ବାରିପଦା ଆରସିସିଏଫଙ୍କ ସୂଚନା ଅନୁଯାୟୀ, ଶିମିଳିପାଳ ଦକ୍ଷିଣ ୱାଇଲ୍ଡ ଲାଇଫ୍ ଡିଭିଜିନର ସ୍ପେଶାଲ ଏନଫୋର୍ସମେଣ୍ଟ ୱିଙ୍ଗ୍ ପକ୍ଷରୁ ଗତ ୧୨ ତାରିଖ ରାତିରେ ଏ ଚାରି ଜଣଙ୍କୁ ଗିରଫ ସହ ଏ ବାଘ ଛାଲକୁ ଜବତ କରାଯାଇଛି। ବାଘର ବୟସ ଦେଢ଼ ବର୍ଷ ହେବା ଅନୁମାନ କରାଯାଉଥିଲା ବେଳେ...
ଟ୍ରଷ୍ଟ ବୋର୍ଡ ବୈଠକ ପୂର୍ବରୁ ଆଇନମନ୍ତ୍ରୀ- ଠାକୁରଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖି କହିଥିଲେ ଏଭଳି କାର୍ଯ୍ୟ ଦୁର୍ଭାଗ୍ୟଜନକ। ମହାପ୍ରଭୁଙ୍କ ସ୍ବତ୍ତ୍ବଲିପିରେ ରହିଥିବା ଆଇନଗତ ସମସ୍ୟାର ଶୀଘ୍ର ସମାଧାନ କରାଯିବ। ସେବାୟତଙ୍କ ବିବାଦରୁ ପ୍ରଭୁ ଲିଙ୍ଗରାଜ ଉପାସ ରହିବା ନୂଆ ନୁହେଁ।
ଜାତୀୟ ଶିକ୍ଷା ନୀତି (NEP)- ୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଗଣଶିକ୍ଷା ବିଭାଗ । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ କରିକୁଲମ୍ ପ୍ରସ୍ତୁତି କରାଯିବ।
ତନୁଙ୍କ ବିବାହ ଜାନୁଆରୀ ୧୮ ରେ ହେବାର ଥିଲା । ଏହାର ମାତ୍ର ଚାରି ଦିନ ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଛି। ଅଭିଯୁକ୍ତ ବାପା ମହେଶ ଗୁର୍ଜରଙ୍କୁ ଗିରଫ କରାଯାଇଛି ଏବଂ ହତ୍ୟାରେ ବ୍ୟବହୃତ ପିସ୍ତଲ ମଧ୍ୟ ଜବତ କରାଯାଇଛି। ରାହୁଲଙ୍କୁ ଖୋଜିବା ପାଇଁ ପୋଲିସ ତଦନ୍ତ ଆରମ୍ଭ ହୋଇଛି।
ବୁର୍ଜ ଖଲିଫା ଏତେ ଉଚ୍ଚ ଯେ ଏହାକୁ ୧୦୦ କିଲୋମିଟର ଦୂରରୁ ଦେଖିହେବ। ଏହି ନଭଶ୍ଚୁମ୍ଭୀ ଅଟ୍ଟାଳିକାର ଇଞ୍ଜିନିୟରିଂ ଏବଂ ଡିଜାଇନ୍ ଅତୁଳନୀୟ, ଯାହା ଯୋଗୁଁ ଏହାକୁ ସ୍ଥାପତ୍ୟ ଚମତ୍କାରିତାର ପ୍ରତୀକ ଭାବରେ ସ୍ୱୀକୃତି ଦିଆଯାଇଛି। ବୁର୍ଜ ଖଲିଫା ବିଳାସପୂର୍ଣ୍ଣ ପରିବେଶ ଏବଂ କାର୍ଯ୍ୟକ୍ଷମତାର ମିଶ୍ରଣ ।
୧୪୪ ବର୍ଷ ପରେ ପୂର୍ଣ୍ଣ ମହାକୁମ୍ଭ ପାଳିତ ହେଉଥିବାରୁ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି । ତେବେ ଏହି ମେଳାରେ ଏବେ ବେଶ୍ ଭାଇରାଲ ହେଉଛନ୍ତି ସବୁବେଳେ ହସି ହସି କଥା ହେଉଥିବା 'ଆଇଆଇଟିଆନ୍ ବାବା' ।
ମକର ପାଳିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଗସ୍ତରେ ଯାଇ ପାଟଣା ନିକଟ ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି ସିଏମ୍।
