ସଂସଦରେ ଶୁଭିଲା ଓଡ଼ିଆ ଅସ୍ମିତାର ସ୍ୱର। ଲୋକସଭାରେ ଶପଥ ନେଲେ ଓଡ଼ିଆ ସାଂସଦ । ଆଜି ବିଜେପିର ନବନିର୍ବାଚିତ ୧୭ ସାଂସଦ ଶପଥ ନେଇଛନ୍ତି ।
ଏହି ଯାନ ପୃଥିବୀଠାରୁ ଅନେକ ଦୂରରେ ଥିବା ସ୍ଥାନରୁ ମାଟି ଓ ପଥର ସଂଗ୍ରହ କରି ଏହାକୁ ପୃଥିବୀକୁ ଆଣିଛି। ବୈଜ୍ଞାନିକଙ୍କ କହିବା ଅନୁସାରେ, ଏପରି ସ୍ଥାନରୁ ପୂର୍ବରୁ ନମୂନା ସଂଗ୍ରହ କରାଯାଇନି। ଏହା ଗବେଷଣା କ୍ଷେତ୍ରରେ ସହାୟକ ହେବ।
୧୮ ତମ ଲୋକସଭା ଅଧିବେଶନ କାଲିଠାରୁ ଆରମ୍ଭ ହେବ। ତେବେ ଆଜି ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଏନ୍ଡିଏ ପ୍ରାର୍ଥୀ ଓମ୍ ବିର୍ଲା ।
ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର ଗର୍ଭଗୃହରେ ଗଳୁଛି ପାଣି। ବର୍ଷା ହେବା ପରେ ମନ୍ଦିର ଛାତରୁ ପାଣି ଲିକ୍ ହେଉଛି।
ଥାନାରେ ବାହାଘର ହୋଇଛି। ଅତିଥି ସାଜିଛନ୍ତି ଥାନା କର୍ମଚାରୀ। ବର କନିଆକୁ ମଙ୍ଗଳ ସୁତ୍ର ପିନ୍ଧାଇବା ସହ ସାତ ଜନ୍ମର ସାଥୀ ହେବା ନେଇ ପ୍ରତିଶ୍ରୁତି ଦେଇଛି।
ବୋଲିଂରେ ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି ଓ କୁଲଦୀପ ଯାଦବ ୨ଟି ଓ୍ଵିକେଟ୍ ନେଇଥିଲେ। ୪୧ ବଲରେ ରୋହିତ ଶର୍ମା ବିସ୍ଫୋରକ ୯୨ ରନ୍ କରି ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୨୭ ରନ୍ କରିଥିଲେ।
ମାଲକାନଗିରି ସୀମାନ୍ତ ଛତିଶଗଡର ଧମତରୀ ଜିଲ୍ଲାରେ ପୋଲିସ ଏନକାଉଣ୍ଟରରେ ନକ୍ସଲ ନିହତ । ଖଲ୍ଲାରୀ ଥାନା ମୁହକୋଟ ଆମଝର ଜଂଗଲରେ ନକ୍ସଲ କ୍ୟାମ୍ପ ଚାଲିଥିବା ଖବର ପାଇ ଡିଆରଜି ଟିମ୍ ଚଢାଉ କରିଥିଲା ।
ଫୁଟପାଥ ଏବଂ ଚାଲିବା ପାଇଁ ସୁରକ୍ଷିତ ସ୍ଥାନ ଏକ ମୌଳିକ ଅଧିକାର। ଆମେ ଆମ ପିଲାମାନଙ୍କୁ ଫୁଟପାଥରେ ଚାଲିବାକୁ କହିଥାଉ, କିନ୍ତୁ ଯଦି ଚାଲିବାକୁ ଫୁଟପାଥ୍ ନାହିଁ, ତେବେ ଆମେ ଆମ ପିଲାମାନଙ୍କୁ କ’ଣ କହିବୁ?
