ଉତ୍ତରପ୍ରଦେଶର ବାରାଣସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗୁଆ ଅଛନ୍ତି। ସେହିପରି ଅମିତ ଶାହ ଗାନ୍ଧିନଗର ଲୋକସଭା ଆସନରୁ ୭୩୧୧ ଭୋଟ୍ରେ ଆଗୁଆ ଅଛନ୍ତି। ସେହିପରି ସ୍ମୃତି ଇରାନୀ ଉତ୍ତରପ୍ରଦେଶର ଅମେଠି ଆସନରେ ଆଗୁଆ ଅଛନ୍ତି।
ପୁରୀ ବିଧାନସଭାରେ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ଆଗୁଆ ଥିବା ବେଳେ ବରଗଡ଼ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଗୁଆ ଅଛନ୍ତି। ଭୋଗରାଇ ବିଧାନସଭାରେ କଂଗ୍ରେସ ଆଗୁଆ ରହିଛି।
ପ୍ରତି ରାଉଣ୍ଡ ଗଣତି ପରେ ଫଳାଫଳକୁ ଡିସପ୍ଳେ ବୋର୍ଡରେ ପ୍ରଦର୍ଶନ ସହ ମାଇକ୍ ଯୋଗେ ସୂଚନା ଦିଆଯିବ । କାଉଣ୍ଟିଂ ପାଇଁ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଆଜି ଫଇସଲା ହେବ ଦେଶରେ କିଏ ଗଢ଼ିବ ସରକାର । ଦିଲ୍ଲୀ ସିଂହାସନରେ କିଏ
ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୪ ତାରିଖ ମଙ୍ଗଳବାର। ଚନ୍ଦ୍ର- ମେଷ ରାତ୍ରି ୦୪.୧୩ ଗତେ ବୃଷ। ତିଥି-ତ୍ରୟୋଦଶୀ ରାତ୍ରି ୧୦.୦୧ ଗତେ ଚତୁର୍ଦ୍ଦଶୀ। ଘାତଚନ୍ଦ୍ର- ମେଷ ରାଶିର, ରାତ୍ରି ୦୪.୧୩ ଗେତ ବିଛା ରାଶିର। ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧...
ରେଲୱେ ଡିସିପିଙ୍କ ସୂଚନା ଅନୁସାରେ, ଆଜି ଅପରାହ୍ନ ୪ଟା ୪୧ରେ ଏକ୍ସପ୍ରେସରେ ନିଆଁ ଲାଗିଥିବା ସୂଚନା ମିଳିଥିଲା। ଟ୍ରେନଟି ଚହଲା ରେଳ ଷ୍ଟେସନ ପହଞ୍ଚିବା ପୂର୍ବରୁ ନିଆଁ ଲାଗିସାରିଥିଲା। ନିଆଁ ଲାଗିବା ପରେ ଟ୍ରେନକୁ ଅଟକାଇ ଦିଆଯାଇଥିଲା।
ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପୁରୁଣା କ୍ୟାବିନେଟ ଭଙ୍ଗ ହୋଇଥାଏ। ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ନୂଆ ସରକାର ଗଢା ହେବା ପର୍ଯ୍ୟନ୍ତ କାମଚଳା ଦାୟିତ୍ୱରେ ରହିବା ପାଇଁ ପରାମର୍ଶ ଦେଇଥାନ୍ତି।
ନିଖୋଜ ଭାରତୀୟ ଛାତ୍ରୀ ନୀତିଶା କୁଣ୍ଡଲା। ସେ କାର୍ଲିଫର୍ଣ୍ଣିଆ ଷ୍ଟେଟ୍ ୟୁନିର୍ଭସିଟିର ସେନ୍ ବର୍ଣ୍ଣାର୍ଡିନୋରେ ପଢୁଥିଲେ। ମେ' ୨୮ ତାରିଖରୁ ନିଖୋଜ ଅଛନ୍ତି ନୀତିଶା ।
କ୍ରିକେଟ୍ ଖେଳୁଥିବା ବେଳେ ଜଣେ ଯୁବକ ନିଜ ଜୀବନ ହରାଇଛନ୍ତି। ଏହି ସମୟର ଭିଡିଓ ସୋସିଆଲ୍ ମିଡିଆରେ ନିଆଁ ପରି ଭାଇରାଲ୍ ହେବାରେ ଲାଗିଛି।
ବ୍ୟକ୍ତି ଜଣକ ଚାହା ପିଉଥିବା ବେଳେ ହଠାତ୍ ତାଙ୍କ ହାତରୁ କପ୍ଟି ତଳେ ପଡିଯାଇଥିଲା। ସେ ଶରୀର ଉପରୁ ନିୟନ୍ତ୍ରଣ ହରାଇ ବସିଲେ ଓ ଚୌକିରୁ ତଳେ ପଡିଗଲେ। କିଛି ମିନିଟ୍ ପରେ ସେ ଡାକ୍ତରଖାନାରେ ଭର୍ତ୍ତି ହେଲେ।
ଡିସିପି ଉତ୍ତର ଜୋନ୍ ଆର ବିଜୟ ଶଙ୍କର କହିଛନ୍ତି ଯେ ବ୍ୟକ୍ତି ଜଣକ ଚୋରି କରିବା ଉଦ୍ଦେଶ୍ୟରେ ଘରେ ପଶିଥିଲା। କିନ୍ତୁ ଏସି ଅନ୍ କରି ଶୋଇ ପଡିଥିଲା।