ଷ୍ଟ୍ରବେରୀକୁ କିଣିବା ଲାଗି କ୍ଷେତରେ ମଧ୍ୟ ଗ୍ରାହକଙ୍କ ଭିଡ ଜମୁଛି । କିଲୋ ପିଛା ୫ଶହ ଟଙ୍କା ଦରରେ ବିକ୍ରି ହେଉଛି । ଏମିତି କି ମହିଳାମାନେ ଗ୍ରାହକଙ୍କ ଚାହିଦାକୁ ଦେଖି ଛୋଟ ଛୋଟ ପ୍ୟାକେଟରେ ଓଜନ କରି ଷ୍ଟ୍ରବେରୀକୁ ବିଭିନ୍ନ ସହରରକୁ ବିକ୍ରିବଟା ପାଇଁ ପଠାଉଛନ୍ତି ।
ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ କ୍ଷୀର ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଗିଫ୍ଟ ମିଲ୍କ୍କ ଯୋଜନାରେ ୨୯ଟି ସ୍କୁଲର ୧୧୮୪ ପିଲାଙ୍କୁ ପ୍ରତିଦିନ ୨୦୦ ଏମ୍ଏଲ୍ ଭିଟାମିନ୍ A ଓ D ଯୁକ୍ତ କ୍ଷୀର ଦିଆଯିବାକୁ ଯୋଜନା ହୋଇଛି।
ଦୁନିଆର ଏକ ପ୍ରମୁଖ ସୁନ୍ଦର ସହର ଭିତରେ ଆସୁଥିବା ଲସ୍ ଆଞ୍ଜେଲସ ନିଜର ବରବାଦୀ ଦେଖୁଛି । ଜଙ୍ଗଲ ନିଆଁକୁ କାବୁ କରିବାକୁ ଅଗ୍ନିଶମ ବାହିନୀ ଅହରହ ଲାଗି ରହିଛି । ହେଲେ କୌଣସି ସୁଫଳ ମିଳିପାରୁନାହିଁ । ସରକାର ମଧ୍ୟ ଏଦିଗରେ ବ୍ୟାପକ ପଦକ୍ଷେପ ନେଉଛନ୍ତି ।
ଗତକିଛି ଦିନ ଧରି ଋଷ ଏବଂ ୟୁକ୍ରେନ ମଧ୍ୟରେ ବଢୁଥିବା ତିକ୍ତତା ଯୋଗୁ ବିଶ୍ୱ ବଜାରରେ ଅସ୍ଥିରତା ସୃଷ୍ଟି ହୋଇଛି । ଆଉ ଏହାର ପ୍ରଭାବରେ ନିରାପଦ ନିବେଶ ଚାହୁଁଥିବା ପୁଞ୍ଜିପତିମାନେ ସୁନା ଆଡକୁ ମୁହାଁଉ ଥିବାରୁ ହୁହୁହୋଇ ପୁଣି ବଢ଼ିବାରେ ଲାଗିଛି ଦର ।
ଖାଲି ସନାତନୀ ହିନ୍ଦୁ ନୁହଁନ୍ତି ବହୁ ବିଦେଶୀ ମଧ୍ୟ ସଂଗମରେ ସ୍ନାନ କରି ପାଇଛନ୍ତି ଅନନ୍ୟ ଅନୁଭବ। ହୋମ ଯଜ୍ଞ ଓ ଆଳତୀ ସାଙ୍ଗକୁ ବେଦମନ୍ତ୍ରରେ ପ୍ରକମ୍ପିତ ହେଉଛି ପ୍ରୟାଗତୀର୍ଥର ପରିସୀମା। ଆଜି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦୁଇଗୁଣା ହେବା ନେଇ ଅନୁମାନ କରିଛି ଉତ୍ତର ପ୍ରଦେଶ ପ୍ରଶାସନ।
ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ରାତ୍ରୀ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ। ୧୬ ତାରିଖ ଯାଏ ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାରିପାଗ କେନ୍ଦ୍ର।
