ପାଖେଇ ଆସିଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଦିବ୍ୟ ମୁହୂର୍ତ୍ତ । ଆସନ୍ତାକାଲି ୫ଶହ ବର୍ଷ ଅପେକ୍ଷାର ହେବ ଅନ୍ତ ।
ଘଣ୍ଟାରେ ଆସି ବାଜିଲାଣି ୧୧ । ତଥାପି ଏଯାଏଁ କମିନି କୁହୁଡ଼ି । ରାଜଧାନୀ ଆକାଶକୁ ଘୋଡ଼ାଇ ରଖିଛି ଘନ କୁହୁଡ଼ିର ଆସ୍ତରଣ ।
ସେଲିବ୍ରେଟ କରୁଥିଲେ ସିଲଭର ଜୁବୁଲି । କିନ୍ତୁ ଛକି ରହିଥିଲା ମୃତ୍ୟୁ । ନିଜ କମ୍ପାନୀର ସିଲିଭର ଜୁବୁଲି ସେଲିବ୍ରେଟ କରୁ କରୁ ମାଡ଼ି ଆସିଲା ମୃତ୍ୟୁ ଆଉ ଚାଲିଗଲା ଜୀବନ । ଏପରି ଏକ ଦୁଃଖଦ ଘଟଣା ଘଟିଛି ହାଇଦ୍ରାବାଦରେ ।
ଆସନ୍ତାକାଲି ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା । ରାମମୟ ହେଲାଣି ଅଯୋଧ୍ୟା । ଶ୍ରଦ୍ଧାଳୁ, ସନ୍ୟାସୀ ସମସ୍ତଙ୍କ ସୁଅ ଛୁଟିଛି ଅଯୋଧ୍ୟାକୁ । ଏପଟେ ଓଡ଼ିଶାର ଅଯୋଧ୍ୟାରେ ବି ଉତ୍ସାହ କିଛି କମ ନୁହେଁ । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରେ ରହିଛି ଏହି ଅଯୋଧ୍ୟା ଗାଁ ।
କଟକ ନିକଟ ମଙ୍ଗୁଳି ଛକରେ ଦୁର୍ଘଟଣା । କାର ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଚୌଦ୍ୱାର ଦମକଳ ବାହିନୀ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ।
ପାଖେଇ ଆସିଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଦିବ୍ୟ ମୁହୂର୍ତ୍ତ । ଆସନ୍ତାକାଲି ୫ଶହ ବର୍ଷ ଅପେକ୍ଷାର ହେବ ଅନ୍ତ । ଅଯୋଧ୍ୟା ଶ୍ରୀରାମ ମନ୍ଦିର ପରିସରରେ ହଜାରେ ଆଠ ଯଜ୍ଞ କୁଣ୍ଡରେ ଚାଲିଛି ବେଦ ଓ ପାରାୟଣ ପାଠ ।
ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ । ପୁରୀ ସତ୍ୟବାଦୀ ବ୍ଲକ ମଠ ସାହି ଅଞ୍ଚଳର ପଟ୍ଟଚିତ୍ର କାରିଗର ନୀଳମଣି ଜେନାଙ୍କ ତୁଳି ମୁନରେ ଶୋଭା ପାଇଛି ରାମଲାଲାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ମୂହୁର୍ତ୍ତ ।
ସୁନ୍ଦରଗଡ଼ର ପ୍ରତିଷ୍ଠିତ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆୟକର ବିଭାଗର ରେଡ୍ । ଘନଶ୍ୟାମ ଡାଲମିଆଙ୍କ ପୁଅଙ୍କୁ ନେଇ IT ବିଭାଗର ପଚରାଉଚରା । ଘନଶ୍ୟାମଙ୍କ ପୁଅ ଅଭିଷେକ ଡାଲମିଆଙ୍କୁ ନେଇ ପଚରାଉଚରା କରାଯାଉଛି ।
ଆସୁଛନ୍ତି ପ୍ରଭୁ ଶ୍ରୀରାମ । ପ୍ରାୟ ୫ ଶହ ବର୍ଷ ପରେ ନିଜ ଆସ୍ଥାନରେ ବିରାଜିବେ ରାମଲାଲା । ସୋମବାର ହେବ ପ୍ରାଣ ପ୍ରତିଷ୍ଠା । ମଝିରେ ରହିଲା ଆଉ ମାତ୍ର ଗୋଟିଏ ଦିନ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଭାବପ୍ରବଣ ଭକ୍ତଙ୍କ ଉତ୍ସାହ କାହିଁରେ କଣ...
ଜାନୁଆରୀ ୨୨ ରେ ଛୁଟି ରହିବ ରିଲାଏନ୍ସ ଇଣ୍ତଷ୍ଟ୍ରୀ । ପୁରା ଭାରତରେ ଥିବା ରିଲାଏନ୍ସର ସମସ୍ତ ଶାଖା ଆସନ୍ତା ୨୨ ରେ ପ୍ରାଣ ପ୍ରତିଷ୍ଠା ଅବସରରେ ଛୁଟି ରହିବ । ଏନେଇ ଘୋଷଣା କରିଛନ୍ତି ମୁକେଶ ଅମ୍ୱାନୀ ।
ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଫଟୋ କେମିତି ଅନଲାଇନରେ ଆସିଲା .. ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଖେଳି ଯାଇଛି । ଅନ୍ୟପଟେ ଫଟୋ ଭାଇରାଲ ପରେ ଅସନ୍ତୋଷ ଝାଡ଼ିଛନ୍ତି ମୁଖ୍ୟ ପୂଜକ ।
ଆମାଜନରେ ରାମ ମନ୍ଦିରର ପ୍ରସାଦ ନାଁରେ ମିଳୁଛି ମିଠା । ଏପରି ଅଭିଯୋଗ ଆସିବା ପରେ ଇ-କମର୍ସ କମ୍ପାନୀ ଏହି ପ୍ରସାଦ ବିକ୍ରି ଉପରେ କଟକଣା ଲଗାଇଛି ।
ଆଜି ଚିଲିକାରେ ହେଉଛି ଡଲଫିନ ଗଣନା । ସକାଳ ୬ଟାରେ ଗଣତି ଆରମ୍ଭ ହୋଇଥିବା ବେଳେ, ୧୮ଟି ଟିମ୍ ଏଥିରେ ସାମିଲ ହୋଇଛନ୍ତି । ପ୍ରତି ଟିମରେ ୮ରୁ ୧୦ ଜଣ ସଦସ୍ୟ ରହିଛନ୍ତି ।
କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି । ନିଯୁକ୍ତି ଉପରେ ଲାଗିଲା ଅଙ୍କୁଶ । ପୂର୍ବରୁ ଧାର୍ଯ୍ୟ ୨୦ ଓ ୨୧ ତାରିଖରେ ଡକ୍ୟୁମେଣ୍ଟ ଭେରିଫିକେସନ କରାଯାଇ ପାରିବ ।
ଆନ୍ତରାଜ୍ୟ ଲୁଟେରାଙ୍କ ଟାର୍ଗେଟରେ ବାଲେଶ୍ୱର । ଗୋଟିଏ ବର୍ଷ ଭିତରେ ୪ଟି ଏଟିଏମ ଲୁଟ କରି ପୋଲିସକୁ ଦେଇଛନ୍ତି ଖୋଲା ଚାଲେଞ୍ଜ ।
ଷ୍ଟିଲ ସିଟି ରାଉରକେଲାରେ ଚିନ୍ତା ବଢାଇଛି ପ୍ରଦୂଷଣ । ଶତାଧିକ ଛୋଟବଡ କଳକାରଖାନାରୁ ନିର୍ଗତ ଧୂଆଁ ଏବେ ବାୟୁମଣ୍ଡଳରେ ଭରିଦେଇଛି ବିଷ । ରାସ୍ତାଘାଟ ସବୁଠି ଧୂଳିଧୂଆଁ ଅସ୍ତବ୍ୟସ୍ତ କରୁଥିବା ବେଳେ, ପ୍ରଦୂଷଣ ବିଭାଗର ନିଦ ଭାଙ୍ଗୁନଥିବା ଅଭିଯୋଗ ହୋଇଛି ।
ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ହେଲେ ତୁଟିନି ଗୁଆ ଚାଉଳ ବିବାଦ । ଅର୍ପଣ ରଥରେ ସଂଗୃହୀତ ଗୁଆ ଓ ଚାଉଳ ଏଯାଏଁ କାଳିଆ ପାଖରେ ପହଞ୍ଚି ନାହିଁ ।
ନୀଳକମଳ ଓ କଳାମେଘ ଭଳି ଶ୍ୟାମସୁନ୍ଦର ଶରୀରରେ ପ୍ରକାଶିତ ହେଉଥିଲା କୋଟି କୋଟି କାମଦେବଙ୍କ ଶୋଭା । ନାଲି ନାଲି ପାଦରେ ନଖ ଗୁଡ଼ିକର ଜ୍ୟୋତି ଏଭଳି ଲାଗୁଥିଲା, ଯେପରି ନାଲି ପଦ୍ମର ପତ୍ରରେ ସ୍ଥିର ହୋଇଯାଇଛି ମୋତି ।
କର୍ଣ୍ଣାଟକର ବିଜୟପୁର ଜିଲ୍ଲାରେ ଥିବା ଏକ ଘରୋଇ ହସ୍ପିଟାଲ ପ୍ରାଣ ପ୍ରତିଷ୍ଠା ସମାରୋହରେ ଜାନୁଆରୀ ୧୮ ରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ମାଗଣାରେ ପ୍ରସବ କରିବାକୁ ଘୋଷଣା କରିଛି ।
ଆକାଶରେ ଉଡ଼ୁଛି ବିମାନ । କିନ୍ତୁ ହଠାତ ଲାଗିଗଲା ନିଆଁ । ବିମାନରେ ମଝି ଆକାଶରେ ଥିବା ବେଳେ ହିଁ ଲାଗିଲା ନିଆଁ । ଏନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।