ଜୈବିକ ଚାଷ କହିଲେ ଆମେ କାହାରିକୁ କ୍ଷତି ପହଞ୍ଚାଇବା ବିନା ଚାଷ କାର୍ଯ୍ୟ କରିବା ହିଁ ଜୈବିକ ଚାଷ । ଆପଣ ଏଠି ଭାବୁଥିବେ ଚାଷ କାର୍ଯ୍ୟରେ ବି କ’ଣ କାହାର କେବେ କିଛି କ୍ଷତି ହୋଇଥାଏ ?
ଠିକ୍ ଏମିତି ଏକ ନିଷ୍ଠାପର ବ୍ୟକ୍ତିଙ୍କ ବିଷୟରେ ଆମେ ଆଜି ଆଲୋଚନା କରିବା । ଯିଏ କି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି । ନିଜର ଇଚ୍ଛାଶକ୍ତି ଓ ନିଷ୍ଠାପର ପରିଶ୍ରମ ଯୋଗୁଁ ଜଣେ ଚାଷୀ ଏଭଳି କମାଲ କରିଛନ୍ତି ।
ଯୁଦ୍ଧ ସ୍ଥିତି ଭିତରେ ଚର୍ଚ୍ଚା, କଣ ରୁଷିଆର ବିଶାଳ ସାମରିକ ଶକ୍ତିକୁ ମୁକାବିଲା କରିପାରିବ ୟୁକ୍ରେନ୍ ? ଉତ୍ତର ଯାହା ବି ହେଉନା କାହିଁକି, ପୁଟିନଙ୍କ ନିଷ୍ପତ୍ତି ଆଗରେ କିନ୍ତୁ ମୁଣ୍ଡ ନୁଆଁଇନି ୟୁକ୍ରେନ୍ ।
କାହା ମାଆଙ୍କ ଆଖିରୁ ଲୁହ ଝରୁଛି ତ ଆଉ କାହା ବାପାଙ୍କ କଲିଜା ଓଟାରି ହୋଇଯାଉଛି । କାହିଁକି ବା ନହେବ । ନିଜ ନିଜ ନୟନପିତୁଳା ଯେହେତୁ ଫସିଯାଇଛନ୍ତି ଯୁଦ୍ଧର ବିଭୀଷିକା ଭିତରେ । ମନକୁ ପାପ ଛୁଉଁଛି, ଅଜଣା ଆତଙ୍କ ମାଡ଼ି ବସୁଛି ।
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି କହିଛନ୍ତି, ମୁଁ ଋଷର ପ୍ରଥମ ଟାର୍ଗେଟ, ମୋ ପରିବାର ଦ୍ୱିତୀୟ ଟାର୍ଗେଟ୍ । ଏହା ଜାଣିଥିଲେ ବି ମୁଁ କିଭ୍ ଛାଡ଼ିବି ନାହିଁ । ଅନ୍ୟପକ୍ଷରେ ୟୁକ୍ରେନ ସେନା ଅସ୍ତ୍ରତ୍ୟାଗ କଲେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଛି ଋଷ ।
ୟୁକ୍ରେନର ରାଜଧାନୀ କିଭ ଉପରେ ଋଷ ଆକ୍ରମଣର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ସେୟାର କରାଯାଉଛି । ସେହି ଭିଡିଓ ଗୁଡ଼ିକୁ ଦେଖିଲେ ସେଠାକାର ପରିସ୍ଥିତି କେତେ ଭୟଙ୍କର ତାହା ସହଜରେ ଅନୁମାନ କରାଯାଇପାରିବ ।
ଗୁରୁବାର ସକାଳୁ ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଋଷ ପକ୍ଷରୁ ଚାରିପଟୁ ଆକ୍ରମଣ କରାଯାଉଛି । ରୁଷର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ପ୍ରଥମେ ଆକ୍ରମଣ ପାଇଁ ଘୋଷଣା କରିଥିଲେ ।
ଗୋଟିଏ ପଟେ ବୋମା ବର୍ଷା ଚାଲିଥିବା ବେଳେ ଅନ୍ୟପଟେ ସାଇବର ଆଟାକ୍ ମଧ୍ୟ ଆରମ୍ଭ କରିଛି ଋଷ । ୟୁକ୍ରେନରେ ଶହ ଶହ କମ୍ପ୍ୟୁଟରକୁ ଟାର୍ଗେଟ କରୁଥିବା ଏକ ବିପଜ୍ଜନକ ସଫ୍ଟୱେୟାର ଏବେ ସାମ୍ନାକୁ ଆସିଛି ।
ଆନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଲୁହାଂସ୍କ ପ୍ରଦେଶରେ ରୁଷୀୟ ଲଢ଼ୁଆ ବିମାନ ମାରି ଖସାଇଥିବା ନେଇ ୟୁକ୍ରେନ ଦାବି କରିଛି
ଯୁଦ୍ଧ ଆଶଙ୍କା ମଧ୍ୟରେ ବୁଧବାର ମସ୍କୋ ଯାତ୍ରା କରିଛନ୍ତି ଇମ୍ରାନ । ସାମ୍ପ୍ରତ୍ତିକ ସ୍ଥିତିରେ ପ୍ରଥମ ବିଶ୍ୱ ନେତା ଭାବେ ଇମ୍ରାନଙ୍କ ଋଷରେ ପହଞ୍ଚିଛନ୍ତି । ତେବେ ଇମ୍ରାନଙ୍କ ଏଭଳି ଆଚରଣରୁ ସ୍ପଷ୍ଟ ବାରି ହେଉଛି ଯେ, ଆମେରିକା ସହ ପାକିସ୍ତାନର ସମ୍ପର୍କରେ ଅବନତି ଘଟିଛି ।
