• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନୋକିଆ ମୋବାଇଲ... ନବେ ଦଶକର ସମସ୍ତଙ୍କର ଅତି ପରିଚିତ ପ୍ରିୟ ମୋବାଇଲ ଫୋନ । ନୋକିଆ କହିଲେ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଜାଣୁଥିଲେ । ସେତେବେଳେ ସମସ୍ତଙ୍କ ହାତରେ ଥିଲା ଏହି ଫୋନ । କିନ୍ତୁ ଏହି ଫୋନଟି ଏବେ ନିଜର ପରିଚୟ ଖୋଜିବାକୁ ସଂଘର୍ଷ କରୁଛି । ମାର୍କେଟରୁ ପ୍ରାୟ ଉଭାନ ହୋଇ ସାରିଥିବା ଏହି ଫୋନଟି ବର୍ତ୍ତମାନ ଅନଲାଇନରୁ ମଧ୍ୟ ହଜିଯିବାକୁ ବସିଛି ।

ନୋକିଆର ୱେବ ସାଇଟ ଓ ସୋସିଆଲ ମିଡିଆ ଆକାଉଣ୍ଟର ନାମ ପରିବର୍ତ୍ତନ ହୋଇଯାଇଛି । ନୋକିଆର ସୋସିଆଲ ମିଡ଼ିଆ ଆକାଉଣ୍ଟ ଓ ୱେବସାଇଟର ନାଁ ବଦଳାଇ ହ୍ୟୁମାନ ମୋବାଇଲ ଡିଭାଇସ (ଏଚ୍‌‌ଏମ୍‌ଡି) ରଖିଛି । ଫଳରେ nokia.com/phones URL ରେ କ୍ଲିକ କଲେ ଏହା HMD ଗ୍ଲୋବାଲ ୱେବସାଇଟରେ ଖୋଲୁଛି ।

ଏଣୁ ନୋକିଆ ବ୍ରାଣ୍ତ ଇତିହାସରେ ସ୍ଥାନ ପାଇବା ନେଇ ଆଶଙ୍କା ଦେଖା ଦେଇଛି । ଏନେଇ HMD ନିଜର ୟୁଟ୍ୟୁବ ଚାନେଲରେ ଏକ ଭିଡ଼ିଓ ଜାରି କରିଛି । ଉକ୍ତ ଭିଡ଼ିଓରେ ପ୍ରଡକ୍ଟ, ଆଗାମୀ ସାର୍ଟ ଫୋନ, ଟାବଲେଟ ଓ ବିଭିନ୍ନ ପ୍ରକାର ୱେୟାରଲେସ ଡିଭାଇସ ବିଷୟରେ ତଥ୍ୟ ପ୍ରଦାନ କରିଛି । HMD ଗ୍ଲୋବାଲ କହିଛି ଯେ, ଏହା ସୁଲଭ ମୂଲ୍ୟରେ ସ୍ମାର୍ଟଫୋନ ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ।

କମ୍ପାନୀ ନିଜର ବିଶ୍ୱ ସ୍ତରୀୟ ଗୁଣାବତ୍ତା ବଜାୟ ରଖିବାକୁ ଚେଷ୍ଟିତ । ଏହା ସହ ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀ ପ୍ରାୟ ୨୦୦ ରୁ ଅଧିକ ଦେଶରେ ନିଜର ଉପସ୍ଥିତି ଜାହିର କରି ସାରିଛି । ନିଜର ଆଗାମୀ ଫୋନ ବିଷୟରେ ଜାରି ହୋଇଥିବା ଭିଡ଼ିଓରେ କମ୍ପାନୀ କହିଛି, ଫୋନଟି ଏପ୍ରିଲ ବେଳକୁ ବଜାର ପ୍ରବେଶ କରିପାରେ । ଫୋନରେ ଡୁଆଲ୍ ରିୟର କ୍ୟାମେରା ମଧ୍ୟ ରହିଛି । ପଛ କ୍ୟାମେରା ୧୦୮MP OIS ଥିବା ବେଳେ ଅପ୍ଟିକାଲ୍ ଇମେଜ୍ ସ୍ଥିରତା ମଧ୍ୟ ରଖୁଛି ।

ତେବେ ନୋକିଆ ୱେବସାଇଟର ନାଁ ବଦଳିବା ପରେ ଏହା ନିଜର ଅସ୍ତିତ୍ୱ ହରାଇବାର ଆଶଙ୍କା ପ୍ରକାଶ ପାଇଛି ।