/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706859980.jpg)
Champai Soren
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେଲେ ଚମ୍ପଇ ସୋରେନ୍ । ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକୃଷ୍ଣ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତେବେ କିଏ ଏହି ଚମ୍ପଇ ସୋରେନ୍ ଆସନ୍ତୁ ଜାଣିବା ...
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ଦଳ ନେତା ହେଉଛନ୍ତି ୬୨ ବର୍ଷୀୟ ଚମ୍ପଇ ସୋରେନ । JMMର ପୁରୁଖା ନେତା ଭାବେ ସେ ଜଣାଶୁଣା । ଏହା ସହ ଝାଡ଼ଖଣ୍ଡର ବାଘ କହିଲେ ତାଙ୍କୁ ବୁଝାଯାଏ । ୨୦୦୫ ମସିହାରୁ କ୍ରମାଗତ ଭାବେ ଚମ୍ପଇ ସୋରେନ ୪ ଥର ବିଧାୟକ ଭାବେ ଜିତିଛନ୍ତି ।
୩ ଥର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବେ ସେ ଦାୟିତ୍ୱ ତୁଲାଇଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ହେମନ୍ତ ସୋରେନଙ୍କ ମନ୍ତ୍ରୀମଣ୍ଡଳରେ ଚମ୍ପଇ ସୋରେନ ପରିବହନ, ପଛୁଆ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର କ୍ୟାବିନେଟ ମନ୍ତ୍ରୀ ଥିଲେ । ୨୦୦୫ ମସିହାରେ ପ୍ରଥମ ଥର ପାଇଁ ସରାୟକେଲା ଆସନରୁ ଚମ୍ପାଇ ସୋରେନ ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
ଏହା ପରେ ଜେଏମଏମରେ ସାମିଲ ହୋଇ ୨୦୦୯ ମସିହାରେ ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଥିଲେ । ଏହି ସମୟରେ ବିଜେପିର ଅର୍ଜୁନ ମୁଣ୍ଡାଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କୁ ପ୍ରଥମ ଥର ପାଇଁ ମନ୍ତ୍ରୀ ପଦ ମିଳିଥିଲା । ୨୦୧୦ରୁ ୨୦୧୩ ପର୍ଯ୍ୟନ୍ତ ବିଜ୍ଞାନ ଓ ବୈଷୟିକ, ଶ୍ରମ ଓ ଗୃହ ନିର୍ମାଣ ବିଭାଗର ମନ୍ତ୍ରୀ ଥିଲେ ।
ଏହାପରେ ୨୦୧୪ପର୍ଯ୍ୟନ୍ତ ଖାଦ୍ୟ ଓ ବେସାମରିକ ଯୋଗାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୧୪ ଓ ୨୦୧୯ମସିହାରେ ଚମ୍ପାଇ ସୋରେନ ନିର୍ବାଚିତ ହୋଇ ବିଧାୟକ ହୋଇଥିଲେ । ଏକ ଚାଷୀ ପରିବାରରୁ ଆସିଥିବା ଚମ୍ପଇ ସୋରେନଙ୍କର ୩ ଭାଇ ଓ ଗୋଟିଏ ଭଉଣୀ ଅଛନ୍ତି । ଏହା ସହ ପତ୍ନୀ ମାନକୋ ସୋରେନ ଓ ୪ ପୁଅ ଏବଂ ୩ ଝିଅ ତାଙ୍କର ରହିଛନ୍ତି ।
୬ ଶହ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ଛନ୍ଦି ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ହେମନ୍ତ ସୋରେନ ଇସ୍ତଫା ଦେଇଥିଲେ । ଏହା ପରେ ପତ୍ନୀ କଳ୍ପନା ସୋରେନ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହୋଇଥିଲା । ତେବେ କଳ୍ପନା ବିଧାୟକ ନ ଥିବାରୁ ଅଡୁଆ ଲାଗି ରହିବା ସହ ବିରୋଧୀଙ୍କ ପରିବାରବାଦ ରାଜନୀତିକୁ ଏଡାଇବା ପାଇଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବିଧାୟକ ବୈଠକରେ ଚମ୍ପାଇ ସୋରେନଙ୍କ ନାମ ଉପରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ମୋହର ବାଜିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)