Advertisment

ଚୋରି କରିବାକୁ ଆସି ଏସିରେ ଶୋଇଗଲା ଚୋର, ସକାଳୁ ଉଠାଇଲା ପୋଲିସ

ଡିସିପି ଉତ୍ତର ଜୋନ୍ ଆର ବିଜୟ ଶଙ୍କର କହିଛନ୍ତି ଯେ ବ୍ୟକ୍ତି ଜଣକ ଚୋରି କରିବା ଉଦ୍ଦେଶ୍ୟରେ ଘରେ ପଶିଥିଲା। କିନ୍ତୁ ଏସି ଅନ୍‌ କରି ଶୋଇ ପଡିଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
Thief falls asleep in AC room during robbery

thief

ଚୋର ଅତି ଚତୁରତାର ସହ ଚୋରି କରେ। ହେଲେ କିଛି ଜାଗାରେ ସୁରାକ ପାଇ ପୋଲିସ ଚୋର ନିକଟରେ ପହଞ୍ଚିଯାଏ। ହେଲେ ଏମିତି ଜଣେ ଚୋର ଯିଏ କି ଚୋରି କରିବାକୁ ଆସି ଏସି ଥଣ୍ଡା ପବନ ତଳେ ଶୋଇପଡିଛି। କେବଳ ସେତିକି ନୁହେଁ ପୋଲିସ ଆସି ଉଠାଇବା ପରେ ତାର ନିଦ ଭାଙ୍ଗିଛି। ଉତ୍ତରପ୍ରଦେଶ ଲକ୍ଷ୍ନୌର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ରବିବାର ଏହି ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି। ଲକ୍ଷ୍ନୌର ଡକ୍ଟର ସୁନୀଲ ପାଣ୍ଡେଙ୍କ ଘରୁ ଚୋରି ଉଦ୍ଦେଶ୍ୟରେ ଜଣେ ଅଜଣା ବ୍ୟକ୍ତି ପଶିଥିଲା। ହେଲେ ଘରେ ଏସି ଲଗାଇ ଚଟାଣରେ ଶାନ୍ତିରେ ଶୋଇପଡିଥିଲା। ସକାଳୁ ପଡୋଶୀମାନେ ଚୋରଟି ଶୋଇଥିବା ଦେଖି ଡାକ୍ତର ପାଣ୍ଡେ ଓ ପୋଲିସକୁ ଖବର ଦେଇଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା।

ଅଧିକ ପଢ଼ନ୍ତୁ: ଆଲିସାନ୍‌ ଚୋର; ଫ୍ଲାଇଟ୍‌ରେ ବୁଲିବୁଲି କରୁଥିଲା ଚୋରି..ଲୁଟୁଥିଲା ଦାମୀ ଗହଣା

Advertisment

ପୋଲିସର ସୂଚନାନୁସାରେ, ବ୍ୟକ୍ତି ଜଣକ ଅତ୍ୟଧିକ ମଦ୍ୟପାନ କରି ଏୟାର କଣ୍ଡିସନର ଖୋଜି ଏହାକୁ ଅନ୍ କରିବା ପରେ ଘର ଭିତରେ ଶୋଇପଡିଥିଲା। ରବିବାର ସକାଳେ ଡାକ୍ତର ସୁନୀଲ ପାଣ୍ଡେ ଲକ୍ଷ୍ନୌର ଇନ୍ଦିରାନଗର ଅଞ୍ଚଳରେ ଥିବା ଘର ଖୋଲା ଥିବା ପାଖ ପଡୋଶୀ ଦେଖିଥିଲେ। ଡାକ୍ତର ସୁନୀଲ ବାରାଣାସୀରେ ଡ୍ୟୁଟି ପାଇଁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଘରର ଫାଟକ ଖୋଲି ଚୋରଟି ଘରେ ପଶିଥିଲା। ଡ୍ରଇଂ ରୁମକୁ ଯିବା ପରେ ଏୟାର କଣ୍ଡିସନରକୁ ଦେଖି ଏହାକୁ ସୁଇଚ୍ ଅନ୍ କରିଥିଲା। ତା’ପରେ, ଆରାମରେ ଚଟାଣରେ ଶୋଇ ପଡିଥିଲା।

ସକାଳୁ ଘରର ଫାଟକ ଖୋଲା ଥିବା ଦେଖି ଡାକ୍ତର ପାଣ୍ଡେଙ୍କ ପଡ଼ୋଶୀମାନେ ଦେଖିଥିଲେ। ତେବେ ଘରେ ଡାକ୍ତର ବାବୁ ନଥିଲେ। ଜଣେ ଅଜଣା ବ୍ୟକ୍ତି କବାଟ ଖୋଲି ଚଳେ ଆରାମରେ ଶୋଇଥିବା ଦେଖି ତାଙ୍କୁ ଖବର ଦେବା ସହ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଦେଖିଥିଲା ଯେ ବ୍ୟକ୍ତି ଜଣକ ଏୟାର କଣ୍ଡିସନର ଅନ୍ କରି ଆରାମରେ ଶୋଇଥିଲା। ଚୋର ଡାହାଣ ହାତରେ ଏକ ଫୋନ୍‌ ଧରିଥିଲା ଓ ଗଭୀର ନିଦ୍ରାରେ ଶୋଇଥିଲା।

ଡିସିପି ଉତ୍ତର ଜୋନ୍ ଆର ବିଜୟ ଶଙ୍କର କହିଛନ୍ତି ଯେ ବ୍ୟକ୍ତି ଜଣକ ଚୋରି କରିବା ଉଦ୍ଦେଶ୍ୟରେ ଘରେ ପଶିଥିଲା। କିନ୍ତୁ ଏସି ଅନ୍‌ କରି ଶୋଇ ପଡିଥିଲା। ସେ ଆହୁରି ମଧ୍ୟ କହିଛନ୍ତି, "ସେ ଅତ୍ୟଧିକ ମଦ୍ୟପାନ କରିଥିଲା ଯେଉଁଥିପାଇଁ ସେ ଶୋଇପଡିଥିଲା ଏବଂ ଉଠି ପାରିନଥିଲା। ପୋଲିସ ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି।

ଅଧିକ ପଢ଼ନ୍ତୁ: ଅଦ୍ଭୁତ ଉପାୟରେ ଚୋରି...ସଂଭ୍ରାନ୍ତ ବେଶରେ ଆସିଲା, କ୍ୟାସବକ୍ସରେ ହାତ ପୁରାଇ ନେଇଗଲା ଟଙ୍କା

Viral News Theif
Advertisment
Advertisment