Advertisment

ଆମେରିକା ଇତିହାସରେ ପ୍ରଥମ: ଦୋଷୀ ସାବ୍ୟସ୍ତ ହେଲେ ଟ୍ରମ୍ପ, ଲଢିପାରିବେନି ନିର୍ବାଚନ !

ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି, "ମୋ ବିରୋଧରେ ଆସିଥିବା ରାୟ ଅପମାନଜନକ। ଏହା କଠୋର ଓ ଲଜ୍ଜାଜନକ ପରୀକ୍ଷା । ପ୍ରକୃତ ରାୟ ନଭେମ୍ବର ୨ରେ ଆସିବ। କ’ଣ ହେଲା ସେମାନେ ଜାଣନ୍ତି ଏବଂ ଏଠାରେ କ’ଣ ଘଟିଛି ତାହା ସମସ୍ତେ ଜାଣନ୍ତି। ”

author-image
Sonali Ojha
ଅଦ୍ୟତନ ହୋଇଛି
Donald Trump Hush Money Trial

Donald Trump

ଆମେରିକା ଇତିହାସରେ ପ୍ରଥମ । ପ୍ରଥମ ଥର ପାଇଁ ଜଣେ ପୂର୍ବତନ ରାଷ୍ଟ୍ରପତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ହସ୍ ମନି ଟ୍ରାଏଲ ସହ ଜଡିତ ୩୪ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଡୋନାଲ୍ଟ ଟ୍ରମ୍ପ । ଚଳିତ ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ଟ୍ରମ୍ପଙ୍କୁ ଶକ୍ତ ଝଟକା ଲାଗିଛି । ଗୁରୁବାର ନ୍ୟୁୟର୍କର ଏକ ୧୨ ଜଣିଆ ଖଣ୍ଡପୀଠ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହାପରେ ଟ୍ରମ୍ପଙ୍କ ରାଜନୈତିକ କ୍ୟାରିୟର ପ୍ରଭାବିତ ହେବା ସହ ଜେଲ୍‌ ଯିବା ନେଇ ଆଶା ଆଶଙ୍କା ଉପୁଜିଛି।

Advertisment

ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ୩୪ ଟି ଅପରାଧିକ ମାମଲା ଚାଲିଛି । ବର୍ତ୍ତମାନ ଏହି ମାମଲାର ନିଷ୍ପତ୍ତି ଖଣ୍ଡପୀଠକୁ ଛାଡି ଦିଆଯାଇଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୧୬ ମସିହାରେ ଏକ ଯୌନ ଦୁର୍ନୀତିକୁ ଏଡାଇବା ପାଇଁ ବୟସ୍କ ଚଳଚ୍ଚିତ୍ର ତାରକା ଷ୍ଟର୍ମୀ ଡାନିଏଲ୍ସଙ୍କୁ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି। ସେତେବେଳେ ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢୁଥିଲେ । ସେତେବେଳେ ଯଦି ଏହି ଦୁର୍ନୀତି ସାମ୍ନାକୁ ଆସେ ତେବେ ତାଙ୍କ ପ୍ରାର୍ଥୀପତ୍ର ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରି ସେ ଟଙ୍କା ଦେଇଥିବା ଅଭିଯୋଗ ହୋଇଥିଲା।

ଅଧିକ ପଢ଼ନ୍ତୁ: ମାନିଲେ ନୱାଜ ! ଭାରତ ସହ ୧୯୯୯ ଲାହୋର ଶାନ୍ତି ଚୁକ୍ତିକୁ ପାକିସ୍ତାନ ଉଲ୍ଲଙ୍ଘନ କରିଛି

Advertisment

କୋର୍ଟରେ ୧୦ଘଣ୍ଟା ଧରି ଆଲୋଚନା ପରେ ଏହି ରାୟ ଆସିଥିଲା । ଏହି ମାମଲା ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିୟଲଙ୍କ ସହ ଜଡ଼ିତ । ୨୦୧୬ ନିର୍ବାଚନ ପୂର୍ବରୁ ଟ୍ରମ୍ପ ତାଙ୍କୁ ଲାଞ୍ଚ ଦେଇ ମୁହଁ ବନ୍ଦ ରଖିବା ପାଇଁ କହିଥିଲେ । କୋର୍ଟ ପରିସରରୁ ବାହାରି ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି, "ମୋ ବିରୋଧରେ ଆସିଥିବା ରାୟ ଅପମାନଜନକ। ଏହା କଠୋର ଓ ଲଜ୍ଜାଜନକ ପରୀକ୍ଷା । ପ୍ରକୃତ ରାୟ ନଭେମ୍ବର ୨ରେ ଆସିବ। କ’ଣ ହେଲା ସେମାନେ ଜାଣନ୍ତି ଏବଂ ଏଠାରେ କ’ଣ ଘଟିଛି ତାହା ସମସ୍ତେ ଜାଣନ୍ତି। ”

ଆସନ୍ତା ଜୁଲାଇ ୧୧ ତାରିଖରେ ଟ୍ରମ୍ପଙ୍କୁ କେଉଁ ପ୍ରକାର ଦଣ୍ଡ ଦିଆଯିବ ତାହାର ଶୁଣାଣି ହେବ । ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଥିବା ଟ୍ରମ୍ପ ହସ୍ ମନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ତାଙ୍କୁ ଅସୁବିଧାରେ ପକାଇ ପାରେ । ସେ ଚଳିତ ବର୍ଷ ନିର୍ବାଚନ ଲଢିବେ ନା ନାହିଁ ତାହା ବର୍ତ୍ତମାନ ଅନିଶ୍ଚିତତା ଘେରରେ । ଟ୍ରମ୍ପଙ୍କ ପାଇଁ ଏହା ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଥିଲା । ଏଥି ପାଇଁ ତାଙ୍କୁ ଜେଲ ଦଣ୍ଡାଦେଶ ମଧ୍ୟ ହୋଇପାରେ । ଏହି ନିଷ୍ପତ୍ତି ବିରୋଧରେ ଟ୍ରମ୍ପ ଆବେଦନ କରିପାରନ୍ତି ବୋଲି ଆଶା କରାଯାଉଛି ।

ଅଧିକ ପଢ଼ନ୍ତୁ: ଇରାନ୍‌ ରାଷ୍ଟ୍ରପତିଙ୍କ ହେଲିକପ୍ଟର କ୍ରାସ୍ ପଛରେ ଇସ୍ରାଏଲ୍‌ର ହାତ !

Donald Trump
Advertisment
Advertisment