Advertisment

ଅଧରାତିରେ କଲବଲ କଲା ଅର୍ଦ୍ଧାଙ୍ଗିନୀ; ସ୍ୱାମୀକୁ ଖଟରେ ବାନ୍ଧି ଦେଲା ଇଲେକ୍‌ଟ୍ରିକ୍‌ ସକ୍‌

ପ୍ରଦୀପ ଘର ଲୋକଙ୍କ କଥା ମାନି ବେବିଙ୍କ ଫୋନ ଛଡାଇନେଇଥିଲେ। ଏହାପରେ ସ୍ତ୍ରୀ ବେବି ତାଙ୍କୁ ରାତିରେ ନିଶା ଦେଇ ବେହୋସ କରିବା ସହ ଖଟରେ ବାନ୍ଧି ରଖିଥିଲେ। ତା’ପରେ ସେ ତାଙ୍କୁ ଇଲେକ୍‌ଟ୍ରିକ୍‌ କରେଣ୍ଟ ମଧ୍ୟ ଦେଇଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
Wife Tortures Husband For Taking Away Phone

electric shock

ଆଜିକାଲି ସଭିଙ୍କୁ ଘାରିଛି ମୋବାଇଲ୍‌ ନିଶା। ସବୁ ପଛ ମୋବାଇଲ୍‌ ଆଗ। ରିଲ୍ସଠୁ ଆରମ୍ଭ କରି ସୋସିଆଲ୍ ମିଡିଆ କବଜାରେ ମଣିଷ। ସଂପର୍କ ପଛରେ ରହିଗଲେ ବି ଚିନ୍ତା ନାହିଁ। ତେବେ ମୋବାଇଲ୍ ନିଶା କେତେ ଯେ ଭୟଙ୍କର ହୋଇପାରେ ତାହାର ଏହ ନଜିର ସାମନାକୁ ଆସିଛି। ସ୍ତ୍ରୀର ଫୋନ୍‌ ନେଇଯିବାରୁ ସ୍ୱାମୀକୁ ଖଟରେ ବାନ୍ଧି ଇଲେକ୍‌ଟ୍ରିକ୍‌ କରେଣ୍ଟ ଦେଇଛି ସ୍ତ୍ରୀ। ଏହି ଖବର ସାମନାକୁ ଆସିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଘଟଣାଟି ଆଗ୍ରାର। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରଦୀପ ସିଂ ୨୦୦୭ ମସିହାରେ ବେବି ଯାଦବଙ୍କୁ ବିବାହ କରିଥିଲେ। ସେମାନଙ୍କର ୧୪ବର୍ଷୀୟ ପୁଅଟିଏ ମଧ୍ୟ ରହିଛି। ବେବି ସବୁବେଳେ ମୋବାଇଲ୍‌ରେ କାହା ସହ କଥାବାର୍ତ୍ତା କରୁଥିଲେ। ସ୍ୱାମୀ ବାରଣ କରିବା ସତ୍ତ୍ୱେ ସେ ସୁଧୁରି ନଥିଲେ। ସେ ପତ୍ନୀଙ୍କୁ ବାରମ୍ୱାର କଥା ହେଉଥିବା ଦେଖିବା ପରେ ଘର ଲୋକଙ୍କୁ ଏବିଷୟରେ ଜଣାଇଥିଲେ। ଘରଲୋକ ବେବିଙ୍କ ଫୋନ୍‌ ନେଇଯିବାକୁ ପ୍ରଦୀପଙ୍କୁ ପରାମର୍ଶ ଦେଇଥିଲେ।

ଅଧିକ ପଢ଼ନ୍ତୁ: ଝିଅର ବୟସ ମାତ୍ର ୧୫ ! ବାପାକୁ ମାରିଲା, ଭାଇକୁ ମାରିଲା.. ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲା....

Advertisment

ପ୍ରଦୀପ ଘର ଲୋକଙ୍କ କଥା ମାନି ବେବିଙ୍କ ଫୋନ ଛଡାଇନେଇଥିଲେ। ଏହାପରେ ସ୍ତ୍ରୀ ବେବି ତାଙ୍କୁ ରାତିରେ ନିଶା ଦେଇ ବେହୋସ କରିବା ସହ ଖଟରେ ବାନ୍ଧି ରଖିଥିଲେ। ତା’ପରେ ସେ ତାଙ୍କୁ ଇଲେକ୍‌ଟ୍ରିକ୍‌ କରେଣ୍ଟ ମଧ୍ୟ ଦେଇଥିଲେ। ଏହାଦେଖି ତାଙ୍କ ପୁଅ ବାପାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲା। ମାତ୍ର ମହିଳାଜଣକ ତାକୁ ମଧ୍ୟ ମାଡ ମାରିଥିଲେ ଓ ସେଠାରୁ ଚମ୍ପଟ ମାରଥିଲେ।

ଗୁରୁତର ଅବସ୍ଥାରେ ସ୍ୱାମୀ ପ୍ରଦୀପ ସିଂଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାପରେ ପ୍ରଦୀପ ନିଜ ପ୍ରତିକ୍ରିୟାରେ କହିଛନ୍ତି, "ମୋ ପତ୍ନୀ ପ୍ରତିଦିନ ମୋବାଇଲ୍ ଫୋନରେ କାହା ସହ କଥା ହେଉଥିଲେ। ମୁଁ ଏହାକୁ ବିରୋଧ କରି ପରିବାର ଲୋକଙ୍କୁ ଜଣାଇଥିଲି। ସେମାନଙ୍କ କହିବା ଅନୁସାରେ ମୁଁ ତାଙ୍କ ମୋବାଇଲ୍ ଫୋନ୍ ଛଡାଇ ନେଇଥିଲି। ସେ ମୋତେ ଏବଂ ମୋ ପୁଅକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ମେ ୧୮ତାରିଖ ରାତିରେ ସେ ମୋତେ ନିର୍ଯାତନା ଦେବା ସହ ଆକ୍ରମଣ କରିଥିଲେ ବୋଲି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ସ୍ୱାମୀ। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ମହିଳାଙ୍କ ବିରୋଧରେ ଆଇପିସି ଧାରା ୩୦୭, ୩୨୮ ଏବଂ ୫୦୬ରେ ମାମଲା ପଞ୍ଜୀକୃତ କରି ତଦନ୍ତ ଚଳାଇଛି ।

ଅଧିକ ପଢ଼ନ୍ତୁ: କି ନୃଶଂସ ! ବିନା କାରଣରେ... ଜଣକ ପରେ ଜଣେ ଆତ୍ମୀୟଙ୍କୁ ଟାଙ୍ଗିଆରେ ହାଣି ଜୀବନ ନେଲା

Crime News Mobile Phone Electric Shock
Advertisment
Advertisment