• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କେପଟାଉନ ଟେଷ୍ଟରେ ଦୃଢ଼ ସ୍ଥିତିରେ ଟିମ୍ ଇଣ୍ଡିଆ । ଟ୍ରାଏଲ ବାଏ ଏଡ଼ାଇବାକୁ ଦକ୍ଷିଣ ଆଫ୍ରିକାର ସଂଘର୍ଷ । ଏବେ ବି ୩୬ ରନରେ ଅଗ୍ରଣୀ ରହିଛି ଭାରତ । ଆଜି ଦ୍ବିତୀୟ ଦିନରେ ୬୨ ରନ୍ ୩ ୱିକେଟରୁ ଦ୍ବିତୀୟ ଇନିଂସ ଖେଳ ଆରମ୍ଭ କରିବ ଘରୋଇ ଦଳ । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୫୫ ରନ୍ ରେ ଅଲଆଉଟ୍ ହେବା ପରେ ଭାରତ ପ୍ରଥମ ଇନିଂସରେ ୧୫୩ ରନ୍ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଇନିଂସ ବ୍ୟାଟିଂ କରି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୩ ୱିକେଟ ହରାଇ ୬୨ ରନ୍ କରିଛି ।

ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା । ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଚମତ୍କାର ବୋଲିଂ କରି ଘରୋଇ ଦଳକୁ ମାଟି କାମୁଡ଼ିବାକୁ ବାଧ୍ୟ କରି ଦେଇଥିଲେ । ମାତ୍ର ୫୫ ରନରେ ଅଲଆଉଟ ହୋଇ ଯାଇଥିଲା ଦକ୍ଷିଣ ଆଫ୍ରିକା । ପରେ ପରେ ଭାରତ ଭଲ ଆରମ୍ଭ କରିଥିଲା । ଭାରତ ତରଫରୁ ରୋହିତ ଶର୍ମା, ଶୁବମାନ ଗିଲ ଯଥାକ୍ରମେ ୩୯ ଓ ୩୬ ରନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କେବଳ କୋହଲି ୪୬ ରନ କରି ପାରିଥିଲେ । ଏହା ପରେ ତାସ ପତା ଭୁସୁଡ଼ିଲା ଭଳି ଭୁସୁଡ଼ି ଯାଇଥିଲା ଭାରତର ବ୍ୟାଟିଂ ଲାଇନଅପ । ଅନ୍ୟ କୌଣସି ବ୍ୟାଟର ଗୋଟେ ମଧ୍ୟ ରନ କରି ପାରିନଥିଲେ । ଫଳରେ ଅଲୋଡ଼ା ରେକର୍ଡ କରିଥିଲା ଭାରତ । ୧୪୭ ବର୍ଷର ଇତିହାସରେ ମାତ୍ର ୧୧ ବଲରେ ବିନା କୌଣସି ରନରେ ୬ ଟି ୱିକେଟ ହରାଇଥିଲା ଭାରତୀୟ ଦଳ । ଅତି ଆଶ୍ଚର୍ଯ୍ୟଜନକ ଭାବରେ ଭାରତର ବ୍ୟାଟିଂ ସମାପ୍ତ ହୋଇ ଯାଇଥିଲା ।

ଗୋଟେ ସମୟରେ ୩ ୱିକେଟରେ ୧୦୫ରନ କରି ଭଲ ସ୍ଥିତିରେ ଥିବା ଭାରତ ମାତ୍ର ୧୫୩ ରନରେ ଅଲଆଉଟ ହୋଇ ଯାଇଥିଲା । ଟେଷ୍ଟ କ୍ରିକେଟ ଇତିହାସରେ ଗୋଟିଏ ସ୍କୋରରେ ୫ କିମ୍ବା ଏହାଠାରୁ ଅଧିକ ୱିକେଟ ପତନ ହେବାରେ ଏହା ପ୍ରଥମ ଘଟଣା । ଭାରତର ମାତ୍ର ଜଣେ ବ୍ୟାଟର ଖାତା ଖୋଲିପାରି ନଥିଲେ ।