/odishatv-khabar/media/post_attachments/uploadimage/library/16_9/16_9_0/IMAGE_1717414562.jpg)
Student Missing
ଦିନକୁ ଦିନ ଭାରତୀୟ ଛାତ୍ରଙ୍କ ପାଇଁ ଅସୁରକ୍ଷିତ ହୋଇପଡୁଛି ଆମେରିକା। ଗତ କିଛି ମାସ ଧରି ଭାରତୀୟ ଛାତ୍ରଙ୍କୁ ଆକ୍ରମଣ ଓ ହତ୍ୟା ଘଟଣା ସାମନାକୁ ଆସୁଛି। କିଛିଦିନ ତଳେ ଭାରତୀୟ ଛାତ୍ରଙ୍କୁ ହତ୍ୟା ଓ ଆକ୍ରମଣ କରାଯାଇଥିବା ବେଳେ ପୁଣି ଜଣେ ଭାରତୀୟ ଛାତ୍ରୀ ନିଖୋଜ ହୋଇଥିବା ନେଇ ଖବର ସାମନାକୁ ଆସିଛି।
ଆମେରିକାରେ ଭାରତୀୟ ଛାତ୍ରଛାତ୍ରୀ ନିଖୋଜ ଓ ସେମାନଙ୍କୁ ହତ୍ୟା କରିବା ଘଟଣା ସାଧାରଣ ପାଲଟି ଗଲାଣି। ଏଠାରେ ଲଗାତର ଭାରତୀୟ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ୍ କରାଯାଉଛି। ଗତ ସପ୍ତାହରୁ କାଲିଫର୍ଣ୍ଣିଆରେ ଜଣେ ୨୩ ବର୍ଷୀୟ ଭାରତୀୟ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି। ପୋଲିସ ତାଙ୍କୁ ଖୋଜାଖୋଜି କରୁଥିଲେ ସୁଦ୍ଧା ଏଯାଏ ତାଙ୍କର କୌଣସି ପତ୍ତା ମିଳୁନି।
ନିଖୋଜ ଭାରତୀୟ ଛାତ୍ରୀ ନୀତିଶା କୁଣ୍ଡଲା। ସେ କାର୍ଲିଫର୍ଣ୍ଣିଆ ଷ୍ଟେଟ୍ ୟୁନିର୍ଭସିଟିର ସେନ୍ ବର୍ଣ୍ଣାର୍ଡିନୋରେ ପଢୁଥିଲେ। ମେ' ୨୮ ତାରିଖରୁ ନିଖୋଜ ଅଛନ୍ତି ନୀତିଶା । ତାଙ୍କୁ ଶେଷଥର ପାଇଁ ଲସ୍ ଏଞ୍ଜଲିସ୍ରେ ଦେଖିବାକୁ ମିଳିଥିଲା ବୋଲି ପୋଲିସ କହିଛି। ସିଏସ୍ୟୁଏସ୍ବିର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।
ନିଖୋଜ ନୀତିଶାଙ୍କୁ ଖୋଜିବା ପାଇଁ ପୋଲିସ ସାଧାରଣ ଲୋକଙ୍କ ସହାୟତା ଲୋଡିଛି। ଏଥିପାଇଁ ଏକ ନମ୍ବର (909) 537-5165 ଜାରି କରିଛି ପୋଲିସ। ପୋଲିସ ଅଧିକାରୀ କହିଛନ୍ତି ଯେ ଯଦି କେହି ନୀତିଶାଙ୍କ ବିଷୟରେ କୌଣସି ସୂଚନା ପାଆନ୍ତି ତେବେ ଏହି ନମ୍ବରକୁ କଲ କରି ଜଣାନ୍ତୁ।
ତେବେ, ଚଳିତ ବର୍ଷ ଆମେରିକାରେ ୭ ଜଣ ଭାରତୀୟ ଓ ଭାତରୀୟ ବଂଶୋଦ୍ଭବ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଭାରତୀୟ ଛାତ୍ରଛାତ୍ରୀଙ୍କ ଉପରେ ଏଠାରେ ଲଗାତର ଆକ୍ରମଣ କରାଯାଉଥିବା ଘଟଣା ମଧ୍ୟ ସାମ୍ନାକୁ ଆସୁଛି। ଏହି କାରଣ ଯୋଗୁ ଏଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଭୟଭୀତ ହୋଇ ପଡିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)