• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟ ଝଟକା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଥିବା ଗିରଫ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ହେମନ୍ତ । ତେବେ ମାମଲାର ଶୁଣାଣି ପାଇଁ ମନା କରିବା ସହ ଇଡିର ଗିରଫଦାରିକୁ ରଦ୍ଦ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ ।

ଏହାସହ ଶୁଣାଣି ବେଳେ କାହିଁକି ହାଇକୋର୍ଟ ଗଲେନି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ଅଦାଲତ । ହେମନ୍ତ ସୋରେନଙ୍କ ପାଇଁ ସୁପ୍ରିମକୋର୍ଟରେ ମାମଲା ଲଢ଼ୁଛନ୍ତି ବରିଷ୍ଠ ଆଇନଜୀବୀ କପିଲ ଶିବଲ । ସେପଟେ ଆଜି ହେମନ୍ତ ସୋରନେଙ୍କୁ ରିମାଣ୍ଡରେ ନେବା ପାଇଁ ଇଡି କରିଥିବା ଆବେଦନର ଆଜି ତଳ କୋର୍ଟରେ ଶୁଣାଣି ହେବ ।

ଅନ୍ୟପଟେ ଆଜି ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଏମଏମ୍ ନେତା ଚମ୍ପଇ ସୋରେନ । ରାଜନୈତିକ ସଙ୍କଟ ଭିତରେ ଚମ୍ପଇଙ୍କୁ ସରକାର ଗଢ଼ିବା ଲାଗି ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନ ଆମନ୍ତ୍ରଣ କରିଛନ୍ତି । ଗତକାଲି ସନ୍ଧ୍ୟାରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ଚମ୍ପଇ । ତାଙ୍କ ପାଖରେ ୪୩ ବିଧାୟକଙ୍କ ସମର୍ଥନ ଥିବା ଜଣାଇବା ସହ ସରକାର ଗଠନ ଲାଗି ସେ ରାଜ୍ୟପାଳଙ୍କୁ ଜଣାଇଥିଲେ । ତେବେ ବିଜେପି ମଧ୍ୟ ଆଜି ନିଜର ବିଧାୟକ ଦଳ ବୈଠକ ଡାକିଛି ।

ଏପଟେ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆଜି ରିମାଣ୍ଡ ଶୁଣାଣି ରହିଛି । ହେମନ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆବେଦନ କରିଛି । ଗିରଫ ପରେ ହେମନ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।