• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆସନ୍ତାକାଲି ସଂସଦରେ ଉପସ୍ଥାପନ ହେବ ସାଧାରଣ ବଜେଟ । ଏହା ପୂର୍ବରୁ ଆଜି ଉଭୟ ଗୃହକୁ ସମ୍ବୋଧନ କରିଛନ୍ତି ମହାମହିମ ରାଷ୍ଟ୍ରପତି । ମିଳିତ ସଦନକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ରାଷ୍ଟ୍ରପତି ନିଜ ବକ୍ତବ୍ୟରେ ଭାରତର ଶ୍ରେଷ୍ଠତା ବଖାଣିଛନ୍ତି ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ନୂଆ ସଂସଦରେ ନିଜର ଅଭିଭାଷଣ ରଖିଛନ୍ତି ମହାମହିମ ରାଷ୍ଟ୍ରପତି । ଏହି ଅବସରରେ ନୂଆ ଭାରତ, ଶ୍ରେଷ୍ଠ ଭାରତ ସଂକଳ୍ପ ପାଇଁ ଆହ୍ୱାନ ଦେଇଛନ୍ତି । ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ପୂରଣ ହୋଇ ସାରିଛି । ବହୁ ଲୋକଙ୍କ ଧୈର୍ଯ୍ୟ, ପ୍ରତୀକ୍ଷା, ତପସ୍ୟାର ଅବସାନ ଘଟିଛି । ରାମ ମନ୍ଦିର ଆକାଂକ୍ଷା ପୂରଣ ହୋଇଛି ବୋଲି କହିଛନ୍ତି ରାଷ୍ଟ୍ରପତି ।

ଅଧିକ ପଢ଼ନ୍ତୁ: ବଦଳିବ ନିୟମ, ବଜେଟ ପୂର୍ବରୁ ଏହି ୬ଟି ପରିବର୍ତ୍ତନ

ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହୋଇଛି । ୩ ତଲାକ୍ ବିଲ୍ ମଧ୍ୟ ଆଇନରେ ପରିଣତ ହୋଇଛି । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପଂକ୍ତିକୁ ଉଦ୍ଧାର କରି ରାଷ୍ଟ୍ରପତି ଓଡ଼ିଆରେ କହିଛନ୍ତି.. ‘ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ’... ସରକାର ୱାନ୍ ରାଙ୍କ, ୱାନ୍ ପେନସନ୍ ଲାଗୁ କରିବା କଥା ମଧ୍ୟ ଗୃହରେ ଉପସ୍ଥାପନ କରିଛନ୍ତି ରାଷ୍ଟ୍ରପତି ।

ଅର୍ଥନୀତିକୁ ନେଇ ଗୋଲାପୀ ସ୍ୱପ୍ନ ଦେଖାଇଛନ୍ତି ମହାମହିମ । ୨୫ କୋଟି ଦେଶବାସୀ ଗରିବୀରୁ ବାହାରକୁ ବାହାରିଛନ୍ତି ବୋଲି କହିଛନ୍ତି । ପୁରା ଭାରତବର୍ଷରେ ୧ କୋଟି ୪୦ ଲକ୍ଷ ଲୋକ GST ଦେଉଛନ୍ତି । ୮ କୋଟି ଲୋକ ITR ଦାଖଲ କରୁଛନ୍ତି ହୋଲି କହିଛନ୍ତି ରାଷ୍ଟ୍ରପତି । ଯୁବଶକ୍ତିଙ୍କ ଅଦ୍ୟମ ଇଚ୍ଛା ଓ କିଛି କରି ଦେଖାଇବାର ସାହସ ବଳରେ ଆଜି ଭାରତର ଅର୍ଥ ବ୍ୟବସ୍ଥା ଶ୍ରେଷ୍ଠ ୫ରେ ପହଞ୍ଚି ପାରିଛି ।

