/odishatv-khabar/media/post_attachments/uploadimage/library/16_9/16_9_0/Ram_Mandir_1704771819.jpg)
Ram Mandir
ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ସାରା ଦେଶରେ ଉତ୍ସାହ । ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ନେଇ ଉତ୍ସବ ମୁଖର ସାରା ଦେଶ । ସେହି ଦିନକୁ ସ୍ମରଣୀୟ କରିବାକୁ ସାରାଦେଶର ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଛି ବିଭିନ୍ନ କଳାକୃତି । ଆସନ୍ତା ୨୨ ତାରିଖରେ ଏହି ସମାରୋହ ପାଳନ କରାଯିବ ।
ଏହି ଦିନକୁ ସ୍ମରଣୀୟ କରିବା ଲାଗି ଇସ୍ପାତ ନଗରୀ ରାଉରକେଲାରେ ନିର୍ମାଣ କରାଯାଉଛି ଏକ ବିଶାଳ ଦୀପ । ଯାହାର ଲମ୍ବା ୧୨ ଫୁଟ୍ ଓ ଉଚ୍ଚତା ସାଢ଼େ ୫ ଫୁଟ୍ ରହିଛି । ଯେଉଁଥିରେ ପ୍ରାୟ ସାଢେ ୬ ହଜାର ଲିଟର ଘିଅ ରହିବ ।
ଅଧିକ ପଢ଼ନ୍ତୁ: ଆସୁଛନ୍ତି ରାମଲାଲା, ଗରୁଡ଼ଙ୍କ ହାତରେ ରାମପଥର ସୁରକ୍ଷା ବ୍ୟବସ୍ଥା
ସହରର ବନ୍ଧମୁଣ୍ଡାଠାରେ ପ୍ରାୟ ମାସେ ହେଲା ଏହାର ନିର୍ମାଣ କାର୍ଯ୍ୟ ଚାଲିଛି । ରାଉରକେଲାର ସ୍ମାଇଲ୍ ଫରଏଭର୍ ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟ ହାତକୁ ନିଆଯାଇଛି । ୨୨ ତାରିଖ ଦିନ ଏହି ମହାଦୀପକୁ ସହର ପରିକ୍ରମା କରିବା ପରେ ହନୁମାନ ବାଟିକାରେ ସନ୍ଧ୍ୟାରେ ଦୀପ ପ୍ରଜ୍ଜ୍ୱଳନ କରାଯିବାକୁ ଯୋଜନା ରହିଛି ।
ରାଉରକେଲାର ସ୍ମାଇଲ୍ ଫରଏଭର୍ ଫାଉଣ୍ଡେସନ ପକ୍ଷରୁ ବନ୍ଧମୁଣ୍ଡାଠାରେ ଏହି ବିରାଟକାୟ ଦୀପର ନିର୍ମାଣ କରାଯାଉଛି । ଗତ ମାସେ ହେଲା ଦୀପ ତିଆରି ଚାଲିଥିବା ବେଳେ ଆସନ୍ତା ୨-୩ ଦିନ ମଧ୍ୟ ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଣୁ କାରିଗର ମାନେ ଦିନରାତି ଏକ କରିଛନ୍ତି ।
୨୨ ତାରିଖ ସନ୍ଧ୍ୟାରେ ସହରର ହନୁମାନ ବାଟିକାରରେ ପ୍ରଜ୍ଜ୍ୱଳିତ ହେବ ଏହି ବିରାଟକାୟ ଦୀପ । ଯାହା ଓଡ଼ିଶାର ସବୁଠୁ ବଡ଼ ଦୀପ ବୋଲି ଦାବି କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)