X-କ୍ଲାସ୍ ସୌରଝଡ଼ ସବୁଠୁ ଅଧିକ ଶକ୍ତିଶାଳୀ। ଯାହାକୁ ନାସା ସୂର୍ଯ୍ୟଙ୍କ ନିକଟରୁ ଆସୁଥିବା ବିଶାଳ ବିସ୍ଫୋରଣ ରୂପରେ ବର୍ଣ୍ଣନା କରିଛି, ଯାହାକି ଆଲୋକ ଓ ଉଚ୍ଚ ଗତି ସଂପନ୍ନ କଣିକାଗୁଡ଼ିକୁ ଅନ୍ତରୀକ୍ଷକୁ ପଠାଇଥାଏ। ପୃଥିବୀରେ ପୂର୍ବରୁ ସୌରଝଡ଼ କାରଣରୁ ସର୍ଟୱେବ୍ ରେଡିଓରେ ବାଧା ସୃଷ୍ଟି ହୋଇଥିଲା।
ଦିଲ୍ଲୀରୁ ସାନ ଫ୍ରାନ୍ସିସ୍କୋ ଅଭିମୁଖେ ଏକ ଏୟାର ଇଣ୍ଡିଆ ବିମାନ ଯାତ୍ରା କରିବାର ଥିଲା। କୌଣସି କାରଣବଶତଃ ବିମାନଟି ୨୪ଘଣ୍ଟା ବିଳମ୍ୱ ହୋଇଥିଲା। ମାତ୍ର ବିମାନରେ ଏୟାର କଣ୍ଡିସନର କାମ କରୁନଥିଲା। ଲୋକେ ଏତେ ଗରମରେ କିପରି ରହିବେ ସେନେଇ ଚିନ୍ତାରେ ପଡିଯାଇଥିଲେ।
ପ୍ରଦୀପ ଘର ଲୋକଙ୍କ କଥା ମାନି ବେବିଙ୍କ ଫୋନ ଛଡାଇନେଇଥିଲେ। ଏହାପରେ ସ୍ତ୍ରୀ ବେବି ତାଙ୍କୁ ରାତିରେ ନିଶା ଦେଇ ବେହୋସ କରିବା ସହ ଖଟରେ ବାନ୍ଧି ରଖିଥିଲେ। ତା’ପରେ ସେ ତାଙ୍କୁ ଇଲେକ୍ଟ୍ରିକ୍ କରେଣ୍ଟ ମଧ୍ୟ ଦେଇଥିଲେ।
ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି, "ମୋ ବିରୋଧରେ ଆସିଥିବା ରାୟ ଅପମାନଜନକ। ଏହା କଠୋର ଓ ଲଜ୍ଜାଜନକ ପରୀକ୍ଷା । ପ୍ରକୃତ ରାୟ ନଭେମ୍ବର ୨ରେ ଆସିବ। କ’ଣ ହେଲା ସେମାନେ ଜାଣନ୍ତି ଏବଂ ଏଠାରେ କ’ଣ ଘଟିଛି ତାହା ସମସ୍ତେ ଜାଣନ୍ତି। ”
ଏକ ସର୍ଭେରୁ ଜଣାପଡିଛି ଯେ, ୟୁରୋପୀୟ ଅଞ୍ଚଳର ୧୨.୫% କିଶୋର ୨୦୨୨ ମସିହାରେ ଇ-ସିଗାରେଟ୍ ବ୍ୟବହାର କରିଛନ୍ତି, ଯାହାକି ବୟସ୍କମାନଙ୍କ ତୁଳନାରେ ୨% ଅଧିକ। ଏହି ଅଞ୍ଚଳର କେତେକ ଦେଶରେ, ସ୍କୁଲ ପିଲାମାନଙ୍କ ମଧ୍ୟରେ ଇ-ସିଗାରେଟ୍ ବ୍ୟବହାର ସିଗାରେଟ୍ ଟାଣିବା ହାରଠାରୁ ୨-୩ ଗୁଣ ଅଧିକ।
ନିଜର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା କହିବା ସହ ଉତ୍ତରାଧିକାରୀ ନେଇ ଦେଇଛନ୍ତି ବଡ଼ ବୟାନ। ଭି.କେ.ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହଁନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି । ମୋ ଉତ୍ତରାଧିକାରୀ ଲୋକ ସ୍ଥିର କରିବେ ବୋଲି ନବୀନ କହିଛନ୍ତି।
କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆଜି କେରଳ ଉପକୂଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ଏହାସହ ଦେଶର ଉତ୍ତର ପୂର୍ବ ଭାଗକୁ ମଧ୍ୟ ମୌସୁମୀ ଅଗ୍ରସର ହେଉଥିବା ସୂଚନା ମିଳିଛି ।
ରକେଟ ଉତକ୍ଷେପଣ ପାଇଁ ୪ ଥର ପ୍ରୟାସ କରାଯାଇଥିଲେ ବି ବୈଷୟିକ ତ୍ରୁଟିକୁ ନେଇ ସ୍ଥଗିତ ରଖାଯାଇଥିଲା । ତେବେ ପଞ୍ଚମ ଥର ଉତକ୍ଷେପଣ ସଫଳ ହୋଇଥିବା ସଂପୃକ୍ତ ସ୍ପେସ୍ ଷ୍ଟାର୍ଟଅପ କମ୍ପାନୀ ଅଗ୍ନିକୂଳ କସମସ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ସକାଳ ସାଢ଼େ ୮ଟାରେ ୩୯ ଡିଗ୍ରୀ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଟିଟିଲାଗଡ଼ରେ ୩୮, ବଲାଙ୍ଗିର ୩୭.୪, ସୋନପୁର ଓ ଝାରସୁଗୁଡ଼ା ୩୬.୬, ହୀରାକୁଦରେ ୩୬.୪, ସମ୍ବଲପୁରରେ ୩୬.୨ ଓ ବୌଦ୍ଧରେ ୩୬ ଡିଗ୍ରୀ ତାତି ରେକର୍ଡ ହୋଇଛି।