• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦିନେ ରକ୍ଷା କରିବାକୁ ଦେଇଥିଲା ଶପଥ, ଯେଉଁ ହାତରେ ରାକ୍ଷୀ ବାନ୍ଧିଥିଲା ଭଉଣୀ... ସେହି ହାତରେ ମାରିଦେଲା ଭାଇ । ରକ୍ଷାର କବଚ ସାଜିବା ଜାଗାରେ ପାଲଟିଲା ହତ୍ୟାକାରୀ । କେବଳ ଏତିକି ନୁହେଁ... ଭଉଣୀର ପ୍ରେମିକକୁ ମଧ୍ୟ ହତ୍ୟା କଲା, ଏହା ସହ ନିଜ ଜନ୍ମ କଲା ମାଆର ହାତକୁ ମଧ୍ୟ ହାଣି ପକାଇଲା । ଏପରି ବିଭତ୍ସ, ଭୟଙ୍କର, ଅମାନୁଷିକ ଘଟଣା ଘଟିଛି ମଦୁରାଇରେ ।

ଘଟଣାଟି ଏହିପରି । ୨୫ ବର୍ଷୀୟା ଭଉଣୀ ଜଣେ ଦଳିତ ବ୍ୟକ୍ତିଙ୍କୁ ଭଲ ପାଉଥିଲେ । ଏହା ତାଙ୍କର ସାନ ଭାଇଙ୍କୁ ପସନ୍ଦ ନଥିଲା । ବାରବାର ମନା କରିବା ପରେ ମଧ୍ୟ ସେ ଶୁଣିନଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଏପରି କାଣ୍ତ ଭିଆଇଛି ୨୨ ବର୍ଷୀୟ ଯୁବକ । ପ୍ରଥମେ ଉକ୍ତ ପ୍ରେମିକକୁ ହତ୍ୟା କରିବା ପରେ ନିଜ ଭଉଣୀକୁ ମାରିଥିଲା । ଏଥିରେ ନିଜ ମାଆ ବାଧା ଦେବାରୁ ତାଙ୍କର ମଧ୍ୟ ହାତକୁ ହାଣି ଦେଇଥିଲା ନୃଶଂସ । ମଦୁରାଇର ଥିରୁମଙ୍ଗଲମରେ ଘଟିଛି ଏପରି ଘଟଣା ।

ଗତ ମଙ୍ଗଳବାର ଦିନ ରାତିରେ ଏହି କାଣ୍ତ ଭିଆଇଛି ଯୁବକ । ମୃତ ଯୁବତୀ ଜଣକ ହେଲେ ମହାଲକ୍ଷ୍ମୀ । ସେ ସତୀଶ କୁମାର ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ୪ ବର୍ଷ ପୂର୍ବରୁ ମହାଲକ୍ଷ୍ମୀଙ୍କର ବାହାଘର ସରିଥିଲା । କିନ୍ତୁ ସ୍ୱାମୀଙ୍କ ସହ ମତଭେଦ କାରଣରୁ ସେ ନିଜ ବାପଘରେ ଆସି ରହୁଥିଲେ । ପରେ ତାଙ୍କର ସତୀଶ କୁମାରଙ୍କ ସହ ପ୍ରେମ ହୋଇ ଯାଇଥିଲା ।

ଏନେଇ ଯୁବତୀଙ୍କର ସାନଭାଇ ବାର୍ ବାର୍ ମନା କରିଥିଲା । ଉଭୟଙ୍କର ଜାତି ଅଲଗା ଥିଲା । ଯୁବକ ଜଣକ ଦଳିତ ଜାତିର ଥିଲେ । ଏଣୁ ତାଙ୍କର ଏହି ପ୍ରେମ ସାନଭାଇକୁ ପସନ୍ଦ ନଥିଲା । ଏଣୁ ଗତ ମଙ୍ଗଳବାର ଦିନ ସତୀଶ ଘରକୁ ଫେରୁଥିବା ବେଳେ ହତ୍ୟା କରିଥିଲା ସାନଭାଇ । ପ୍ରଥମେ କଟୁରୀରେ ମୁଣ୍ତକୁ ଅଲଗା କରିବା ପରେ ଏହାକୁ ନେଇ ନିକଟସ୍ଥ ଏହ କୋଠାରେ ରଖିଥିଲେ ।

ପରେ ଘରକୁ ଫେରି ଉକ୍ତ କଟୁରୀରେ ନିଜ ଭଉଣୀର ଗଳା କାଟିଥିଲା । ମାଆ ଆସି ଅଟକାଇବାରୁ ତାଙ୍କର ମଧ୍ୟ ହାତକୁ କାଟି ପକାଇଥିଲା ଅଭିଯୁକ୍ତ ପ୍ରବୀଣ କୁମାର । ମହାଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ, ଅଭିଯୁକ୍ତ ଜଣକ ଫେରାର ହୋଇ ଯାଇଛି । ଏନେଇ ସମ୍ପର୍କୀୟଙ୍କ ଅଭିଯୋଗ ପରେ ପୋଲିସ ତନାଘନା ଆରମ୍ଭ କରିଛି ।