ନ୍ୟୁ ଜର୍ସି ହାଇସ୍କୁଲରେ ମୋଟ୍ ୪୧୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ରେଜଲ୍ଟ ଆସିବା ପରେ ତାଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ପଦୋନ୍ନତି ଦିଆଯାଉଥିଲା। ଏହି ଅବସରରେ ବ୍ୟାଚରେ ଅନେକ ଯାଆଁଳା ଛାତ୍ରଛାତ୍ରୀ ମଞ୍ଚକୁ ଆସିଥିଲେ।
ଗିନ୍ନି ହିସଲପ୍ ନିଜ ବ୍ୟକ୍ତବ୍ୟରେ କହିଥିଲେ, ଏହି ଦିନ ପାଇଁ ଦୀର୍ଘ ସମୟ ଅପେକ୍ଷା କରିଛନ୍ତି। ଏଥିପାଇଁ ତାଙ୍କ ପୁରା ପରିବାର ତାଙ୍କୁ ସହଯୋଗ କରିଛି। ସମାରୋହରେ, ନାତି ନାତୁଣୀମାନେ ଯୋଗ ଦେବା ସହ ତାଙ୍କୁ ସମର୍ଥନ କରିଥିଲେ।
ଏଲନ ମସ୍କଙ୍କ ପତ୍ନୀ ଶିଭନ ଜିଲିସ ଏକ ସନ୍ତାନ ଜନ୍ମ ଦେଇଛନ୍ତି। ଏହାକୁ ମିଶାଇ ମସ୍କ ମୋଟ୍ ୧୨ଜଣ ସନ୍ତାନର ପିତା ହୋଇଛନ୍ତି। ଶିଶୁର ନାମ ଏବଂ ଲିଙ୍ଗ ବିଷୟରେ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।
ଦାଗେସ୍ତାନର ଗଭର୍ଣ୍ଣରଙ୍କ ସୂଚନା ମୁତାବକ, ରୁଷର ଦୁଇଟି ସହରରେ ଏହି ଆତଙ୍କୀ ହମ୍ଲା ହୋଇଛି। ବନ୍ଧୁକଧାରୀମାନେ ଦୁଇଟି ଆର୍ଥୋଡକ୍ସ ଚର୍ଚ୍ଚ, ଗୋଟିଏ ପୂଜାସ୍ଥଳ, ଓ ଗୋଟିଏ ପୁଲିସ ଚେକ୍ ପୋଷ୍ଟ ଉପରକୁ ଗୁଳିମାଡ କରିଛନ୍ତି।
ବାଲେଶ୍ବର ପୌରାଞ୍ଚଳରେ ଆଜିଠୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ। ସମସ୍ତ ସ୍କୁଲ କଲେଜ ଓ ଅଙ୍ଗନବାଡି କେନ୍ଦ୍ର ଖୋଲିବ। ଲ୍ୟାଣ୍ଡ ଲାଇନ୍ ଓ ବ୍ରଡବ୍ୟାଣ୍ଡରେ ସେବା ମିଳୁଥିବା ବେଳେ ଆଜିଠାରୁ ମୋବାଇଲରେ ଇଣ୍ଟରନେଟର ସୁବିଧା ମିଳିବ।
ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ସାଂସଦଙ୍କ ଶପଥପାଠ କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଆଜି ସକାଳ ପ୍ରାୟ ସାଢେ ୯ଟାରେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ରାଷ୍ଟ୍ରପତି ଭବନରେ ଶପଥପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଧାନ କିଣାବିକାରେ ଏବେ ମିଲର୍ସ ଚଳାଇଛନ୍ତି ମନାମାନୀ l ଅମଳ ଧାନକୁ ବିକିବା ପାଇଁ ବଢିଛି ଚାଷୀଙ୍କ ଚିନ୍ତା l ସରକାରଙ୍କ ନିର୍ଦ୍ଦେଶକୁ ବି ବେଖାତିର କରୁଛନ୍ତି। ବି
ଦିଲ୍ଲୀରେ ଦେଖାଯାଇଥିବା ଜଳ ସଂକଟକୁ ନେଇ ଆପ୍ ନେତା ତଥା ଦିଲ୍ଲୀ ଜଳ ମନ୍ତ୍ରୀ ଅତିଶୀ ହରିୟାଣା ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅତିଶୀ ଦିଲ୍ଲୀର ଭୋଗଲରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ କରିଛନ୍ତି।
୧୦୮ ଗରା ଜଳରେ ସ୍ନାନ କଲେ ଶ୍ରୀଜିଉ। ଜଗନ୍ନାଥ ସ୍ୱାମୀଙ୍କ ଅପୂର୍ବ ସ୍ନାନୋତ୍ସବର ଲୀଳାକୁ ଦର୍ଶନ କରିବା ପାଇଁ ସବୁରି ମନରେ ଉତ୍କଣ୍ଠା। ଅସରାଏ ବର୍ଷାରେ ପ୍ରଭୁଙ୍କୁ ଅଭିଷେକ କଲେ ଇନ୍ଦ୍ରଦେବ ।
ବାରିପଟୁ ପଛପଟୁ ଦୁର୍ଗନ୍ଧ ବାହାରିଥିଲା। କିଛି କୁକୁର ସେଠାରେ ମାଟି ଖୋଳୁଥିବା ଦେଖିବାକୁ ମିଳିଥିଲା। ଏନେଇ ସନ୍ଦେହ ବଢିବାରୁ ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ।
ଆଇନ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ପ୍ରଶ୍ନପତ୍ର ଲିକ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ୧୦ ବର୍ଷ ଜେଲ୍ ଏବଂ ୧କୋଟି ଟଙ୍କା ଜୋରିମାନା ହୋଇପାରେ।
ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରାରେ ଅମୃତର ଧାରା ଢାଳୁଛି ବର୍ଷା। ମେଘ ଜଳବିନ୍ଦୁରେ ସିକ୍ତ ହେଉଛି ପାବନ ପୁରୁଷୋତ୍ତମ କ୍ଷେତ୍ର। ଅଗଣିତ ଭକ୍ତଜନ ଭିଜୁଛନ୍ତି ଭକ୍ତିର ବାରିଧିରେ।