ଗତକାଲି ରାତି ସାଢେ ୮ଟାରୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି। ସେବାୟତଙ୍କ ବିବାଦ ଲାଗି ବନ୍ଦ ରହିଛି ନୀତି।ସେହିପରି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ଆଜି ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ମକର ଚରାଅସୀ ବେଶରେ ବିଭୂଷିତ ହେବେ ।
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଛାତ୍ରୀଜଣଙ୍କ କେନ୍ଦ୍ରାପଡ଼ାର ହୋଇଥିବା ବେଳେ ସେ +୨ ଦ୍ବିତୀୟ ବର୍ଷରେ ପଢ଼ୁଥିଲେ । ମୃତ୍ୟୁର କାରଣ ଏଯାଏ ଅସ୍ପଷ୍ଟ ରହିଛି।
ପ୍ରଧାନମନ୍ତ୍ରୀ ରେସରେ ଆଗୁଆ ରହିଥିଲେ ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ। ହେଲେ ଏହି ଚର୍ଚ୍ଚାରେ ସେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସେ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ପଦରୁ ଓହରି ଯାଇଥିବା କହିଛନ୍ତି।
କୋଭିଡ ପରି HMPV ଏତେ ମାରାତ୍ମକ ନୁହେଁ । କେବଳ ପରିସ୍କାର ପରିଚ୍ଛନ୍ନତା ଦ୍ୱାରା ଆପଣ ଏହା ଠାରୁ ଦୂରେଇ ରହିପାରିବେ । HPMV ପାଇଁ କୌଣସି ନିର୍ଦ୍ଦିଷ୍ଟ ଆଣ୍ଟିଭାଇରାଲ୍ ନଥିବା ବେଳେ, ଏହାକୁ ପାରାସିଟାମଲ୍ କିମ୍ବା ଜ୍ୱର ଏବଂ ଥଣ୍ଡା ହ୍ରାସ କରୁଥିବା ଅନ୍ୟ କୌଣସି ଔଷଧ...
କେଉଁଠି ଲୁଚିଛି ଷଷ୍ଠ ଅଭିଯୁକ୍ତ ? ଏହି ଘଟଣାରେ ଆଉ ଜଣେ, ନା ୟା ପଛରେ ଅଛନ୍ତି ଆହୁରି ଅନେକ ଷଡ଼ଯନ୍ତ୍ରକାରୀ ? ସହଦେବଙ୍କ ହତ୍ୟାକୁ ୪ ଦିନ ବିତିଯାଇଥିଲେ ବି ତଥାପି ପୋଲିସ ଆଖିରେ ଧୂଳି ଦେଇ ଫେରାର ଅଛି ୬ଷ୍ଠ ଅଭିଯୁକ୍ତ ସୁଶାନ୍ତ ।
ଲସ୍ ଏଞ୍ଜେଲସ ଓ ଭେଣ୍ଟୁରା-କାଉଣ୍ଟି ଅଞ୍ଚଳର ହଜାରେ ଏକରରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଛି। ପ୍ରସିଦ୍ଧ ହଲିଉଡ୍ ହିଲ୍ସ ବି ଜଳୁଛି। ତେବେ ସବୁଠୁ ଅଧିକ ଚିନ୍ତା ବଢ଼ାଇଛି ସମୁଦ୍ରକୂଳରୁ ବହୁଥିବା ପ୍ରାୟ ୧୦୦ କିଲୋମିଟର ବେଗରେ ପବନ। ଫଳରେ ନିଆଁ ଥମିବା ପରିବର୍ତ୍ତେ ଅଧିକ ବଢ଼ିବାରେ ଲାଗିଛି।...
ବସଷ୍ଟାଣ୍ଡ ହେଉ କି ରେଳ ଷ୍ଟେସନ୍ ସବୁଠି ହାଉଯାଉ ଭିଡ଼। ଯାତ୍ରୀଙ୍କ ମୁହଁରେ ହସ ମନରେ ଉତ୍ସାହ। ହେବନି ବା କେମିତି ଏବେ ପରା ଘର ବାହୁଡା ବେଳ। ରାତି ପାହିଲେ ମକର ସଂକ୍ରାନ୍ତି ଖାସ ଏଇଥିପାଇଁ ତ ଭିଟାମାଟି ମୁହାଁ ପ୍ରବାସୀ।