Advertisment

ପଡ଼ିଆରେ ବର୍ଷା କରୁଥିଲେ ଚୌକା-ଛକା, ହଠାତ୍ ଟଳିପଡ଼ିଲେ...ଦେଖନ୍ତୁ ଭିଡିଓ

କ୍ରିକେଟ୍‌ ଖେଳୁଥିବା ବେଳେ ଜଣେ ଯୁବକ ନିଜ ଜୀବନ ହରାଇଛନ୍ତି। ଏହି ସମୟର ଭିଡିଓ ସୋସିଆଲ୍‌ ମିଡିଆରେ ନିଆଁ ପରି ଭାଇରାଲ୍‌ ହେବାରେ ଲାଗିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Cricketer

Cricketer

ମୃତ୍ୟୁ ଏମିତି ବି ଆସେ, ଯାହା ବିଶ୍ୱାସ କରି ହୁଏ ନାହିଁ। କ୍ରିକେଟ ଖେଳୁଥିଲେ। କ୍ରିଜ୍‌ରେ ଗୋଟିଏ ପାଦ ରଖି ଛକା ମାରିଲେ। ହେଲେ କିଏ ଜାଣିଥିଲା ଏହା ତାଙ୍କ ଜୀବନର ଶେଷ ଛକା। ଏଇଠି ହିଁ ଜଣେ ଯୁବ କ୍ରିକେଟର୍‌ଙ୍କ ଜୀବନରେ ଲାଗିଯିବ ବିରାମ? ପଡିଆରେ ଖେଳୁଥିବା ବେଳେ ହଠାତ୍ ଟଳି ପଡିଥିଲେ ଯୁବକ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ଘଟଣାଟି ମହାରାଷ୍ଟ୍ର ଥାନେର ମିରା ରୋଡ୍‌ ଅଂଚଳର। କ୍ରିକେଟ୍‌ ଖେଳୁଥିବା ବେଳେ ଜଣେ ଯୁବକ ନିଜ ଜୀବନ ହରାଇଛନ୍ତି। ଏହି ସମୟର ଭିଡିଓ ସୋସିଆଲ୍‌ ମିଡିଆରେ ନିଆଁ ପରି ଭାଇରାଲ୍‌ ହେବାରେ ଲାଗିଛି। ଗୋଲାପୀ ଜର୍ସିରେ ଥିବା ଯୁବକ ପଡିଆରେ ଛକା ଚୌକା ବର୍ଷା କରୁଥିଲେ। ବୋଲର ବଲ୍‌ ଫିଙ୍ଗିବା ପରେ ସେ ଛକା ବି ମାରିଥିଲେ। ହେଲେ ଆଉ ଏକ ବଲ୍‌ ଆସିବା ପୂର୍ବରୁ ସେ ସେଠାରେ ଟଳି ପଡିଥିଲେ।

ସାଥିରେ ଖେଳୁଥିବା ଅନ୍ୟ ଖେଳାଳି ତାଙ୍କ ନିକଟକୁ ଦୌଡି ଯାଇଥିଲେ। ତାଙ୍କୁ ଉଠାଇବାକୁ ଚେଷ୍ଟା ବି କରିଥିଲେ। ମାତ୍ର ତାଙ୍କର ଚେତା ଫେରିନଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା। ଏଯାଏ ଯୁବକଙ୍କ ପରିଚୟ ସ୍ପଷ୍ଚ ହୋଇନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

Advertisment

Cricket
Advertisment
Advertisment