• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବଲିଉଡରେ ଆଇଟମ ଗୀତର ପ୍ରବଳ ଚାହିଦା ରହିଛି । ଫିଲ୍ମ ଖରାପ ହେଉ କି ଭଲ.. ଆଇଟମ ଗୀତ କିନ୍ତୁ ସବୁବେଳେ ହିଟ ହୋଇଥାଏ । ଆଉ ଏହି ଆଇଟମ ଗୀତ ପାଇଁ ଅଭିନେତ୍ରୀମାନେ ପ୍ରବଳ ପାରିଶ୍ରମିକ ନେଇ ଥାଆନ୍ତି । ଆପଣ ଜାଣନ୍ତି କି, ବେଳେ ବେଳେ ଆଇଟମ ଗୀତ ପାଇଁ ନେଉଥିବା ପାରିଶ୍ରମିକ, ଅଭିନେତ୍ରୀଠାରୁ ମଧ୍ୟ ଅଧିକ ଥାଏ ।

ଟିଭି ଉଦ୍ଭାବନ ପରେ ଭାରତୀୟ ସିନେମାରେ ନୃତ୍ୟ ଏକ ବଡ଼ ଭୂମିକା ନେଇ ଆସିଛି । ଭାରତୀୟ ଚଳଚିତ୍ରରେ ଗୀତ ଓ ନାଚ ଆଜିକାଲିକା ଟ୍ରେଣ୍ତ ପାଲଟିଗଲାଣି । ଗୀତ କି ନାଚ ଭଲ ଥିଲେ ଫିଲ୍ମକୁ ହିଟର ମାନ୍ୟତା ମିଳି ଯାଉଛି । ସେହିପରି ଭଲ ଆଇଟମ୍ ନାଚ ଥିଲେ ତ କଥା ସରିଲା । ରିଲିଜ ପୂର୍ବରୁ ହିଁ ଦର୍ଶକ ଏହାକୁ ହିଟର ମାନ୍ୟତା ଦେଇ ସାରି ଥାଆନ୍ତି ।

ତେବେ ଏହି ଆଇଟମ ଗୀତ ପାଇଁ ପ୍ରବଳ ଅର୍ଥ ନେଇ ଥାଆନ୍ତି କଳାକାରମାନେ । ବର୍ତ୍ତମାନ ସବୁଠାରୁ ଅଧିକ ଅର୍ଥ ନେଉଥିବା ଅଭିନେତ୍ରୀଙ୍କର ନାଁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ କ୍ୟାଟ୍ରିନା, ଦୀପିକା କି ଆଲିଆ ନୁହଁନ୍ତି .. ସେ ହେଉଛନ୍ତି ସାଉଥ ହିରୋଇନ ସାମନ୍ଥା ପ୍ରଭୁ । ଏହି ତେଲୁଗୁ-ତାମିଲ ତାରକା କେବଳ ଗୋଟିଏ ଗୀତ ପାଇଁ ୫ କୋଟି ଟଙ୍କା ନେଇଥିଲେ । ‘ପୁଷ୍ପା-ଦି ରାଇଜ’ରେ ଥିବା ଗୀତ ଓ ଆଣ୍ଟାଭା ପାଇଁ ସେ ୫କୋଟି ଟଙ୍କା ନେଇଛନ୍ତି । ଏକ୍ଷେତ୍ରରେ ସେ ବଲିଉଡ କଳାକାରମାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।

ନୋରା ଫତେହିଙ୍କ ପରି ବଲିଉଡର ଅଗ୍ରଣୀ ଡ୍ୟାନସର୍ ଗୀତ ପିଛା ୨ କୋଟି ଟଙ୍କା ନେଉଥିବା ବେଳେ, ସନି ଲିଓନି ମଧ୍ୟ ସମାନ ପାରିଶ୍ରମିକ ନେଇ ଥାଆନ୍ତି । ପୂର୍ବରୁ କରୀନା କପୁର ୧.୫ କୋଟି ଟଙ୍କା ନେଉଥିଲେ । ତମନ୍ନା ଭାଟିଆ ପ୍ରତି ଗୀତ ପିଛା ଗୋଟେ କୋଟି ଟଙ୍କା ନେଉଥିବା ବେଳେ କ୍ୟାଟ୍ରିନା କୈଫ ୨ କୋଟିରୁ ଅଧିକ ଟଙ୍କା ନେଇ ଥାଆନ୍ତି । ଅନ୍ୟପଟେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଗୋଟେ ଗୀତ ପିଛା ୩ କୋଟି ଟଙ୍କା ନେଇଥାନ୍ତି ।

ତେବେ ଓ ଆଣ୍ଟାଭା ଗୀତ ପାଇଁ ସାମନ୍ଥା ୫ କୋଟି ଟଙ୍କା ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ଫିଲ୍ମର ଲିଡ୍ ରୋଲରେ ଥିବା ରଶ୍ନିକା ମାନ୍ଧାନା ପୁରା ଫିଲ୍ମ ପାଇଁ ମାତ୍ର ୨ କୋଟି ଟଙ୍କା ନେଇଥିବା ଜଣା ପଡ଼ିଛି ।