• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନୂଆ ବର୍ଷରେ ପେଟ୍ରୋଲ ପମ୍ପରେ ଟ୍ରାଫିକ୍ ଜାମ୍ .. ଲମ୍ବା ଧାଡି । କାରଣ ଜାଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ନୂଆ କରି ହିଟ୍ ଆଣ୍ତ ରନ୍ ନିୟମ ପାଇଁ ପୂରା ଦେଶରେ ଟ୍ରକ ଡ୍ରାଇଭର ମାନଙ୍କର ଆନ୍ଦୋଳନ ଜାରି ରହିଛି । ଏହାକୁ ନେଇ ଦେଶବ୍ୟାପୀ ପେଟ୍ରୋଲ ପମ୍ପରେ ଭିଡ଼ ଦେଖିବାକୁ ମିଳିଛି । ସ୍ଥାନେ ସ୍ଥାନେ ଆମ୍ୱୁଲାନ୍ସ ମଧ୍ୟ ଅଟକି ରହିଛି । ଦେଶବ୍ୟାପୀ ଏହି ନିୟମ ବିରୋଧରେ ଟ୍ରକ ଡ୍ରାଇଭରମାନଙ୍କର ଆନ୍ଦୋଳନ ଜାରି ରହିଛି ।

ହିଟ୍ ଏଣ୍ଡ ରନ୍ ସଂକ୍ରାନ୍ତ କଠୋର ଦଣ୍ଡାଦେଶକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ । ବିହାର, ପଞ୍ଜାବ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଓ ଛତିଶଗଡରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର । ଏଥିରେ ଅନେକ ଟ୍ୟାଙ୍କର ଡ୍ରାଇଭର ସାମିଲ ହୋଇଛନ୍ତି ।

ଏଥିଯୋଗୁ ତେଲ ନ ମିଳିବା ଆଶଙ୍କା ଦେଖାଦେଇଛି । ଏଥିପାଇଁ ପେଟ୍ରୋଲ ପମ୍ପ ଗୁଡିକରେ ଅସମ୍ଭବ ଭିଡ ଦେଖିବାକୁ ମିଳିଛି । ଡ୍ରାଇଭର ମାନଙ୍କ ଧର୍ମଘଟ ଯୋଗୁଁ ପାଟନାରୁ ପୁନେ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଯାତ୍ରୀସେବା ପ୍ରଭାବିତ ହୋଇଛି । ନିକଟରେ ପାରିତ ହୋଇଥିବା ଭାରତ ନ୍ୟାୟ ସଂହିତାରେ ହିଟ୍ ଏଣ୍ଡ ରନ୍‌ରେ କଡା ଦଣ୍ଡାଦେଶ ବ୍ୟବସ୍ଥା ରହିଛି ।

ନୂଆ ଆଇନ୍ ଅନୁସାରେ ହିଟ୍ ଏଣ୍ଡ ରନ୍ ପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ କରାଯିବ । ଏତେ ପରିମାଣର ଟଙ୍କା ଡ୍ରାଇଭର ମାନେ କେଉଁଠୁ ଦେବେ ବୋଲି ସର୍ବଭାରତୀୟ ମୋଟର ଓ ଗୁଡସ ଟ୍ରାନ୍ସପୋର୍ଟ ଆସୋସିଏସନ ପକ୍ଷରୁ ପ୍ରଶ୍ନ କରାଯାଇଛି ।

ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ତିନି ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଡ୍ରାଇଭରମାନେ ଚେତାବନୀ ଦେଇଛନ୍ତି । ଗତକାଲି ବିକ୍ଷୋଭ ପ୍ରଦର୍ଶନ କରି ରାଜପଥ ତଥା ଦେଶର ଅନ୍ୟାନ୍ୟ ପ୍ରମୁଖ ରାସ୍ତାକୁ ଡ୍ରାଇଭରମାନେ ଅବରୋଧ କରିଥିଲେ । ଫଳରେ କେବଳ ଯେ ଟ୍ରାଫିକ୍ ଜାମ୍ ହୋଇଛି ତାହା ନୁହେଁ, ବରଂ ଶୀଘ୍ର ପେଟ୍ରୋଲ ସରିଯିବା ଆଶଙ୍କା କରି ଲୋକମାନେ ନିକଟସ୍ଥ ପେଟ୍ରୋଲ୍ ପମ୍ପରେ ଭିଡ଼ ଜମାଇଛନ୍ତି ।

ଏହି ଧର୍ମଘଟରେ ଅଂଶଗ୍ରହଣ କରୁଥିବା ଡ୍ରାଇଭରମାନଙ୍କ ମଧ୍ୟରେ ଟ୍ରକ, ବେସରକାରୀ ବସ୍ ଡ୍ରାଇଭର, ଏପରିକି ସରକାରୀ ବସ୍ ଡ୍ରାଇଭର ମଧ୍ୟ ଅଛନ୍ତି । ସୋସିଆଲ ମିଡିଆରେ ଲୋକମାନେ ଦାବି କରିଛନ୍ତି ଯେ କେତେକ ରାଜ୍ୟରେ କ୍ୟାବ ଡ୍ରାଇଭରମାନେ ମଧ୍ୟ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି ।