ଓଡ଼ିଶାରେ ବୁଲୁଛି ମହାରାଷ୍ଟ୍ରର ମହାବଳ । ଗଜପତି ଜିଲ୍ଲା ଅଁଳାବର ଜଙ୍ଗଲରେ ବୁଲୁଥିବା ଏବଂ ଗାଈଗୋରୁ ମାରି ଖାଉଥିବା ମହାବଳ ବାଘ, ମହାରାଷ୍ଟ୍ରର ଚନ୍ଦ୍ରପୁରୀ ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସିଥିବା ଜଣାପଡ଼ିଛି ।
ପଞ୍ଚୁକରେ ଅଘଟଣ । ଦ୍ବାର ଭାଙ୍ଗି ଧବଳେଶ୍ବରଙ୍କୁ ଦର୍ଶନ । ଧବଳେଶ୍ବର ମନ୍ଦିରର ମୁଖ୍ୟ ଦ୍ବାର କବାଟ ଭାଙ୍ଗି ଦର୍ଶନ କଲେ ଶ୍ରଦ୍ଧାଳୁ ।
ଦେଶରେ କମୁନି ପେଟ୍ରୋଲ ଡିଜେଲ ଦର । ଗତ କିଛି ଦିନ ହେବ ଅଶୋଧିତ ତୈଳ ବଜାରରେ ଦର ହ୍ରାସ ଜାରି ରହିଛି । ଏହା ସତ୍ତ୍ବେ ଦେଶରେ ଦର କମିବାର ନାଁ ଗନ୍ଧ ନାହିଁ ।
ମହଙ୍ଗାଇ ମାଡ଼ରେ ବେହାଲ ସାଧାରଣ ଜନତା । ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଙ୍ଗା, ଖାଦ୍ୟ ସାମଗ୍ରୀ ମହଙ୍ଗା, ଶିକ୍ଷା ମହଙ୍ଗା । ବର୍ତ୍ତମାନ ସ୍ବାସ୍ଥ୍ୟ ସେବା ମଧ୍ୟ ମହଙ୍ଗା ।
ଆଜି ରାଜ୍ୟ କ୍ୟାବିନେଟ୍ । ଦିନ ୧୦ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ।
ଉତ୍ତରାଖଣ୍ଡ ଉତ୍ତରକାଶୀକୁ ଗଲା ହୀରାକୁଦରୁ ସ୍ବତନ୍ତ୍ର ଅଗର ମେସିନ । ଟନେଲ ଟ୍ରାଜେଡିର ଖନନ କାମରେ ଏହି ମେସିନ ଲଗାଯିବ ।
ମନ୍ତ୍ର ଧ୍ବନୀ ମାଧ୍ୟମରେ ଅଭିନବ ପ୍ରତିବାଦ । ମନ୍ତ୍ର ଉଚ୍ଚାରଣ କରି ପ୍ରତିବାଦ ଜଣାଇଛି ଓଡିଶା ବ୍ରାହ୍ମଣ ମହାସଂଘ ।
ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ଶ୍ରୀଜିଉଙ୍କର ବାଙ୍କଚୂଡ଼ ବେଶ । ପଞ୍ଚୁକରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।
ଅନେକ ସମୟରେ ପିଲାମାନଙ୍କୁ ଟିଭି ଦେଖିବାକୁ ବାରଣ କରିଥାନ୍ତି ବାପମାଆ । ଆଉ ସିନେମା ଯିବା ତ ସାତ ସପନ । ଅଭିଭାବକଙ୍କ ଧାରଣା, ଟିଭି କି ସିନେମା ଦେଖିଲେ ପିଲାମାନଙ୍କ ପାଠପଢା ବ୍ୟାଘାତ ହୋଇଥାଏ ।
ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଚତୁର୍ଥ ଦିନ । ଗୃହରେ ଶକ୍ତି, ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ, ବୟନ ଶିଳ୍ପ, ହସ୍ତତନ୍ତ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନ କାଳ ରହିଛି ।
ଆନ୍ଦୋଳନ କଲେ ବୋଲି ଆକ୍ରୋଶ ଅଭିଯୋଗ । ଏପରି ଅଭିଯୋଗ ଆଣିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।
୪୧ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଥିବା ଅଭିଯାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସୁଡ଼ଙ୍ଗ ଭିତରକୁ ଡ୍ରୋନ୍ ଛଡାଯାଇ ଶ୍ରମିକଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି ।
ନିଶାରେ ମତ୍ତ ବାଳକର ବିଭତ୍ସ କାଣ୍ତ । ୬୦ ଥର ଛୁରୀ ଭୁଷିଲା, ପରେ ନାଚିଲା । ମଝିରେ ମଝିରେ ମୁଣ୍ତକୁ ଗୋଇଠା ମଧ୍ୟ ମାରିଲା ।
ବିଶ୍ୱକପ ଶେଷ ହେବା ପରେ ଆଇସିସି ପକ୍ଷରୁ ଦିନିକିଆ ମାନ୍ୟତା ଘୋଷଣା କରା ଯାଇଛି । ବ୍ୟାଟିଂରେ ଶୁବମାନ ଗିଲ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।
ପାଞ୍ଚ ଦିନ ଧରି ହାଇଡ୍ରାମା । ପ୍ରଥମେ ବହିଷ୍କାର ପୁଣି ପ୍ରତ୍ୟାବର୍ତ୍ତନ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଓପନ AI କୁ ଫେରିବେ ସାମ ଅଲ୍ଟମ୍ୟାନ ।
ସରିଛି ବିଶ୍ୱକପ, ଭାଙ୍ଗିଛି ହୃଦୟ । କିନ୍ତୁ ଅତୀତକୁ ପଛରେ ଛାଡ଼ି ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ଦଳ । ବିଶ୍ୱକପ ଶେଷ ହେବାର ମାତ୍ର ତିନି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ଟିଟ୍ୱେଣ୍ଟି ସିରିଜ । କେବଳ ଫର୍ମାଟ ହିଁ ନୂଆ, କିନ୍ତୁ ବିପକ୍ଷ...
ପୁଣି ବିଜେବି କଲେଜରେ ଛାତ୍ର ଉତ୍ତେଜନା । କଲେଜ ଗେଟରେ ତାଲା ପକାଇ ରାଜପଥ ଅବରୋଧ କଲେ ଛାତ୍ରଛାତ୍ରୀ ।
ଚମଡ଼ା ଧୁଡ଼ୁ ଧୁଡ଼ୁ ହୋଇ ଗଲାଣି । ହାତରେ ବଳ ନାହିଁ କି ପାଦରେ ଶକ୍ତି ନାହିଁ । ତଥାପି ଶରୀରର ସବୁ ବଳ ଲଗାଇ ପଥର ଭାଙ୍ଗୁଛନ୍ତି ବୃଦ୍ଧା ମହିଳା ଜଣକ । ବୟସର ଅପରାହ୍ନରେ ବଞ୍ଚିବା ପାଇଁ ସଙ୍ଘର୍ଷ । ପଥର ବୋଝ ତଳେ ନଇଁ...
ଘର ଭିତରେ ଲାଇଟ ୱେବ ସାହାଯ୍ୟରେ ଡାଟା ଉପଲବ୍ଧ ହେବ । ଗ୍ରାହକଙ୍କ ଉପରେ ରେଡିଏସନର ପ୍ରଭାବ ଦୂର ହେବ ।
ହାଇଜାକ ହୋଇ ଯାଇଛି ଭାରତକୁ ଆସୁଥିବା ଜାହାଜ । ଇସ୍ରାଏଲର ଭାବି ଏହାକୁ ହାଇଜାକ କରା ଯାଇଛି । ଏନେଇ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଭିଡିଓ ଜାରି ପରେ ବଢିଛି ଉତ୍ତେଜନା ।