• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଛି ୩ ଦିନିଆ ଜାତୀୟ ସିନିୟର ଜିମ୍ନାଷ୍ଟିକ ଚମ୍ପିୟାନସିପ୍ । ପୁରୁଷ ବର୍ଗରେ ଓଡ଼ିଶାର ରାକେଶ ପାତ୍ର ଏବଂ ମହିଳା ବର୍ଗରେ ଅଲିମ୍ପିୟାନ ଦୀପା କର୍ମାକର ଅଲରାଉଣ୍ଡ ଚାମ୍ପିୟାନ ହୋଇଛନ୍ତି । ଏଥିସହିତ ରାକେଶ ପାତ୍ରଙ୍କୁ ବ୍ୟକ୍ତିଗତ ଭାବେ ୪ଟି ପଦକ ମିଳିଛି ।

ତପନ ମହାନ୍ତି ମଧ୍ୟ ଓଡିଶା ପାଇଁ ରିଙ୍ଗସ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିଣିଛନ୍ତି । ପ୍ରଥମ ଥର ପାଇଁ ଜାତୀୟ ଜିମ୍ନାଷ୍ଟିକରେ ତୃତୀୟ ସ୍ଥାନ ଅଧିକାର କରିଛି ଓଡ଼ିଶା । ତିନି ଦିନିଆ ଏହି ପ୍ରତିଯୋଗିତାରେ ଓଡ଼ିଶା ଚମତ୍କାର ପ୍ରଦର୍ଶନ କରି ୭ ପଦକ ଜିତିଛି । ରାକେଶ ପ୍ରଥମ ଦିନରେ ପୁରୁଷ ବିଭାଗରେ ଅଲରାଉଣ୍ତ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ, ଓଡ଼ିଶା ଦଳଗତ କାଂସ୍ୟ ହାସଲ କରିଥିଲା ।

ଶେଷ ଦିନରେ ମଧ୍ୟ ରାକେଶ ବ୍ୟକ୍ତିଗତ ଭାବେ ୩ ଟି ପଦକ ଜିତିଥିଲେ । ଇଭେଣ୍ଟରେ ଅନ୍ୟତମ ଓଡ଼ିଆ ଖେଳାଳି ତପନ ମହାନ୍ତି ୧୩.୧୬୭ ପଏଣ୍ଟ ସହ ତୃତୀୟରେ ରହି କାଂସ୍ୟ ପଦକ ଜିତିଛନ୍ତି । ରାକେଶଙ୍କୁ ଦ୍ୱିତୀୟ ପଦକ ମିଳିଛି ପାରାଲେଲ୍ ବାରସରେ । ମୋଟ ଉପରେ ରାକେଶଙ୍କୁ ଅଲରାଉଣ୍ତର ଓ ରିଙ୍ଗସରେ ସ୍ୱର୍ଣ୍ଣ, ପାରାଲେଲ ବାରରେ ରୌପ୍ୟ, ହରାଇଜୋଣ୍ଟାଲ ବାରରେ କାଂସ୍ୟ ପଦକ ପାଇଛନ୍ତି ।

ରାକେଶଙ୍କ ବ୍ୟତୀତ ସର୍ଭିସେସର ଗୌରବ କୁମାରଙ୍କୁ ମଧ୍ୟ ୪ ଟି ପଦକ ମିଳିଛି । ମହିଳା ବିଭାଗରେ ଅଲିମ୍ପିଆନ ପ୍ରଣତି ଦାସଙ୍କୁ ୨ ସ୍ୱର୍ଣ୍ଣ ସହ ଗୋଟେ ରୌପ୍ୟ ଓ ପ୍ରଣତି ନାୟକଙ୍କୁ ଭଲ୍ଟରେ ସ୍ୱର୍ଣ୍ଣ ଓ ବାଲାନ୍ସ ବିମରେ କାଂସ୍ୟ ପଦକ ମିଳିଛି ।