/odishatv-khabar/media/post_attachments/uploadimage/library/16_9/16_9_0/Ram_Mandir_1704770555.jpg)
Ram Mandir
ସଜେଇ ହେଉଛି ଅଯୋଧ୍ୟା, ଆସୁଛନ୍ତି ରାମଲାଲା । ଆଉ ଦିନ କେଇଟାରେ ଅଯୋଧ୍ୟାରେ ରଚାଯିବ ଇତିହାସ । ଦିନ ଯେତେ ବଢ଼ୁଛି ମନ୍ଦିରର ନୂଆ ନୂଆ ଦୃଶ୍ୟ ସାମ୍ନାକୁ ଆସୁଛି । ଏବେ ମନ୍ଦିରର ଗର୍ଭଗୃହ, ସମ୍ମୁଖ ଦ୍ୱାର ଓ ଗୋଟେ ପରେ ଗୋଟେ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି ସାର୍ବଜନୀନ ହେଉଛି ।
ଅଯୋଧ୍ୟା ମଧ୍ୟ ସଜେଇ ହେଲାଣି । ରାମପଥର ପ୍ରବେଶରେ ଗରୁଡ଼ଙ୍କ ବିଶାଳ ମୂର୍ତ୍ତି ଲାଗିଛି । ଏହାକୁ ଗରୁଡ଼ ଦ୍ୱାର ଭାବେ ନାମକରଣ କରାଯାଇଛି । ମନ୍ଦିରର ୪ ଦିଗକୁ ୪ଟି ଦ୍ୱାର ଭାବେ ପରିଣତ କରାଯାଉଛି । ଅନ୍ୟପଟେ ରାମ ମନ୍ଦିର ନିର୍ମାଣରେ ଓଡ଼ିଆ ପୁଅ ଇଂଜିନିୟର ପ୍ରଫୁଲ୍ଲ ପଟ୍ଟନାୟକ ବି ନିୟୋଜିତ ହୋଇ ନିଜକୁ ଧନ୍ୟ ମଣିଛନ୍ତି ।
ଓଟିଭିକୁ ନିଜ ଦିବ୍ୟ ଅନୁଭୂତି ବଖାଣିଛନ୍ତି ପ୍ରଫୁଲ । କହିଛନ୍ତି, ରାମ ମନ୍ଦିର ନିର୍ମାଣ କାର୍ଯ୍ୟର ସୁଯୋଗ ପାଇବା ଆଗରୁ ସେ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିଲେ । ସିଂହଦ୍ୱାର ଦେଇ ଭିତରକୁ ଯିବା ବେଳେ ପ୍ରଥମ ଥର ପାଇଁ ମହାଦେବଙ୍କ ମନ୍ଦିରର ପାର୍ଶ୍ୱରେ ଥିବା ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିଥିଲେ ।
ଆଗରୁ ବହୁବାର ଶ୍ରୀମନ୍ଦିର ଆସିଥିଲେ ସୁଦ୍ଧା ଶ୍ରୀରାମଙ୍କ ଦର୍ଶନର ସୌଭାଗ୍ୟ ପାଇନଥିଲେ । ସେହିଦିନ ଭଗବାନ ଶ୍ରୀରାମଙ୍କ ଦର୍ଶନ କରିବା ସହ ଓଡ଼ିଆ ସ୍ଥାପତ୍ୟ ଶୈଳୀରେ ନିର୍ମିତ ମନ୍ଦିରର କଳାକୃତି ତାଙ୍କୁ ଅଭିଭୂତ କରିଥିଲା । ତା ପର ଦିନ ହଠାତ ଫୋନ ଆସିଥିଲା ଅଯୋଧ୍ୟାରେ ନିର୍ମାଣାଧୀନ ଭବ୍ୟ ରାମନ୍ଦିରରେ କାର୍ଯ୍ୟ କରିବା ପାଇଁ । ଏଣୁ ସେ ନିଜକୁ ଧନ୍ୟ ମଣିବା ସହ ସବୁ ପ୍ରଭୁଙ୍କ ଲୀଳା ବୋଲି କହିଛନ୍ତି ଇଂଜିନିୟର ପ୍ରଫୁଲ୍ଲ ପଟ୍ଟନାୟକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)