ପୁଟିନ୍ଙ୍କ ଯୁଦ୍ଧ ଘୋଷଣା ପରେ ୟୁକ୍ରେନ୍ର କିଭ୍ ଓ ଖାରକିଭ୍ରେ ରୁଷିଆର ମିଜାଇଲ ଆକ୍ରମଣ ହୋଇଥିବା ଦେଖାଯାଇଛି । ବିଭିନ୍ ସ୍ଥାନରେ ବୋମା ବର୍ଷା ହୋଇଥିବା ସ୍ଥିତି ସଙ୍କଟାପନ୍ନ ହୋଇଛି ।
ଖାରକିଭ୍ରେ ବିସ୍ଫୋରଣ ଯୋଗୁ କେମିତି ଅନ୍ଧାର ରାତିରେ ସବୁଆଡ଼ ଆଲୋକିତ ହେଉଛି ଓ ଧୂଆଁ ବାହାରୁଛି, ତାହା ଦେଖିବାକୁ ମିଳିଛି। ଏହାବାଦ ଡୋନେସ୍କର ମରିଉପୋଲରେ ମଧ୍ୟ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ଏହାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି ।
ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ମିଟ୍ରୋ କୁଲେବା ଜାତିସଂଘ ସାଧାରଣ ପରିଷଦରେ ତାଙ୍କ ବ୍ୟକ୍ତବ୍ୟ ରଖି କହିଛନ୍ତି ଯେ, ବିଶ୍ୱ ସମୁଦାୟ ଅତୀତର ଭୁଲକୁ ଆଉ ଥରେ ପୁନରାବୃତ୍ତି ନକରିବା ଉଚିତ୍ ।
କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁସାର ମେହଟ୍ଟା ମଙ୍ଗଳବାର ସୁପ୍ରିମକୋର୍ଟରେ ଦର୍ଶାଇଛନ୍ତି ଯେ, ଦେଶରେ ବର୍ତ୍ତମାନ ମୋଟ ୬୭ ହଜାର କୋଟି ଟଙ୍କାର ଅର୍ଥ ତୋଷାରପାତ ମାମଲା ପଡ଼ିରହିଛି ।
ଏଥର ଭୋଟ୍ ଦେଉଛନ୍ତି ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର । ୧୩ ହଜାର ୫୧୪ଟି ବୁଥ୍ ବ୍ୟବସ୍ଥା ହୋଇଛି । ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି ।
ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ନୟାଗଡ଼ ଜିଲ୍ଲାରେ ଗଡ଼ିଛି ମୁଣ୍ଡ । ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବଡ଼ବୋଦସା ଗାଁ ଦାଣ୍ଡରେ ବୋମାମାଡ଼ ହୋଇ ଜଣେ ଯୁବକଙ୍କ ଜୀବନ ଯାଇଥିବା ସୂଚନା ମିଳିଛି ।
ଆଡ଼କାଠ ନିକଟରୁ ଭକ୍ତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ କରିପାରିବେ ଦର୍ଶନ । ବୈଠକ ଶେଷରେ ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।
ଭୋଟ୍ ଗଣତି କେନ୍ଦ୍ର ବାହାରେ ବିଶେଷ କରି ଗଣତି ସମୟରେ ହେବାକୁ ଥିବା ଭିଡ଼ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ସଂପର୍କରେ ଆଲୋଚନା ହୋଇଛି ।
ଚଳିତ ପଞ୍ଚାୟତ ନିର୍ବାଚନରେ ଚାଲିଥିବା ବେକାବୁ ହିଂସାକୁ ନେଇ ଚାଲିଛି ଦୋଷ ଠେଲାଠେଲି । ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ନିଇତି ଆଗ ପଛ ହୋଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହେଉଥିଲେ, କିନ୍ତୁ ଆଜି ସିଧା ତାଙ୍କ ଅଫିସ୍ ଆଗରେ ଧାରଣା ଦେଇଛନ୍ତି ବିଜେଡି-ବିଜେପି ।
କର୍ତ୍ତୃପକ୍ଷ ପରୀକ୍ଷା ପ୍ରକ୍ରିୟାକୁ ନେଇ ଆଗକୁ ବଢ଼ନ୍ତୁ ବୋଲି କହିବା ସହ ଏହି ମାମଲାରେ କୌଣସି ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି କୋର୍ଟ । ଏଥିସହ ଆବେଦନକାରୀଙ୍କୁ ତାଗିଦ କରିଛନ୍ତି ଯେ, ଏଭଳି ଜନସ୍ୱାର୍ଥ ମାମଲା କରାଯିବା ଦ୍ୱାରା ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢୁଛି ।