• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିରାଟ କୋହଲିଙ୍କ ମାଆ ଅସୁସ୍ଥ! ଏ କଥା ଆମେ କହୁନୁ... ଗତ କିଛିଦିନ ହେବ ଏମିତି ଏକ ଗୁଜବ ଶୁଣିବାକୁ ମିଳୁଛି । ଏହାକୁ ନେଇ ସ୍ପଷ୍ଟୀକରଣ ଜାରି କରିଛନ୍ତି ବିରାଟଙ୍କ ବଡ଼ଭାଇ ବିକାଶ କୋହଲି । ବିକାଶ କହିଛନ୍ତି, ତାଙ୍କ ମାଆଙ୍କର ସ୍ୱାସ୍ଥ୍ୟ ବିଷୟରେ ଆସିଥିବା ଗୁଜବ ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଅଟେ ।

ତାଙ୍କର ମାଆ ସରୋଜ କୋହଲି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିବା କହିଛନ୍ତି ବିକାଶ । ଗତ କିଛିଦିନ ହେବ ଇଣ୍ଟରନେଟରେ ଏକ ଗୁଜବ ପ୍ରଚାର ହେଉଥିଲା କି, ବିରାଟଙ୍କର ମାଆ ଅସୁସ୍ଥ ଥିବାରୁ ସେ ଇଂଲଣ୍ତ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ବିରତି ନେଇଥିଲେ । ଏହାକୁ ଖଣ୍ତନ କରିଛନ୍ତି ବିକାଶ । ପ୍ରଶଂସକମାନଙ୍କୁ ସଠିକ୍ ସୂଚନା ବିନା ମିଥ୍ୟା ଖବର ପ୍ରସାରଣ ନକରିବାକୁ ଅନୁରୋଧ କରିଛନ୍ତି ବିକାଶ । ନିଜ ମା’ଙ୍କ ଅସୁସ୍ଥତା ହେତୁ ବିରାଟ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ଛୁଟି ନେଇଥିବାର ଶୁଣିବାକୁ ମିଳୁଥିଲା ।

ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ସିରିଜର ପ୍ରଥମ ଦୁଇଟି ଟେଷ୍ଟରୁ ବିରାଟ କୋହଲି ଓହରି ଯାଇଥିଲେ । ଅନ୍ୟପଟେ ପ୍ରଥମ ଟେଷ୍ଟରେ ମଧ୍ୟ ଭାରତ ଖରାପ ପ୍ରଦର୍ଶନ କରି ଇଂଲଣ୍ଡଠାରୁ ୨୮ ରନରେ ପରାଜୟ ଭୋଗିଥିଲା ।

ବିକାଶ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି, ଗତ କିଛିଦିନ ହେବ ମା’ଙ୍କ ସ୍ୱାସ୍ଥ୍ୟ ବିଷୟରେ ମିଥ୍ୟା ଖବର ଚାରିଆଡ଼େ ଘୁରି ବୁଲୁଛି । କିନ୍ତୁ ମା ସମ୍ପୂର୍ଣ୍ଣ ଫିଟ୍ ଏବଂ ଠିକ୍ ଅଛନ୍ତି । ଏଥିସହ ଗଣମାଧ୍ୟମକୁ ଏପରି ମିଥ୍ୟା ଖବର ପ୍ରସାରଣ ନକରିବାକୁ ଅନୁରୋଧ କରିଥିଲେ ବିକାଶ ।

ସୂଚନାଯୋଗ୍ୟ ଯେ, କୋହଲି ତାଙ୍କ ମା’ଙ୍କ ଅସୁସ୍ଥତା କାରଣରୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ଛୁଟି ନେଇଥିଲେ ବୋଲି ପ୍ରଚାର ହୋଇଥିଲା । ତଥାପି ଏନେଇ କୌଣସି ଅଫିସିଆଲ୍ ଅପଡେଟ୍ ନଥିଲା । ବିସିସିଆଇ ଏନେଇ ଏକ ରିପୋର୍ଟରେ କହିଥିଲା କି, ପ୍ରଶଂସକ ଏବଂ ଗଣମାଧ୍ୟମକୁ ଅନୁରୋଧ, ସେମାନେ କୋହଲିଙ୍କ ଗୋପନୀୟତାକୁ ସମ୍ମାନ ଦିଅନ୍ତୁ ।

ଅନ୍ୟପଟେ ସିରିଜର ଶେଷ ତିନୋଟି ଟେଷ୍ଟ ପାଇଁ ବିରାଟ କୋହଲି ଦଳକୁ ଫେରିବେ କି ନାହିଁ ସେନେଇ ମଧ୍ୟ କୌଣସି ସ୍ପଷ୍ଟତା ନାହିଁ । ଫେବ୍ରୁଆରୀ ୨ ରେ ଭାଇଜାଗରେ ଆରମ୍ଭ ହେବାକୁ ଯାଉଥିବା ଦ୍ୱିତୀୟ ଟେଷ୍ଟରୁ କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା ବାଦ ପଡ଼ି ସାରିଛନ୍ତି ।