• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଲଟେରୀ ଜିତିବା ପରେ ଏମିତି ନାଚିଲେ ଯେ, ଗଳି ପଡ଼ିଲେ । ଗୋଟେ ମିଲିୟନ ଡଲାର ଜିତିବା ଖୁସିରେ ଭରା ଷ୍ଟେଜ୍ ଉପରେ ପଡ଼ିଗଲେ ମହିଳା । ଏପରି ଅଭାବନୀୟ ଓ ହାସ୍ୟାସ୍ପଦ ଘଟଣା ଘଟି ଯାଇଛି ସୁଦୂର ଆମେରିକାରେ । ଲଟେରୀରେ ଗୋଟେ ମିଲିୟନ ଜିତିବା ଖୁସିକୁ ସହ୍ୟ କରି ନପାରି ଷ୍ଟେଜ ଉପରେ ପଡ଼ି ଯାଇଛନ୍ତି ମହିଳା ଜଣକ ।

ମହିଳାଙ୍କର ନାମ ପାମେଲା ବ୍ରାଡସ’ । ପୂର୍ବରୁ କେବେ ମଧ୍ୟ ନ୍ୟୁୟର୍କ ସହର ଦେଖି ନଥିଲେ ସେ । କିନ୍ତୁ ତାଙ୍କର ଭାଗ୍ୟ ଏପରି ଚମକିଲା ଯେ, ଗୋଟେ ମିଲିୟନ ଡଲାରର ମାଲିକାଣୀ ହୋଇଗଲେ ସେ । ଏହି ଲଟେରୀରେ ଖେଳରେ ମୋଟ ପାଞ୍ଚ ଜଣ ପ୍ରତିଯୋଗୀଙ୍କୁ ମନୋନୀତ କରା ଯାଇଥିଲା । ଏହା ମଧ୍ୟରେ ପାମେଲାଙ୍କର ନାମ ମଧ୍ୟ ସାମିଲ ଥିଲା ।

ଷ୍ଟେଜ ଉପରେ ଯେତେବେଳେ ପାମେଲାଙ୍କୁ ବିଜୟୀ ଭାବେ ଘୋଷଣା କରାଗଲା, ସେତେବେଳେ ତାଙ୍କର ଖୁସିର ସୀମା ରହିଲା ନାହିଁ । ଏଇ ଖୁସିରେ ସେ ନାଚିବା ଆରମ୍ଭ କରିଥିଲେ ଓ ତଳେ ପଡ଼ି ଯାଇଥିଲେ । ପରେ ଷ୍ଟେଜ ଉପରେ ଥିବା ତାଙ୍କ ଝିଅ ପାମେଲାଙ୍କୁ ଉଠାଇଥିଲେ । ତେବେ ଏହି ଟଙ୍କାରେ ସେ ଏକ ନୂଆ ଘର କିଣିବାକୁ ଯୋଜନା କରିଥିବା କହିଛନ୍ତି  ।