• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସଜେଇ ହେଉଛି ଅଯୋଧ୍ୟା, ଆସୁଛନ୍ତି ରାମଲାଲା । ଆଉ ଦିନ କେଇଟାରେ ଅଯୋଧ୍ୟାରେ ରଚାଯିବ ଇତିହାସ । ରାମଲାଲାଙ୍କୁ ସ୍ୱାଗତ କରିବାକୁ ଯିଏ ଯେମିତି ପାରିଲା ପ୍ରସ୍ତୁତି କରୁଛନ୍ତି । ଆଉ ଦିନ ଯେତେ ବଢ଼ୁଛି ମନ୍ଦିରର ନୂଆ ନୂଆ ଦୃଶ୍ୟ ସାମ୍ନାକୁ ଆସୁଛି । ଏବେ ମନ୍ଦିରର ଗର୍ଭଗୃହ, ସମ୍ମୁଖ ଦ୍ୱାର ଓ ଗୋଟେ ପରେ ଗୋଟେ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି ସାର୍ବଜନୀନ ହେଉଛି ।

ଅଯୋଧ୍ୟା ବି ସଜେଇ ହେଲାଣି । ରାମପଥର ପ୍ରବେଶରେ ଗରୁଡ଼ଙ୍କ ବିଶାଳ ମୂର୍ତ୍ତି ଲାଗିଛି, ଯାହା ଏବେ ଗରୁଣ ଦ୍ୱାର ଭାବେ ନାମକରଣ କରାଯାଇଛି । ମନ୍ଦିରର ୪ ଦିଗକୁ ୪ଟି ଦ୍ୱାର ଭାବେ ପରିଣତ କରାଯାଉଛି । ଅନ୍ୟପଟେ ଖାଲି ଅଯୋଧ୍ୟା ନୁହେଁ, ରାମଲାଲାଙ୍କ ସ୍ୱାଗତ ପାଇଁ ସାରା ଦେଶରେ କାହିଁ କେତେ ଉତ୍ସାହ ...

ଅଧିକ ପଢ଼ନ୍ତୁ: ୨୨ ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଓଡ଼ିଶାରେ ଜଳିବ ୧୨ ଫୁଟର ଦୀପ

ସୁରତରେ ଲୋକେ ହାତରେ ଶ୍ରୀରାମଙ୍କ ପାଇଁ ହାତରେ ଟାଟୁ ଆଙ୍କିଲେଣି । ହାତରେ ଶ୍ରୀରାମ ଲେଖି ୨୨ ତାରିଖ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରସ୍ତୁତି କଲେଣି । ଏସବୁ ଭିତରେ ଆଜି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ସାର୍ବଜନୀନ କରାଯାଇଛି ଅପୂର୍ବ ଚିତ୍ର । ଯେଉଁଥିରେ ଝଲସୁଛି କମନୀୟ ଶିଶୁ ସୁଲଭ ରୂପ ଓ ସେଥିରେ ସୁସ୍ପଷ୍ଟ ଦିବ୍ୟତାର ଛାପ । ପଞ୍ଚତତ୍ତ୍ୱରେ ଶ୍ରୀରାମ ଥିମକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ଏହି ଚିତ୍ରକୁ ଦେଖିବାକୁ ମିଳୁଛି ।

ସେପଟେ ମକର ସଂକ୍ରାନ୍ତି ଠାରୁ ନିଜ ନିଜ ଅଞ୍ଚଳର ମନ୍ଦିରରେ ସ୍ୱଚ୍ଛତା ରକ୍ଷା ଏବଂ ପ୍ରାଣପ୍ରତିଷ୍ଠା ଦିନ ଆଳତୀ, ପ୍ରସାଦ ବଣ୍ଟନ ଓ ଘରେ ଘରେ ଦୀପାବଳି ଆଦି ପାଳନ କରିବାକୁ ଦେଶବାସୀ ତଥା ରାମଭକ୍ତଙ୍କୁ ତୀର୍ଥକ୍ଷେତ୍ର ପକ୍ଷରୁ ନିବେଦନ କରାଯାଇଛି । ରାତିରେ ବହୁଗୁଣ ବଢ଼ିଯାଉଛି ରାମ ମନ୍ଦିର ଗର୍ଭଗୃହ ସୌନ୍ଦର୍ଯ୍ୟ ।

ପଥରର ସୂକ୍ଷ୍ମ କାରିଗରୀକୁ ଅଧିକ ଆକର୍ଷଣୀୟ କରୁଛି ସୌମ୍ୟ-ଶୁଭ୍ର ଆଲୋକ ସଜ୍ଜା । ଆଉ କିଛି ଦିନ ପରେ ଏହି ଗର୍ଭଗୃହର ସିଂହାସନରେ ସୁନା ଛାଉଣୀ ହେବ ବୋଲି ଓଟିଭିକୁ ସୂଚନା ଦେଇଛନ୍ତି ସେଠାରେ ନିୟୋଜିତ ଜଣେ ଓଡ଼ିଆ ଇଞ୍ଜିନିୟର । ସେପଟେ ପୂର୍ବରୁ ରାମମନ୍ଦିର ସିଂହଦ୍ୱାର ସହିତ ହନୁମାନ ଓ ଗରୁଡ଼ ମୂର୍ତ୍ତିର ଫଟୋ ସାମ୍ନାକୁ ଆସିଥିବା ବେଳେ, ଏବେ ଦେଖିବାକୁ ମିଳିଛି ବ୍ରୋଞ୍ଜ ତିଆରି ବିଶାଳ ଜଟାୟୁ ମୂର୍ତ୍ତି । ରାମାୟଣରେ ଜଟାୟୁଙ୍କର ବିଶେଷ ମହତ୍ତ୍ୱ ଥିବାରୁ, ମନ୍ଦିର ପରିସରରେ ଥିବା କୁବେର ଟିଲା ଉପରେ ଏହି ବିଶାଳ କାଂସ୍ୟ ମୂର୍ତ୍ତିକୁ ସ୍ଥାପନ କରାଯିବ ।

ଏସବୁ ଭିତରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ, ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହର ସିଧାପ୍ରସାରଣ ଆମେରିକା ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାର ଏବଂ ବିଭିନ୍ନ ଦେଶର ଭାରତୀୟ ଦୂତାବାସରେ ପ୍ରଦର୍ଶିତ ହେବ ।