• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଜେଡିକୁ ଟାର୍ଗେଟ୍ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗୋପାଳପୁର କାର୍ଯ୍ୟକ୍ରମରେ ‘ଜୟ ଶ୍ରୀରାମ’ ନାରାକୁ ନେଇ ଶାସକ ଦଳକୁ କଟାକ୍ଷ କରିଛନ୍ତି । ପିଲା ଜୟ ଶ୍ରୀରାମ ନାରା ଦେବାରୁ ବିଡିଓ ଗାଳି ଖାଇଲେ ବୋଲି କହିଛନ୍ତି ପ୍ରଦୀପ । ଏହି ଘଟଣା ପରେ ମୋ ବିରୋଧରେ ଚାର୍ଜଫ୍ରେମ କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ପ୍ରଦୀପ ।

ସୋସିଆଲ ମିଡିଆରେ ମିଛ ପ୍ରଚାର ପାଇଁ ୬ କୋଟି ଖର୍ଚ୍ଚ କରୁଛି ବିଜେଡି । ଆଗକୁ ସମଗ୍ର ଓଡ଼ିଶାରେ ଜୟ ଶ୍ରୀରାମ ନାରା ଗୁଞ୍ଜରଣ ହେବ । ଆଗକୁ ଓଡ଼ିଶାରେ ଅରେଞ୍ଜ ଲହର ଆସିବାକୁ ଯାଉଛି । ଖୁବ୍ ଶୀଘ୍ର ଓଡ଼ିଶାରେ ଗ୍ରୀନରୁ ଅରେଞ୍ଜ, ବିରାଟ ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ନବୀନ ନିବାସ ବ୍ୟକ୍ତିଗତ ସମ୍ପତ୍ତି ହୋଇଥିଲେ ବି ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ନାଁରେ କେତୋଟି ନୂଆ ଅଟ୍ଟାଳିକା ନିର୍ମାଣ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି । ଏହାସହ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାର ହିସାବ ରଖିବେ କି ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ପ୍ରଦୀପ ।

ସେହିପରି ଶଙ୍ଖ ଭବନରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ଟଙ୍କା କେଉଁଠୁ ଆସିଲା କିଏ କାମ କଲା ତାହାର ହିସାବ ମାଗିଛନ୍ତି । ତେବେ ପ୍ରଦୀପଙ୍କ ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।