• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କ’ଣ ପ୍ରମାଣିତ କରିବାକୁ ଚାହାନ୍ତି ଇମ୍ରାନ୍‌ ? ବାରମ୍ବାର ମନା କରିବା ସତ୍ତ୍ୱେ ଋଷ ଗସ୍ତରେ ବାହାରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ । ୟୁକ୍ରେନ ସଂକଟ ଓ ଆମେରିକାର ତାଗିଦ ସତ୍ତ୍ୱେ ଋଷ ଗସ୍ତରେ ସେ ବାହାରିଛନ୍ତି । ଦୀର୍ଘ ୨୩ ବର୍ଷ ପରେ ପାକିସ୍ତାନ ରାଷ୍ଟ୍ରମୁଖ୍ୟ ଭାବେ ଋଷ ଗସ୍ତରେ ଯାଇଛନ୍ତି ଇମ୍ରାନ ।

ସୂଚନାଯୋଗ୍ୟ, ଯୁଦ୍ଧ ଆଶଙ୍କା ମଧ୍ୟରେ ବୁଧବାର ମସ୍କୋ ଯାତ୍ରା କରିଛନ୍ତି ଇମ୍ରାନ । ସାମ୍ପ୍ରତ୍ତିକ ସ୍ଥିତିରେ ପ୍ରଥମ ବିଶ୍ୱ ନେତା ଭାବେ ଇମ୍ରାନଙ୍କ ଋଷରେ ପହଞ୍ଚିଛନ୍ତି । ତେବେ ଇମ୍ରାନଙ୍କ ଏଭଳି ଆଚରଣରୁ ସ୍ପଷ୍ଟ ବାରି ହେଉଛି ଯେ, ଆମେରିକା ସହ ପାକିସ୍ତାନର ସମ୍ପର୍କରେ ଅବନତି ଘଟିଛି । ଏହାସହ ଭାରତ ବିରୋଧୀ ଅଭିଯାନକୁ ଇମ୍ରାନ୍‌ ଅଧିକ ଗୁରୁତ୍ୱ ଦେଉଛନ୍ତି । ତେବେ ଇମ୍ରାନ୍‌ କହିଛନ୍ତି, ‘ଆମେ କୌଣସି ଗୋଷ୍ଠୀରେ ସାମିଲ ହେବାକୁ ଚାହୁଁନୁ’ । ଇମ୍ରାନ୍‌ଙ୍କ ଏଭଳି ବୟାନ୍‌ ପରେ ସନ୍ଦେହ ଅଧିକ ଦୃଢ଼ିଭୂତ ହୋଇଛି ।

ସେପଟେ ରୁଷିଆର ଯୁଦ୍ଧ ଘୋଷଣା ପରେ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଆତ୍ମ ବିଶ୍ୱାସର ସହ କହିଛନ୍ତି, ୟୁକ୍ରେନ ଆତ୍ମରକ୍ଷା କରିବା ସହ ୟୁଦ୍ଧରେ ବିଜୟୀ ହେବ । ଏହାପରେ ପୁଟିନ, ପୁଣି ଥରେ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ଆହ୍ୱାନ ଦେଇଛନ୍ତି । ଯୁଦ୍ଧ ଘୋଷଣା ରୁଷିଆର ବିସ୍ତାରବାଦୀ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି ବୋଲି ୟୁକ୍ରେନ୍‌ କହିଛି ।

ଏହାପୂର୍ବରୁ ବିଶ୍ୱବାସୀ ପୁଟିନଙ୍କୁ ଯୁଦ୍ଧରୁ ନିବୃତ୍ତ କରାନ୍ତୁ ବୋଲି କହିଥିଲେ ୟୁକ୍ରେନ୍‌ ବୈଦେଶିକ ମନ୍ତ୍ରୀ । ସେ ଅହୁରି କହିଛନ୍ତି ବର୍ତ୍ତମାନ ରୁଷିଆ ବିରୋଧରେ କାର୍ଯ୍ୟାନୁଷ୍ଠାନର ସମୟ । ତେଣୁ ବିଶ୍ୱର ନେତା ମାନେ ଏଥିପ୍ରତି ଗୁରୁତ୍ୱ ଦିଅନ୍ତୁ । ନଚେତ ଏହା ସମଗ୍ର ବିଶ୍ୱ ଉପରେ ପ୍ରଭାବ ପଡ଼ିବ ।

ତେବେ ୟୁକ୍ରେନ୍‌ରୁ ଆଉ ୧୮୨ ଭାରତୀୟ ନିଜ ଦେଶକୁ ଫେରିଛନ୍ତି । ସକାଳ ୭ଟା ୪୫ରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚି ସ୍ୱତନ୍ତ୍ର ବିମାନ । ଭାରତୀୟ ଛାତ୍ରଛାତ୍ରୀଙ୍କ ସମେତ ଆଉ କିଛି ବ୍ୟକ୍ତି ମଧ୍ୟ ଏହି ବିମାନ ଯୋଗେ ଫେରିଛନ୍ତି ।