ ଅଗଣିତ ରାମଭକ୍ତ ।
ଗର୍ଭଗୃହରେ ବିରାଜମାନ କରିବେ ରାମଲାଲା । ଏହା ପୂର୍ବରୁ ଗର୍ଭଗୃହ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି ।
ପ୍ରଥମ ଥର ପାଇଁ ପଦ୍ମଫୁଲରୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ତନ୍ତ୍ର ଅତର । ସେହିପରି ମଧ୍ୟପ୍ରଦେଶ ରତଲାମରୁ ଆସିଛି ରୂପା ଦୀପ ।
ଏହା ବିଷୟରେ ଲୋକା କିଛି ଜାଣିନଥିବାରୁ ନାନା ଆଲୋଚନା କରୁଛନ୍ତି । କିନ୍ତୁ ବାସ୍ତବରେ ଏହା ପଛରେ ରହିଛି ବଡ଼ ଧାର୍ମିକ ମହତ୍ୱ ।