• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ବଜେଟରେ ବିକାଶର ସୁନେଲି ସ୍ୱପ୍ନ ଦେଖାଇଛନ୍ତି ଅର୍ଥମନ୍ତ୍ରୀ । ନିର୍ବାଚନ ବର୍ଷ ଥିବାରୁ ସମାଜର ସବୁ ବର୍ଗର ଲୋକଙ୍କୁ ଖୁସି କରାଇବାକୁ ଚେଷ୍ଟା କରିଛନ୍ତି ଅର୍ଥମନ୍ତ୍ରୀ । ବଜେଟରେ ପ୍ରତ୍ୟେକ ଭାରତୀୟଙ୍କର ଆଶା ଓ ଆକାଂକ୍ଷା ପୂରଣ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ପାର୍ଲାମେଣ୍ଟରେ ବଜେଟ୍ ଉପସ୍ଥାପନ ବେଳେ ଏପରି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମରଣ ।

Budget 2024 LIVE Updates | କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ରେ କାହା ପାଇଁ କେତେ ?

ଦେଶରେ ୪ଟି ଜାତି ଅଛନ୍ତି । ଗରିବ, ମହିଳା, ଯୁବ ଏବଂ ଅନ୍ନଦାତା..ଏଭଳି କ୍ଷେତ୍ରକୁ ଦେଖି ହିଁ କେନ୍ଦ୍ର ସରକାର ଏମାନଙ୍କ ବିକାଶ ପାଇଁ ଲାଗିଛନ୍ତି । ଅନ୍ୟପଟେ ୫୦ ବର୍ଷିଆ ସୁଧ ରହିତ ଯୋଜନାରେ ଦିଆଯିବ ଋଣ । ଗବେଷଣା ପାଇଁ ଜୟ ଅନୁସନ୍ଧାନ ଯୋଜନା ଆରମ୍ଭ କରାଯାଇଛି । ଜୟ ଅନୁସନ୍ଧାନ ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ । ୫୦ ବର୍ଷିଆ ଦୀର୍ଘମିଆଦି ଯୋଜନାରେ ଗବେଷଣା ପାଇଁ ଋଣ ମିଳିବ । କେନ୍ଦ୍ର ସରକାରଙ୍କ ଫୋକସରେ GDP, ଗଭର୍ଣ୍ଣାନସ୍, ବିକାଶ ଏବଂ ପ୍ରଦର୍ଶନ ରହିଛି ।

ସବକା ସାଥ, ସବକା ବିଶ୍ୱାସ, ସବକା ବିକାଶର ନାରା ପୁଣି ଥରେ ଦୋହରାଇଛନ୍ତି କେନ୍ଦ୍ର ସରକାର । ସମସ୍ତଙ୍କୁ ଧ୍ୟାନରେ ରଖି ଚଳିତ ବର୍ଷର ବଜେଟ ପ୍ରସ୍ତୁତ କରାଯାଇଛି । ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ ଏବଂ ଜୟ ଅନୁସନ୍ଧାନକୁ ଧ୍ୟାନରେ ରଖି କେନ୍ଦ୍ର ସରକାର କାମ କରୁଛନ୍ତି । ଗରିବ କଲ୍ୟାଣ ହେଉଛି ଦେଶର କଲ୍ୟାଣ । ତେଣୁ କେନ୍ଦ୍ର ଏଥିପାଇଁ ସବୁବେଳେ ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ଅନ୍ୟପଟେ ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ସହଜ ଏବଂ ସରଳ କରାଯିବା ସହ ବିକଶିତ ଭାରତ ନେଇ ଜୁଲାଇ ବଜେଟରେ ବ୍ୟାପକ ଘୋଷଣା ହେବ । ସେହିପରି ବିତ୍ତୀୟ ନିଅଣ୍ଟକୁ ୪.୫%କୁ ହ୍ରାସ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ଅଧିକ ପଢ଼ନ୍ତୁ: ବଜେଟ୍ କେତେ ପ୍ରକାର; ଏହା କିପରି ଦେଶବାସୀଙ୍କୁ ସହଯୋଗ କରେ

ଡିବିଟି ଜରିଆରେ ୩୪ ଲକ୍ଷ କୋଟି ପ୍ରଦାନ କରାଯାଇଛି । ଜନଧନ ଆକାଉଣ୍ଟ ଜରିଆରେ ହିତାଧିକାରୀଙ୍କୁ ସିଧା ସହାୟତା ମିଳୁଛି । ପିଏମ୍ କୃଷକ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳୁଥିବା ବେଳେ ଜାତୀୟ ଶିକ୍ଷା ନୀତି ଜରିଆରେ ଶିକ୍ଷାକୁ ଅଧିକ ଉପାଦେୟ କରାଯାଇଛି ।

ସେହିପରି ବଜେଟ୍‌ରେ ଜିଡିପି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଜିଡିପିକୁ ସରକାର ଗୁରୁତ୍ୱ ଦେଉଥିବା କହିଛନ୍ତି ନିର୍ମଳା ସୀତାରମଣ । ଭାରତକୁ ବିକାଶର ଉତ୍ତୁଙ୍ଗ ଶିଖରକୁ ନେବା ଆମର ମୂଳ ଲକ୍ଷ୍ୟ । ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ ବିକଶିତ ଭାରତ ଆମର ଲକ୍ଷ୍ୟ । ରିଫର୍ମ, ପର୍‌ଫର୍ମ ଓ ଟ୍ରାନ୍ସଫର୍ମକୁ ଆମ ସରକାର ଗୁରୁତ୍ୱ ଦେଇଛି । ଭାରତର ବିକାଶରେ ପୂର୍ବାଞ୍ଚଳ ରାଜ୍ୟକୁ ଡ୍ରାଇଭିଂ ସିଟ୍‌କୁ ନିଆଯାଉଛି ବୋଲି ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଅଭିଭାଷଣରେ କହିଛନ୍ତି।