• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗତକାଲି ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ତାଦେଶ ମିଳିଥିବା ବେଳେ ଆଜି ଇମ୍ରାନଙ୍କର ପତ୍ନୀଙ୍କୁ ୧୪ ବର୍ଷ ଜେଲ ଦଣ୍ତାଦେଶ ମିଳିଛି । ଗତକାଲି ଇମ୍ରାନଙ୍କୁ ବିବାଦୀୟ ସାଇଫର୍ ଅର୍ଥାତ ଗୁପ୍ତ ଦସ୍ତାବିଜ ଲିକ ମାମଲାରେ ଜେଲ ଦଣ୍ତ ମିଳିଥିଲା । ସେହିପରି ଆଜି ଉଭୟ ପତି ପତ୍ନୀଙ୍କୁ ତୋଶାଖାନା ମାମଲାରେ ଦଣ୍ତିତ କରାଯାଇଛି ।

ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ପ୍ରତିଷ୍ଠାତା ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁସ୍ରା ବିବିଙ୍କୁ ୧୪ ବର୍ଷ ଜେଲ ଦଣ୍ଡ ମିଳିଛି । ଏହା ବ୍ୟତୀତ ଏହି ଦମ୍ପତିଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟକୁ ବାରଣ କରାଯାଇଥିବା ବେଳେ ୭୮୭ ନିୟୁତ ପାକିସ୍ତାନୀ ଟଙ୍କା ମଧ୍ୟ ଜୋରିମାନା ଲଗାଯାଇଛି ।

ଗତକାଲି ପାକିସ୍ତାନର ସ୍ୱତନ୍ତ୍ର ଅଦାଲତ ଇମ୍ରାନ ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପିଟିଆଇ ଉପାଧ୍ୟକ୍ଷ ଶାହ ମହମ୍ମଦ କ୍ୟୁରେଶୀଙ୍କୁ ଗୁପ୍ତ ଦସ୍ତାବିଜ ଲିକ ପାଇଁ ୧୦ ବର୍ଷ ଜେଲ ଦଣ୍ତାଦେଶ ମିଳିଥିଲା ।

ଇସିପି ପ୍ରଥମେ ଇମ୍ରାନଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ପରେ ଅପରାଧିକ ମାମଲା ଦାୟର କରିଥିଲେ । ଇମ୍ରାନ ଓ ତାଙ୍କ ସହଯୋଗୀ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସୂଚନାଯୋଗ୍ୟ, ତୋସାଖାନା ନିୟମ ଅନୁଯାୟୀ, ଉପହାର ସହ ଅନ୍ୟାନ୍ୟ ସାମଗ୍ରୀ କିଛି ନେଲେ ତାହା କ୍ୟାବିନେଟକୁ ଜଣାଇବା ବାଧ୍ୟତାମୂଳକ ।

ଖବର ଅନୁଯାୟୀ, ଇମ୍ରାନ ନିଜର ସାଢ଼େ ତିନି ବର୍ଷ କାର୍ଯ୍ୟକାଳ ମଧ୍ୟରେ ଅନେକ ବିଶ୍ୱ ନେତାଙ୍କ ଠାରୁ ୧୪୦ ମିଲିୟନରୁ ଅଧିକ ମୂଲ୍ୟର ଉପହାର ଗ୍ରହଣ କରିଥିଲେ । ବେଆଇନ ଭାବେ ଉକ୍ତ ଉପହାର ବିକ୍ରୟ ଅଭିଯୋଗରେ ଜିଲ୍ଲା କୋର୍ଟ ତାଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ପରେ ଗତବର୍ଷ ଅଗଷ୍ଟରେ ଇମ୍ରାନ ଗିରଫ ହୋଇଥିଲେ ।

ଅନ୍ୟପଟେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇମ୍ରାନଙ୍କ ରାସ୍ତା ପ୍ରାୟତଃ ବନ୍ଦ ହୋଇଯାଇଛି । ସାଇଫର ମାମଲାରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପ୍ରତିଷ୍ଠାତା ଇମ୍ରାନ ଖାନ ଏବଂ ନେତା ଶାହ ମେହମୁଦ କୁରେଶୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ରାୱଲପିଣ୍ଡିର ଆଦିଆଲା ଜେଲରେ ଶୁଣାଣି ସମୟରେ ସ୍ୱତନ୍ତ୍ର କୋର୍ଟର ବିଚାରପତି ଅବୁଲ ହସନାଟ୍ ଜୁଲକର୍ନାଇନ୍ ଏହି ଦଣ୍ଡ ଘୋଷଣା କରିଛନ୍ତି ।