ପୂର୍ବ ତୁଳନାରେ FDI ଦୁଇ ଗୁଣା ହୋଇଛି । ଭୁଶୁଡ଼ି ପଡ଼ିଥିବା ବ୍ୟାକିଂ ସିଷ୍ଟମ ଆଜି ବିଶ୍ୱରେ ସବୁଠୁ ଶକ୍ତିଶାଳୀ ବୋଲି କହିଛନ୍ତି ରାଷ୍ଟ୍ରପତି । ଭାରତ ବିଶ୍ୱର ସବୁଠୁ ବଡ଼ ମୋବାଇଲ୍ ଉତ୍ପାଦନକାରୀ ରାଷ୍ଟ୍ର । ଆଜି ୧ ଲକ୍ଷରୁ ଅଧିକ ଷ୍ଟାର୍ଟ ଅପ୍ ବ୍ୟବସ୍ଥା କାମ କରୁଛି । ମେକ୍ ଇନ୍ ଇଣ୍ଡିଆ ସବୁଠୁ ବଡ଼ ଅଭିଯାନ ପାଲଟିଛି ।

ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍‌ରେ ଲଗାତାର ସୁଧାର ହୋଇଛି । MSMEର ପରିଭାଷା ବିସ୍ତାରିତ, ୫ ଲକ୍ଷ କୋଟିର ଗ୍ୟାରେଣ୍ଟି ଦିଆଯାଇଛି । ୭୦ ହଜାରରୁ ଊର୍ଦ୍ଧ୍ୱ ଅମୃତ ସରୋବର ହୋଇଛି । ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତି ଗୌରବ ଦିବସ ଘୋଷଣା ହୋଇଛି । ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ବିଶ୍ୱର ପ୍ରଥମ ରାଷ୍ଟ୍ର ହୋଇପାରିଛି ।

ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, ଐତିହାସିକ ଜି-୨୦ ସମ୍ମିଳନୀ ଆଯୋଜନ କରିଛି ଭାରତ  । ପ୍ରଥମ ଥର ଏସୀୟ କ୍ରୀଡ଼ାରେ ଶହେ ପଦକ ଜିତିଛି  । ବିଶ୍ୱରେ ପ୍ରଥମ 5G ରାଷ୍ଟ୍ର ଭାବେ ଖ୍ୟାତି ଅର୍ଜନ କରିଛି । ସରକାର ଲକ୍ଷାଧିକ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ୩ ଦଶନ୍ଧି ବାଦ୍ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାଇଁ ସମସ୍ତଙ୍କୁ ବଧାଇ ଜଣାଇଛନ୍ତି ରାଷ୍ଟ୍ରପତି ।

ଆୟୁଷ୍ମାନ ଭାରତରେ ୫୩ କୋଟି ଭାରତୀୟଙ୍କ ଆଇଡି ବନିଛି । ଏୟାରପୋର୍ଟ ସଂଖ୍ୟା ୭୪ରୁ ବଢ଼ି ୧୪୯ ହୋଇଛି । ୨ ଲକ୍ଷ ପଞ୍ଚାୟତକୁ ଅପ୍ଟିକାଲ ସଂଯୋଗ ହୋଇଛି । ୧୦ ହଜାର କିମି ଗ୍ୟାସ୍ ପାଇପ୍ ଲାଇନ୍ ବଢ଼ିଛି । ୫ ସହରର ମେଟ୍ରୋ ସୁବିଧା ୨୫ ସହରକୁ ବଢ଼ିଛି । ରେଲୱେ ବିଦ୍ୟୁତକରଣ ଶହେ ପ୍ରତିଶତର ନିକଟତର ହୋଇପାରିଛି ।

୧୩୦୦ ଷ୍ଟେସନର କାୟାକଳ୍ପ ସ୍ଥିର ହୋଇଛି । କରୋନା କାଳରୁ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି । ଆହୁରି ୫ ବର୍ଷ ପାଇଁ ଏହାକୁ ବୃଦ୍ଧି କରାଯାଇଛି ବୋଲି କହିଛନ୍ତି ମହାମହିମ । ଯୁବକ, ନାରୀ, ଚାଷୀ, ଗରିବ ବିକାଶର ୪ଟି ସ୍ତମ୍ଭ ବୋଲି ଦୋହରାଇଛନ୍ତି ରାଷ୍ଟ୍ରପତି ।

