• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ହ୍ୱାଟସଆପରେ ଆସିଲା ନୂଆ ଫିଚର । ଏଥର ଚାଟକୁ କରିପାରିବେ ଲକ୍ । ଉପଭୋକ୍ତାଙ୍କ ଅଭିଜ୍ଞତାକୁ ସୁରକ୍ଷିତ ରଖିବା ସହ ନିରାପଦ କରିବା ପାଇଁ ଏପରି ଏକ ଫିଚର ଆଣିବାକୁ ଯାଉଛି ହ୍ୱାଟସ୍ ଆପ୍ । ତେବେ ଏହି ଫିଚରଟି କେବଳ ହ୍ୱାଟସଆପ ୱେବ ପାଇଁ ପ୍ରଯୁଜ୍ୟ ବୋଲି ପ୍ରାଥମିକ ପର୍ଯ୍ୟାୟରେ ଜଣା ପଡ଼ିଛି ।

ନିକଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଖୁବ୍ ଶୀଘ୍ର ଆପର ୱେବ୍ ଭର୍ସନରେ ଏହି ଚାଟ୍ ଲକ୍ ଆରମ୍ଭ ହେବ । ଚାଟ୍ ଲକ୍ ର ଆଇକନଟି ଆପର ସାଇଡ ବାରରେ ପ୍ରଦର୍ଶିତ ହେବ । ଉକ୍ତ ଫୋଲ୍ଡରରେ ଚାଟ ରଖିବା ଦ୍ୱାରା ଏହା ଗୁପ୍ତ ଭାବେ ରହିବ । ସେହି ଜାଗାରେ ନୂଆ ଚାଟ ଯୋଡ଼ି ହେବ ଓ ସେଥିରୁ ବାହାର ମଧ୍ୟ କରିହେବ । ଅନଲାଇନ ଦୁନିଆରେ ଏହା ଏକ ସିକ୍ରେଟ ପ୍ଲେସ ପରି କାର୍ଯ୍ୟ କରିବ । ଅନଲାଇନରେ ବ୍ୟକ୍ତିଗତ ତଥ୍ୟକୁ ଏହା ଆବଶ୍ୟକୀୟ ସୁରକ୍ଷା ପ୍ରଦାନ କରିବ । ତେବେ ଆସନ୍ତୁ ଜାଣିବା ଏହି ଫିଚରର ବୈଶିଷ୍ଟ୍ୟ କ’ଣ ..

ଅଧିକ ପଢ଼ନ୍ତୁ: ହ୍ୱାଟ୍ସଆପ୍ ଆଣିଲା ନୂଆ ଫିଚର୍; ସାଙ୍ଗେ ସାଙ୍ଗେ ପାଇଯିବେ ଗୁରୁତ୍ୱପୂର୍ଣ୍ଣ ଚାଟ୍

ହ୍ୱାଟସଆପରେ ଚାଟ୍ ଲକ୍ ବୈଶିଷ୍ଟ୍ୟ କ’ଣ?

ଏହା ମୁଖ୍ୟତଃ ବ୍ୟକ୍ତିଗତ ବାର୍ତ୍ତାଳାପକୁ ସୁରକ୍ଷିତ ରଖିଥାଏ । ଚାଟକୁ ଲକ କରିବା ସହ ଏହାକୁ ଗୁପ୍ତ ରଖିବାରେ ସାହାଯ୍ୟ କରେ । ନିଜର ଆବଶ୍ୟକୀୟ ଚାଟକୁ ଏକ ସ୍ୱତନ୍ତ୍ର ଫୋଲ୍ଡର ମାଧ୍ୟମରେ ଲୁଚାଇ ରଖି ପାରିବେ । ଏହା ଏପରି ଏକ ସ୍ଥାନ ଯାହା ମଧ୍ୟରେ କେବଳ ଆପଣ ହିଁ ପ୍ରବେଶ କରିପାରିବେ । ମୋଟାମୋଟି ଭାବେ କହିଲେ, ଏହା ଆପଣଙ୍କ ବ୍ୟକ୍ତିଗତ ନିରାପତ୍ତାର ସମ୍ପୂର୍ଣ୍ଣ ଭାବେ ଦୃଷ୍ଟି ରଖିବ ।

ଅନ୍ୟପଟେ ଏହି ଫିଚରଟି ମୋବାଇଲ ଆପ ସହ ୱେବ ଭର୍ସନରେ ମଧ୍ୟ ଉପଲବ୍ଧ ହେବ । ଅନେକ ଫିଚର କେବଳ ମୋବାଇଲ ଭର୍ସନ ପାଇଁ ଥାଏ । କିନ୍ତୁ ଏହି ଫିଚରଟି ମୋବାଇଲ ସହ ୱେବ ପାଇଁ ମଧ୍ୟ ଉପଲବ୍ଧ ରହିବ । ଥରେ ଆପଣ ଗୋଟେ ଚାଟକୁ ଲକ୍ କଲେ ଏହା ଆଉ ଆପଣଙ୍କ ନିୟମିତ ସ୍କ୍ରିନରେ ଦେଖାଯିବ ନାହିଁ । ପରିବର୍ତ୍ତେ, ଏହା ଏକ ଲୁକ୍କାୟିତ ଫୋଲ୍ଡରରେ ରହିବ ।

ଏହି ଲକ୍ ହୋଇଥିବା ଚାଟ୍ ଗୁଡିକୁ ଦେଖିବାକୁ ହେଲେ ଫୋନର ସ୍କ୍ରିନ୍ ଲକ୍ କିମ୍ବା ୱେବର ଏକ ସୁରକ୍ଷିତ ପାସୱାର୍ଡ ବ୍ୟବହାର କରିବାକୁ ପଡିବ । ପାସୱାର୍ଡ ଦେବା ପରେ ହିଁ ଆପଣ ଏହି ଚାଟଗୁଡ଼ିକୁ ଦେଖିପାରିବେ । ଏହା ବର୍ତ୍ତମାନ ବିକଶିତ ଅବସ୍ଥାରେ ଅଛି । ତେବେ ଖୁବଶୀଘ୍ର ଏହା ଅପଡେଟ ଭର୍ସନରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ: WhatsApp ର ନୂଆ ଫାଇଦା; ନିଜ ଅନୁସାରେ ତିଆରି କରିପାରିବେ ଷ୍ଟିକର