• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୟଙ୍କର ସ୍ଥିତିରେ ଋଷିଆ-ୟୁକ୍ରେନ୍‌ ମାମଲା । ସାରା ବିଶ୍ୱକୁ ଧମକ ଦେଲେ ପୁଟିନ୍‌ । କହିଲେ ୟୁକ୍ରେନ୍‌ ମାମଲରେ ମୁଣ୍ଡ ପୁରାଇଲେ ସ୍ଥିତି ଭୟାବହ ହେବ । ୟୁକ୍ରେନ୍‌ ବିରୋଧରେ ପ୍ରଥମେ ଯୁଦ୍ଧ ଘୋଷଣା କରି ରାଷ୍ଟ୍ରପତି ପୁଟିନ ଏଭଳି ଧମକ ଦେଇଛନ୍ତି । ସେ ସିଧାସଳଖ କହିଛନ୍ତି ‘ୟୁକ୍ରେନ ବ୍ୟାପାରରେ ହସ୍ତକ୍ଷେପ କଲେ କଡ଼ା ଜବାବ ଦେବୁ । ଆମ ଦେଶ ଓ ଆମ ଲୋକଙ୍କୁ ଧମକ ଦେଲେ ପରିଣାମ ଭୟାବହ ହେବ ବୋଲି ସେ କହିଛନ୍ତି । ପୁଟିନ୍‌ ଆହୁରି କହିଛନ୍ତି ରୁଷିଆ ତୁରନ୍ତ ଜବାବ ଦେବାକୁ ଆଦୌ ପଛଘୁଞ୍ଚା ଦେବନି । ଏପରି ଭୋଗିବେ ଯାହା ପୂର୍ବରୁ କେବେ ଇତିହାସରେ ଭୋଗି ନଥିବେ ।

ଅନ୍ୟପଟେ ପୁଟିନ୍‌ଙ୍କ ଯୁଦ୍ଧ ଘୋଷଣା ପରେ ୟୁକ୍ରେନ୍‌ର କିଭ୍ ଓ ଖାରକିଭ୍‌ରେ ରୁଷିଆର ମିଜାଇଲ ଆକ୍ରମଣ ହୋଇଥିବା ଦେଖାଯାଇଛି । ବିଭିନ୍ ସ୍ଥାନରେ ବୋମା ବର୍ଷା ହୋଇଥିବା ସ୍ଥିତି ସଙ୍କଟାପନ୍ନ ହୋଇଛି । ରୁଷିଆର ମିଜାଇଲ ଆକ୍ରମଣରେ କିଭ୍ ଓ ଖାରକିଭ୍‌ରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି । ୟୁକ୍ରେନ୍‌ର ଅନ୍ୟାନ୍ୟ କେତେକ ଅଞ୍ଚଳରେ ମଧ୍ୟ ବିସ୍ଫୋରଣ ହୋଇଛି ।

ତେବେ ରୁଷିଆର ଯୁଦ୍ଧ ଘୋଷଣା ପରେ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଆତ୍ମ ବିଶ୍ୱାସର ସହ କହିଛନ୍ତି, ୟୁକ୍ରେନ ଆତ୍ମରକ୍ଷା କରିବା ସହ ୟୁଦ୍ଧରେ ବିଜୟୀ ହେବ । ଏହାପରେ ପୁଟିନ, ପୁଣି ଥରେ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ଆହ୍ୱାନ ଦେଇଛନ୍ତି । ଯୁଦ୍ଧ ଘୋଷଣା ରୁଷିଆର ବିସ୍ତାରବାଦୀ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି ବୋଲି ୟୁକ୍ରେନ୍‌ କହିଛି ।

ଏହାପୂର୍ବରୁ ବିଶ୍ୱବାସୀ ପୁଟିନଙ୍କୁ ଯୁଦ୍ଧରୁ ନିବୃତ୍ତ କରାନ୍ତୁ ବୋଲି କହିଥିଲେ ୟୁକ୍ରେନ୍‌ ବୈଦେଶିକ ମନ୍ତ୍ରୀ । ସେ ଅହୁରି କହିଛନ୍ତି ବର୍ତ୍ତମାନ ରୁଷିଆ ବିରୋଧରେ କାର୍ଯ୍ୟାନୁଷ୍ଠାନର ସମୟ । ତେଣୁ ବିଶ୍ୱର ନେତା ମାନେ ଏଥିପ୍ରତି ଗୁରୁତ୍ୱ ଦିଅନ୍ତୁ । ନଚେତ ଏହା ସମଗ୍ର ବିଶ୍ୱ ଉପରେ ପ୍ରଭାବ ପଡ଼ିବ ।

ସେପଟେ ବାୟୁସୀମାରେ ଉଡ଼ାଣ ବାତିଲ୍ କଲେ ୟୁକ୍ରେନ୍ ସରକାର । ସମସ୍ତ ବେସାମରିକ ବିମାନ ଉଡ଼ାଣ ଉପରେ ଲାଗିଲା ରୋକ୍ । ପ୍ରତ୍ୟାବର୍ତ୍ତନ ଅପେକ୍ଷାରେ ଥିବା ପ୍ରବାସୀଙ୍କ ପାଇଁ ବଢ଼ିଲା ସମସ୍ୟା ।