କୃଷି କ୍ଷେତ୍ରକୁ ନେଇ ରାଷ୍ଟ୍ରପତି କହିଛନ୍ତି, ମତ୍ସ୍ୟ ଉତ୍ପାଦନ ୨ ଗୁଣା ବୃଦ୍ଧି ପାଇଛି । ୯୫ ଲକ୍ଷ ମେଟ୍ରିକ ଟନ୍‌ରୁ ବଢ଼ି ୧୭୫ ଲକ୍ଷ ମେଟ୍ରିକ ଟନ୍ ହୋଇଛି । ୪ କୋଟି ପଶୁଙ୍କୁ ଟିକାକରଣ ହୋଇଛି । ବିଶ୍ୱକର୍ମା ଯୋଜନାରେ ୮୪ ଲକ୍ଷ ଲୋକ ଯୋଡ଼ି ହୋଇଛନ୍ତି । ଫୁଟପାଥ ଲୋକଙ୍କ ପାଇଁ ପିଏମ୍ ସ୍ୱନିଧି ଯୋଜନା ହୋଇଛି ।

ଶହେ ଆକାଂକ୍ଷୀ ଜିଲ୍ଲାରେ ବିକାଶ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବା ସହ ଉଜ୍ଜ୍ୱଳା ପାଇଁ ୨.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୧୧ କୋଟି ଲୋକଙ୍କ ଘରେ ନଳ ଯୋଗେ ଜଳ ପହଞ୍ଚିଛି । ଏଥର ସାଧାରଣତନ୍ତ୍ର ଦିବସରେ ଦୁନିଆ ନାରୀ ଶକ୍ତି ଦେଖିଛି । ୩ ସେନା ବାହିନୀରେ ନାରୀ ଶକ୍ତି ପ୍ରଦର୍ଶନ କରିଛନ୍ତି । ୨ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ପାଇଁ ଉଦ୍ୟମ ଚାଲିଛି ।

ଆତଙ୍କବାଦ ଓ ବିସ୍ତାରବାଦର ଜବାବ ଦେଉଛନ୍ତି ସେନା ବାହିନୀ । ଜାମ୍ମୁ କାଶ୍ମୀରରେ ଶାନ୍ତି ଫେରିଛି ବୋଲି କହିଛନ୍ତି ରାଷ୍ଟ୍ରପତି । ନର୍ଥ ଇଷ୍ଟ ବି ବିକାଶ ପଥରେ ଅଗ୍ରସର ହେଉଛି । ସାରା ଦେଶରେ ନକ୍ସଲବାଦ କମିଛି । ଭିତ୍ତିଭୂମି ବିକାଶ ପାଇଁ ବିଶ୍ୱବାସୀଙ୍କ ଆସ୍ଥା ବଢ଼ିଛି । ସୀମାବର୍ତ୍ତୀ ଅଞ୍ଚଳରେ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆ ଯାଉଛି ।

ସୀମାନ୍ତ ଗାଁକୁ ଶେଷ ନୁହେଁ, ପ୍ରଥମ ଗାଁ ଭାବେ ଦେଖୁଛୁ ବୋଲି କହିଛନ୍ତି ରାଷ୍ଟ୍ରପତି । ସ୍ଥିର ସରକାର ଯୋଗୁଁ ବିକାଶ ଦ୍ରୁତଗତିରେ ଆଗେଇ ଚାଲିଥିବା ମହାମହିମ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି ।

ମେକ୍‌ ଇନ୍ ଇଣ୍ଡିଆ ଗ୍ଲୋବାଲ୍ ବ୍ରାଣ୍ଡ୍ ପାଲଟିଛି । ଦେଶରେ ବିଦ୍ୟୁତଚାଳିତ ଗାଡ଼ି ନିର୍ମାଣ ହେଉଛି । ୧୦ ବର୍ଷରେ ୧୧ ନୂଆ ସୋଲାର ପାର୍କ ନିର୍ମାଣ ହୋଇଛି ।

