ବିଜେଡିକୁ ଟାର୍ଗେଟ୍ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗୋପାଳପୁର କାର୍ଯ୍ୟକ୍ରମରେ ‘ଜୟ ଶ୍ରୀରାମ’ ନାରାକୁ ନେଇ ଶାସକ ଦଳକୁ କଟାକ୍ଷ କରିଛନ୍ତି । ପିଲା ଜୟ ଶ୍ରୀରାମ ନାରା ଦେବାରୁ ବିଡିଓ ଗାଳି ଖାଇଲେ ବୋଲି କହିଛନ୍ତି ପ୍ରଦୀପ ।
ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା । ସେ ସର୍ଭିକାଲ କ୍ୟାନସରରେ ପୀଡିତ ଥିଲେ ।
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେଲେ ଚମ୍ପଇ ସୋରେନ୍ । ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକୃଷ୍ଣ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ଗ୍ରାହକଙ୍କୁ କନ୍ଦାଉଛି ରସୁଣ । ସବୁ ରୋଷେଇରେ ଛୁଙ୍କ ଦେଉଥିବା ରସୁଣ କେଜି ଏବେ ୪୦୦ ଟଙ୍କା । ଶହେ ଗ୍ରାମ୍ କିଣିଲେ ୫୦ ଟଙ୍କା ନେଉଛନ୍ତି ବ୍ୟବସାୟୀ ।
ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟ ଝଟକା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଥିବା ଗିରଫ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ହେମନ୍ତ ।
୨ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ସାହେବଙ୍କ ନିବିଡ଼ ଓ ନିଆରା ସଂପର୍କର ଭିନ୍ନ ଏକ କାହାଣୀ । ଗୋଟିଏ କାହାଣୀ ହେଉଛି, ରାଜ୍ୟ ପୋଲିସ ମୁଖ୍ୟାଳୟର, ଅନ୍ୟଟି ରାଜଭବନର ।
ଅନ୍ତରୀଣ ବଜେଟରେ ଅପରିବର୍ତ୍ତିତ ରହିଲା ଟିକସ ହାର । ଆଗାମୀ ଆର୍ଥିକ ବର୍ଷ ପାଇଁ ବ୍ୟକ୍ତିଗତ କରଦାତାଙ୍କୁ କୌଣସି ରିହାତି ଦେଇନି ନିର୍ମଳାଙ୍କ ବଜେଟ୍ ।
ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ଏଇ ବେଳାରେ ବିକଶିତ ଭାରତର ଲକ୍ଷ୍ୟ ନେଇ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ । ଯେଉଁଥିରେ ଗରିବ, ମହିଳା, ଯୁବକ ଓ ଅନ୍ନଦାତା ବା ଚାଷୀକୁ ପ୍ରାଧାନ୍ୟ ଦେଇ ଆୟବ୍ୟୟ ଅଟକଳ କରିଛନ୍ତି ।
କଟକ ବିଡ଼ାନାସୀ ପୋଲିସ ହସ୍ପିଟାଲର ଝାଡୁଦାର ଧନୀ ନାୟକଙ୍କୁ ନେଇ ଏବେ ଚର୍ଚ୍ଚା । ଧନୀ ନାୟକ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ।
ଓଡ଼ିଶାକୁ ରେଳ ବଜେଟରେ ମିଳିଛି ୧୦ ହଜାର ୫୩୬ କୋଟି ଟଙ୍କାର ଅନୁଦାନ । ବଜେଟରେ ଓଡ଼ିଶାକୁ ରେଳ ଅନୁଦାନ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।
