• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଲୁଚି ଲୁଚି ଶାଶୁ ବ୍ୟବହାର କରୁଥିଲେ ମେକଅପ ସାମଗ୍ରୀ । ଏହା ଜାଣିବା ପରେ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ମାଗିଲେ ପତ୍ନୀ । ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟି ଯାଇଛି ଆଗ୍ରାରେ । ପ୍ରଥମ ଥର ପାଇଁ ଏପରି ଏକ ଘଟଣାରେ ଛାଡ଼ପତ୍ର ମାଗିଛନ୍ତି ପତ୍ନୀ । ସାମାନ୍ୟ ମେକଅପ ସାମଗ୍ରୀ ବ୍ୟବହାର କରିବାକୁ ନେଇ କଥା ଛାଡ଼ପତ୍ର ଯାଏଁ ଗଲାଣି ।

ଗୁପ୍ତ ଭାବେ ନିଜର ମେକଅପ ସାମଗ୍ରୀ ଗୁଡ଼ିକ ଶାଶୁ ବ୍ୟବହାର କରୁଛନ୍ତି ବୋଲି ଜାଣିବା ପରେ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ଚାହିଁଛନ୍ତି ପତ୍ନୀ । ସେ କହିଛନ୍ତି, ଏହା ଗୋଟିଏ ସମ୍ପର୍କର ଭାବକୁ ପ୍ରଭାବିତ କରୁଛି । ଏହା ପରସ୍ପର ପ୍ରତି ସମ୍ମାନର ଅଭାବକୁ ଦର୍ଶାଉଛି । ବୈବାହିକ ଜୀବନରେ ସମ୍ପର୍କ ବହୁ ଗୁରୁତ୍ୱ ବହନ କରେ ।

ଶାଶୁ ଏହାକୁ ବୁଝି ପାରିଲେନି ଓ ଲୁଚି ଲୁଚି ସାମଗ୍ରୀ ବ୍ୟବହାର କଲେ । ଫଳରେ ଏହା ତାଙ୍କ ସମ୍ମାନରେ ଆଞ୍ଚ ଆଣିଛି ବୋଲି କହିଛନ୍ତି ପତ୍ନୀ । ଏଣୁ ସେ ନିଜ ବିବାହକୁ ନେଇ ନିଶ୍ଚିତ ନାହାନ୍ତି ଓ ଛାଡ଼ପତ୍ର ଚାହୁଁଛନ୍ତି ବୋଲି କହିଛନ୍ତି ।

ବୈବାହିକ ଜୀବନରେ ସ୍ୱଚ୍ଛ ଯୋଗାଯୋଗ ଏବଂ ବ୍ୟକ୍ତିଗତ ସ୍ଥାନ ସର୍ବଦା ଗୁରୁତ୍ୱ ବହନ କରେ । ଏହାକୁ ଚିହ୍ନିବା ସହ ସମ୍ମାନ ଦେବା ପ୍ରତ୍ୟେକଙ୍କର କର୍ତ୍ତବ୍ୟ ବୋଲି କହିଛନ୍ତି ପତ୍ନୀ ।

ଶାଶୁ ନପଚାରି ଲୁଚି କରି ମେକଅପ ସାମଗ୍ରୀ ବ୍ୟବହାର କରିଛନ୍ତି । ନିଜର ଇଚ୍ଛା ବିରୋଧରେ ସେ ବ୍ୟବହାର କରିଛନ୍ତି । ଏଣୁ ଏହା ହିଁ ତାଙ୍କୁ ଛାଡ଼ପତ୍ର ନେବାକୁ ବାଧ୍ୟ କରୁଛି ବୋଲି ଆଗ୍ରାର ମହିଳା ଜଣକ କହିଛନ୍ତି । ମହିଳା ଜଣକ ଦାବି କରିଛନ୍ତି ଯେ ଶାଶୁଙ୍କ ସହ ବିବାଦ ହେବା ପରେ ତାଙ୍କୁ ଓ ତାଙ୍କ ଭଉଣୀକୁ ଘରୁ ବାହାର କରି ଦେଇଛନ୍ତି ସ୍ୱାମୀ । ଏହା ସହ ସ୍ୱାମୀ ଅସଦାଚରଣ ମଧ୍ୟ କରିଥିବା ଅଭିଯୋଗ କରିଛନ୍ତି ପତ୍ନୀ ।