ଭାରତକୁ ମହାକାଶ ବିଜ୍ଞାନରେ ବଡ଼ ଶକ୍ତି କରିବାକୁ କାମ ଚାଲିଛି । ଖୁବଶୀଘ୍ର ଗଗନଯାନ ମହାକାଶକୁ ଯିବ ବୋଲି କହିଛନ୍ତି ରାଷ୍ଟ୍ରପତି । ଡିଜିଟାଲ ଇଣ୍ଡିଆ ଜରିଆରେ ବହୁସଂଖ୍ୟକ ଯୁବକଙ୍କୁ ନିଯୁକ୍ତି ମିଳିବ । କୃଷି, ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ AIକୁ କାର୍ଯ୍ୟରେ ଲଗାଯିବ । ମୋ ସରକାର କାଳରେ ଡ୍ରପ୍ ଆଉଟ୍ ହାର ହ୍ରାସ ପାଇଛି ବୋଲି କହିଛନ୍ତି ମହାମହିମ ।

ନାମଲେଖାରେ ଆଦିବାସୀ, ଓବିସିଙ୍କ ସଂଖ୍ୟା ବଢ଼ିଛି । ୧୦ ବର୍ଷରେ ୧୬ ଏମ୍‌ସ, ୩୫୦ ମେଡିକାଲ କଲେଜ ହୋଇଛି । MBBS ନାମଲେଖା ସିଟ୍ ସଂଖ୍ୟା ଦୁଇ ଗୁଣା ହୋଇଛି । ନର୍ଥ ଇଷ୍ଟରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ପହଞ୍ଚିଛନ୍ତି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ୫ ଦିନରେ ୧୩ ଲକ୍ଷ ଶ୍ରଦ୍ଧାଳୁ ଯାଇଛନ୍ତି । ବିଗତ ଋତୁରେ କାଶୀକୁ ୮.୫ କୋଟି, ମହାକାଳୀ ୫ କୋଟି ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ ।

ଅଧିକ ପଢ଼ନ୍ତୁ: କିପରି ଆରମ୍ଭ ହେଲା ବଜେଟ...କିଏ ପ୍ରଥମେ ଆଗତ କରିଥିଲେ...ଜାଣନ୍ତୁ ୧୨ଟି ରୋଚକ ତଥ୍ୟ

କ୍ରୀଡ଼ା କ୍ଷେତ୍ରରେ ଭାରତର ସାମର୍ଥ୍ୟ ବଖାଣିଲେ ରାଷ୍ଟ୍ରପତି । କୋଭିଡରେ ଭାରତ ବିଶ୍ୱମିତ୍ରର ଭୂମିକା ତୁଲାଇଛି । G-20 ଅଧ୍ୟକ୍ଷତା ଏହାର ଉଦହାରଣ କହିଲେ । ଦେଶବ୍ୟାପୀ ଏହାର ଆୟୋଜନର ପ୍ରଶଂସା ସାଉଁଟିଛି । ଏଥିସହ ଦିଲ୍ଲୀ ଘୋଷଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି । ପ୍ରଥମ କରି ଆଫ୍ରିକୀୟ ରାଷ୍ଟ୍ର ସଂଘକୁ ସାମିଲ୍ କରାଯାଇଛି ।

ଆତଙ୍କବାଦ ବିରୋଧରେ ଭାରତର ଅଭିଯାନକୁ ସମସ୍ତଙ୍କ ତାରିଫ୍ । ବିଶ୍ୱର ଯେକୌଣସି ସଙ୍କଟ ଦୂର ପାଇଁ ଭାରତ ଅଗ୍ରସର । ଯୋଗ, ପ୍ରାଣାୟାମକୁ ସାରା ବିଶ୍ୱରେ ପହଞ୍ଚାଇଛି ଭାରତ ବୋଲି କହିଛନ୍ତି ରାଷ୍ଟ୍ରପତି । UNର ୧୩୫ ରାଷ୍ଟ୍ର ମିଳିତ ଭାବେ ଯୋଗ କରିଛନ୍ତି ।