• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜେଲ୍ ଗଲେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଦିନକ ପାଇଁ ହେମନ୍ତଙ୍କୁ ବିଚାର ବିଭାଗୀୟ ହାଜତ ପଠାଯାଇଛି । ଅନ୍ୟପଟେ ହେମନ୍ତଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି ଇଡି । ଆସନ୍ତାକାଲି ଇଡିର ରିମାଣ୍ଡ ଆବେଦନ ନେଇ ଶୁଣାଣି ହେବ ।

ମନି ଲଣ୍ଡରିଂ ମାମଲାରେ କାଲି ହେମନ୍ତଙ୍କୁ ଗିରଫ କରିଥିଲା ଇଡି । ସେପଟେ ହେମନ୍ତ ସୋରେନଙ୍କ ଗିରଫଦାରିକୁ ଚାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆସନ୍ତାକାଲି ମାମଲାର ଶୁଣାଣି କରିବେ ବୋଲି ଧାର୍ଯ୍ୟ ହୋଇଛି ।

ହେମନ୍ତ ସୋରେନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ମାମଲା ଲଢୁଥିବା ବେଳେ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ଇଡିର ପକ୍ଷ ରଖିଥିଲେ । ହେମନ୍ତ ସୋରେନ ଗିରଫ ହେବା ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନର ଦାବି କରିଛନ୍ତି ଚମ୍ପଇ ସୋରେନ ।

ଝାଡ଼ଖଣ୍ଡର ଷଢେଇକଳାରୁ ପ୍ରତିନିଧିତ୍ୱ କରୁଛନ୍ତି ଚମ୍ପଇ । ତାଙ୍କୁ ଜେଏମ୍‌ଏମ୍ ବିଧାୟକ ଦଳ ଭାବେ ମନୋନିତ କରାଯାଇଛି । ତେଣୁ ସେ ହିଁ ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ । ପୂର୍ବରୁ ହେମନ୍ତ ସୋରେନ୍‌ଙ୍କ ସ୍ତ୍ରୀ କଳ୍ପନା ସୋରେନ୍ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା । ଚମ୍ପଇଙ୍କ ଚୟନ ପରେ ଏଥିରେ ପୂର୍ଣ୍ଣଛେଦ ପଡିଛି ।

ତାଙ୍କ ପାଖରେ ୪୩ ବିଧାୟକଙ୍କ ସମର୍ଥନ ଥିବା ସେ ରାଜ୍ୟପାଳଙ୍କୁ ଜଣାଇଛନ୍ତି । ହେମନ୍ତ ସୋରେନ ସରକାରରେ ଚମ୍ପଇ ଖଣି ଓ ପରିବହନ ବିଭାଗର ମନ୍ତ୍ରୀ ଥିଲେ । ଝାଡ଼ଖଣ୍ଡ ଟାଇଗର୍ ଭାବେ ପରିଚିତ ଚମ୍ପଇ ୭ ଥର ବିଧାୟକ ହୋଇଛନ୍ତି ।