/odishatv-khabar/media/post_attachments/uploadimage/library/16_9/16_9_0/IMAGE_1717402739.jpg)
Uncontrollable Laughter
ଆପଣଙ୍କର ସେହି ସମୟ ମନେ ଅଛି କି ଯେତେବେଳେ ଆପଣ ହସିହସି ବେଦମ୍ ହୋଇଯାଆନ୍ତି। ଆପଣଙ୍କୁ ଲାଗେ ଯେ ଆଉ ହସି ହେବନି, ଆପଣ ପାଗଳ ହୋଇଯିବେ? ତେବେ ଏପରି ହସିହସି ଜଣେ ବ୍ୟକ୍ତି ବେହୋସ୍ ହୋଇଯିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ହାଇଦ୍ରାବାଦରେ ଘଟିଛି ଏପରି ଘଟଣା। ଦିନେ ସନ୍ଧ୍ୟାରେ ହାଇଦ୍ରାବାଦର ଜଣେ ବ୍ୟକ୍ତି ପରିବାର ସହ ଚାହାର ମଜା ନେଉଥିଲେ। ଏଥିସହ ସପରିବାର ଏକ କମେଡି ଶୋ’ ଦେଖୁଥିଲେ। ଏହି ସମୟରେ ହଠାତ୍ ବ୍ୟକ୍ତି ଜଣକ ହସିବାକୁ ଲାଗିଲେ। କିଛି ମିନିଟ୍ ଯାଏ ଲଗାତାର ହସି ଚାଲିଲେ। ହସିହସି ବେଦମ୍ ହୋଇଯିବା ପରେ ଚେତାଶୂନ୍ୟ ହୋଇଗଲେ ଓ ପରିବାର ଲୋକ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ଏହାପରେ ସେ ସୁସ୍ଥ ଥିବା ଜଣାପଡିଛି।
ତେବେ ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ସୁଧୀର କୁମାର ଏହି ଘଟଣା ନେଇ ସୋସିଆଲ୍ ମିଡିଆ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, ବ୍ୟକ୍ତି ଜଣକ ଚାହା ପିଉଥିବା ବେଳେ ହଠାତ୍ ତାଙ୍କ ହାତରୁ କପ୍ଟି ତଳେ ପଡିଯାଇଥିଲା। ସେ ଶରୀର ଉପରୁ ନିୟନ୍ତ୍ରଣ ହରାଇ ବସିଲେ ଓ ଚୌକିରୁ ତଳେ ପଡିଗଲେ। କିଛି ମିନିଟ୍ ପରେ ସେ ସୁସ୍ଥ ହୋଇ ଚାଲିବା ସହ ସାଧାରଣ କଥା କହିବା ଆରମ୍ଭ କରିଥିଲେ । ତେବେ ଏହି ଘଟଣା ବିଷୟରେ ସେ କିଛି ବି ମନେ ରଖି ନଥିଲେ। ସେ ଏମରଜେନ୍ସି ରୁମ୍ରେ ପହଞ୍ଚିବା ବେଳକୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ ଏବଂ ତାଙ୍କର କ୍ଲିନିକାଲ ପରୀକ୍ଷା ସ୍ୱାଭାବିକ ଥିଲା ବୋଲି ଡାକ୍ତର କହିଛନ୍ତି।
Laughter is the best medicine, however, in case of a 53-year-old, laughter resulted in a visit to emergency department
53-year-old Mr Shyam (name changed) was enjoying a nice evening with his family over a cup of tea. They were watching a popular comedy show on TV. Mr Shyam… pic.twitter.com/TZJAM45QpC
— Dr Sudhir Kumar MD DM (@hyderabaddoctor) May 29, 2024
ଡାକ୍ତର ସୁଧୀର କୁମାର, ଏହି ଅବସ୍ଥାକୁ ହସ ଦ୍ୱାରା ବେହୋସ୍ ବୋଲି କହିଛନ୍ତି। ଯାହା ଭାସୋଭାଗାଲ୍ ଯନ୍ତ୍ରକୌଶଳ ଦ୍ୱାରା ଘଟିଥିବା ଏକ ବିରଳ ଘଟଣା। ଅତ୍ୟଧିକ ହସ ଛାତି ଚାପକୁ ବଢାଇ ଥାଏ, ଯାହା ହୃଦୟରେ ରକ୍ତ ପ୍ରବାହକୁ ହ୍ରାସ କରିଥାଏ ଏବଂ ବାରୋରେସେପ୍ଟରକୁ ସକ୍ରିୟ କରିଥାଏ। ବାରୋରେସେପ୍ଟର ହେଉଛି ନିର୍ଦ୍ଦିଷ୍ଟ ସମ୍ବେଦନଶୀଳ ରିସେପ୍ଟର ଯାହା ହୃଦସ୍ପନ୍ଦନ ଏବଂ ଅନ୍ୟାନ୍ୟ କାରକକୁ ନିୟନ୍ତ୍ରଣ କରିବା ପାଇଁ ମସ୍ତିଷ୍କକୁ ସଙ୍କେତ ପଠାଇଥାଏ ଓ ରକ୍ତଚାପ ବଜାୟ ରଖିବାରେ ସାହାଯ୍ୟ କରେ । ଏହା ଭ୍ୟାଗସ୍ ସ୍ନାୟୁକୁ ସକ୍ରିୟ କରିଥାଏ ଯାହାଦ୍ୱାରା ହୃଦସ୍ପନ୍ଦନ କମିଯାଏ । ଯାହା ଫଳରେ ହଠାତ୍ ରକ୍ତଚାପ ହ୍ରାସ ପାଇଥାଏ ଏବଂ ବ୍ୟକ୍ତି ଚେତାଶୂନ୍ୟ ହୋଇଯାଏ।
ମସ୍ତିଷ୍କରେ ରକ୍ତ ପ୍ରବାହକୁ ବଜାୟ ରଖିବା ଏବଂ ମୁଣ୍ଡ ବୁଲାଇବା କିମ୍ବା ଦୁର୍ବଳ ଅନୁଭବ କଲେ ଶୋଇବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏଥିସହ ଅତ୍ୟଧିକ ହସ, ଦୀର୍ଘ ସମୟ ଧରି ଠିଆ ନହେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି।ଏଥିପାଇଁ କୌଣସି ଔଷଧର ଆବଶ୍ୟକତା ନଥିବା ଡାକ୍ତର କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)