ଜେଲ୍ ଗଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଦିନକ ପାଇଁ ହେମନ୍ତଙ୍କୁ ବିଚାର ବିଭାଗୀୟ ହାଜତ ପଠାଯାଇଛି । ଅନ୍ୟପଟେ ହେମନ୍ତଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି ଇଡି । ଆସନ୍ତାକାଲି ଇଡିର ରିମାଣ୍ଡ ଆବେଦନ ନେଇ ଶୁଣାଣି ହେବ ।
ନୋକିଆର ୱେବ ସାଇଟ ଓ ସୋସିଆଲ ମିଡିଆ ଆକାଉଣ୍ଟର ନାମ ପରିବର୍ତ୍ତନ ହୋଇଯାଇଛି । ନୋକିଆର ସୋସିଆଲ ମିଡ଼ିଆ ଆକାଉଣ୍ଟ ଓ ୱେବସାଇଟର ନାଁ ବଦଳାଇ ହ୍ୟୁମାନ ମୋବାଇଲ ଡିଭାଇସ ରଖିଛି ।
ଦିନେ ରକ୍ଷା କରିବାକୁ ଦେଇଥିଲା ଶପଥ, ଯେଉଁ ହାତରେ ରାକ୍ଷୀ ବାନ୍ଧିଥିଲା ଭଉଣୀ... ସେହି ହାତରେ ମାରିଦେଲା ଭାଇ । ରକ୍ଷାର କବଚ ସାଜିବା ଜାଗାରେ ପାଲଟିଲା ହତ୍ୟାକାରୀ ।
ହ୍ୱାଟସଆପରେ ଆସିଲା ନୂଆ ଫିଚର । ଏଥର ଚାଟକୁ କରିପାରିବେ ଲକ୍ । ଉପଭୋକ୍ତାଙ୍କ ଅଭିଜ୍ଞତାକୁ ସୁରକ୍ଷିତ ରଖିବା ସହ ନିରାପଦ କରିବା ପାଇଁ ଏପରି ଏକ ଫିଚର ଆଣିବାକୁ ଯାଉଛି ହ୍ୱାଟସ୍ ଆପ୍ ।
୫୦ ବର୍ଷିଆ ସୁଧ ରହିତ ଯୋଜନାରେ ଦିଆଯିବ ଋଣ । ଗବେଷଣା ପାଇଁ ଜୟ ଅନୁସନ୍ଧାନ ଯୋଜନା ଆରମ୍ଭ କରାଯାଇଛି । ଜୟ ଅନୁସନ୍ଧାନ ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ ।
ଲୁଚି ଲୁଚି ଶାଶୁ ବ୍ୟବହାର କରୁଥିଲେ ମେକଅପ ସାମଗ୍ରୀ । ଏହା ଜାଣିବା ପରେ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ମାଗିଲେ ପତ୍ନୀ । ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟି ଯାଇଛି ଆଗ୍ରାରେ ।
ବିରାଟ କୋହଲିଙ୍କ ମାଆ ଅସୁସ୍ଥ! ଏ କଥା ଆମେ କହୁନୁ... ଗତ କିଛିଦିନ ହେବ ଏମିତି ଏକ ଗୁଜବ ଶୁଣିବାକୁ ମିଳୁଛି । ଏହାକୁ ନେଇ ସ୍ପଷ୍ଟୀକରଣ ଜାରି କରିଛନ୍ତି ବିରାଟଙ୍କ ବଡ଼ଭାଇ ବିକାଶ କୋହଲି ।
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ । ହେମନ୍ତ ସୋରେନଙ୍କ ରାଞ୍ଚି ଘରେ ଇଡି ଟିମ୍ ପହଞ୍ଚି ତାଙ୍କୁ ପଚରାଉଚରା କରୁଛି ।
ଗତକାଲି ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ତାଦେଶ ମିଳିଥିବା ବେଳେ ଆଜି ଇମ୍ରାନଙ୍କ ପତ୍ନୀଙ୍କୁ ୧୪ ବର୍ଷ ଜେଲ ଦଣ୍ତାଦେଶ ମିଳିଛି । ଗତକାଲି ଇମ୍ରାନଙ୍କୁ ବିବାଦୀୟ ସାଇଫର୍ ଅର୍ଥାତ ଗୁପ୍ତ ଦସ୍ତାବିଜ ଲିକ ମାମଲାରେ ଜେଲ ଦଣ୍ତ ମିଳିଥିଲା ।
ଚଳିତ ବର୍ଷ ପ୍ରଥମ ଥର ପାଇଁ ନୂଆ ସଂସଦରେ ନିଜର ଅଭିଭାଷଣ ରଖିଛନ୍ତି ମହାମହିମ ରାଷ୍ଟ୍ରପତି । ବହୁ ଲୋକଙ୍କ ଧୈର୍ଯ୍ୟ, ପ୍ରତୀକ୍ଷା, ତପସ୍ୟାର ଅବସାନ ଘଟିଛି । ରାମ ମନ୍ଦିର ଆକାଂକ୍ଷା ପୂରଣ ହୋଇଛି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।