• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବଲିଉଡ ଅଭିନେତା ଅମୀର ଖାନଙ୍କ ଝିଅ ଆୟରାଙ୍କର ଗତକାଲି ବିବାହ ହୋଇ ଯାଇଛି । ଆୟରା ଖାନ, ଫିଟନେସ ଟ୍ରେନର ନୁପୁର ଶିଖରେଙ୍କୁ ବିବାହ କରିଛନ୍ତି । ମୁମ୍ବାଇର ଏକ ପ୍ରସିଦ୍ଧ ହୋଟେଲରେ ଉଭୟ ବିବାହ କରିଛନ୍ତି । ରେଜିଷ୍ଟ୍ରେସନ ପେପରରେ ଦସ୍ତଖତ କରି ଉଭୟ ପତିପତ୍ନୀ ହୋଇଛନ୍ତି ।

ତେବେ ବର ହୋଇଥିବା ନୁପୁର ଜିମ ପୋଷାକରେ ଆସି ସମସ୍ତଙ୍କୁ ଚକିତ କରି ଦେଇଥିଲେ । ବିବାହ ପରେ ନବ ଦମ୍ପତି ଗଣମାଧ୍ୟମ ସହ କଥାବାର୍ତ୍ତା ହୋଇଥିଲେ । ଏନେଇ ଭିଡ଼ିଓ ମଧ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଅମୀର ଖାନ ଝିଅଙ୍କ ବିବାହ ଉତ୍ସବରେ ବଲିଉଡର ଅନେକ ଅଭିନେତା, ଅଭିନେତ୍ରୀଙ୍କ ସହ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ଓ ବହୁ ଭିଆଇପି ସାମିଲ ହୋଇଥିଲେ ।

ବର ପାରମ୍ପରିକ ଭାବେ ଘୋଡ଼ା ଚଢ଼ି ଆସିବା ବଦଳରେ ଜିମ ପୋଷାକ ପିନ୍ଧି ନିଆରା ଢଙ୍ଗରେ ଆସିଥିଲେ । ଜିମ ପୋଷାକରେ ପ୍ରାୟ ୮ କିଲୋମିଟର ଦୌଡ଼ି ଦୌଡ଼ି ଆସି ପହଞ୍ଚିଥିଲେ ନୁପୁର । ଅନ୍ୟପଟେ ଅମୀରଙ୍କ ଝିଅ ଲେହେଙ୍ଗା ପିନ୍ଧିଥିଲେ । ଉଭୟ ରେଜିଷ୍ଟ୍ରି ବିବାହ କରିଥିଲେ । ନୁପୁର ଫିଟନେସ ଟ୍ରେନର ଥିବାରୁ ଏପରି ବିବାହ କରିଛନ୍ତି ବୋଲି ପ୍ରକାଶ ।