/odishatv-khabar/media/post_attachments/uploadimage/library/16_9/16_9_0/Ramlala_1704779199.jpg)
Ramlala
ରାମନବମୀରେ ସୂର୍ଯ୍ୟ ତିଳକରେ ଅଭିଷେକ ହେବେ ରାମଲାଲା । ପ୍ରତିବର୍ଷ ରାମନବମୀରେ ରାମଙ୍କ ମସ୍ତକରେ ୩ରୁ ୪ମିନିଟ ଧରି ପ୍ରଦର୍ଶିତ ହେବ ଏହି ତିଳକ । ଏଥି ପାଇଁ ଭବ୍ୟ ରାମମନ୍ଦିରରେ ହୋଇଛି ସ୍ୱତନ୍ତ୍ର ଆୟୋଜନ । ଅପଟି ମେକାନିକାଲ ସିଷ୍ଟମ ସହାୟତାରେ ଗର୍ଭଗୃହରେ ସ୍ଥାପିତ ହେବାକୁ ଥିବା ରାମଲାଲାଙ୍କ ମସ୍ତକରେ ସୂର୍ଯ୍ୟ କିରଣ ତିଳକ ଆକାରରେ ଦୃଶ୍ୟମାନ ହେବ ।
ଏହି ଚମତ୍କାରୀ ପରିକଳ୍ପନା ପଛରେ ରହିଛନ୍ତି ଜଣେ ଓଡ଼ିଆ ପୁଅ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଡାକ୍ତର ସରୋଜ କୁମାର ପାଣିଗ୍ରାହୀ ଏହି ସୂର୍ଯ୍ୟ ତିଳକ ଅଭିଷେକର ମୁଖ୍ୟ ବିନ୍ଧାଣୀ ସାଜିଛନ୍ତି । ସେ ଏବେ ସେଣ୍ଟ୍ରାଲ ବିଲଡିଙ୍ଗ ରିସର୍ଚ୍ଚ ବା CBRIରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଥିବା ବେଳେ ମନ୍ଦିର ନିର୍ମାଣ ଆରମ୍ଭରୁ କାର୍ଯ୍ୟ କରିଆସୁଛନ୍ତି ।
୨୨ ତାରିଖ ପ୍ରତିଷ୍ଠା ପୂର୍ବରୁ ସୂର୍ଯ୍ୟ ତିଳକ ଅଭିଷେକ ପ୍ରୋଜେକ୍ଟ ଶେଷ ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି । ରାମମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂର୍ଯ୍ୟ ତିଳକ ଅଭିଷେକ ପାଇଁ ଅନୁରୋଧ କରାଯାଇଥିଲା । ମାତ୍ର ମନ୍ଦିରର ଜଟିଳ ନିର୍ମାଣ ଶୈଳୀ ଯୋଗୁଁ ସିଧାସଳଖ ଭଗବାନଙ୍କ ମସ୍ତକରେ ସୂର୍ଯ୍ୟ କିରଣ ପକାଇବା ସମ୍ଭବ ନଥିଲା ।
ସେଥିପାଇଁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଆଷ୍ଟ୍ରୋ ଫିଜିକ୍ସର ସହଯୋଗରେ ସେ ଏକ ମଡେଲ ପ୍ରସ୍ତୁତ କରିଥିଲେ । ମିରର ଲେନ୍ସ ଓ ଅଷ୍ଟ ଧାତୁର ବ୍ୟବହାର କରି ଅପଟିକ୍ ମେକାନିକାଲ ସିଷ୍ଟମ ସହାୟତାରେ ସୂର୍ଯ୍ୟ ତିଳକର ପରିକଳ୍ପନା କରିଛନ୍ତି । ମନ୍ଦିରର ତୃତୀୟ ମହଲାରେ ସ୍ଥାପିତ ହୋଇଥିବା ଅପଟିକ୍ ମେକାନିକାଲ ସିଷ୍ଟମରେ ବିଭିନ୍ନ ପ୍ରକାରର ଲେନ୍ସ ବ୍ୟବହୃତ ହୋଇଛି ।
ଆସନ୍ତା ମାର୍ଚ୍ଚ ୨୯ ରେ ହେବାକୁ ଥିବା ରାମ ନବମୀରେ ପ୍ରଥମ ସୂର୍ଯ୍ୟ ତିଳକ ସୃଷ୍ଟି ହେବ ବୋଲି କହିଛନ୍ତି ବୈଜ୍ଞାନିକ ସରୋଜ ପାଣିଗ୍ରାହୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)