• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଜାଗର ପାଳନ ନେଇ ସମନ୍ୱୟ ବୈଠକ ଶେଷ ହୋଇଛି । ରାତି ୧୦ଟାରେ ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି । କୋଭିଡ କଟକଣା ମାନି ମନ୍ଦିର ପରିସରରେ ଭକ୍ତ ଜାଳିପାରିବେ ଦୀପ । ଦର୍ଶନ ଲାଗି ମନ୍ଦିରର ଗର୍ଭଗୃହ ଭିତରକୁ ଶ୍ରଦ୍ଧାଳୁଙ୍କୁ ମନା କରାଯାଇଛି । ଆଡ଼କାଠ ନିକଟରୁ ଭକ୍ତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ କରିପାରିବେ ଦର୍ଶନ । ବୈଠକ ଶେଷରେ ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।

ଏଥର ମନ୍ଦିର ବାହାରେ ସଙ୍ଗରୋଧ କେନ୍ଦ୍ର କରାଯିବ । ଗହଳି ହଟାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । କୋଭିଡ ନିୟମକୁ ଗୁରୁତ୍ଵ ଦିଆଯିବ । ସେହିପରି ନିଷ୍ପତ୍ତି ପ୍ରକାରେ ଶିବରାତ୍ରୀରେ ରାତି ୩ ଟାରୁ ୩.୩୦ ପର୍ଯ୍ୟନ୍ତ ଅବକାଶ ନୀତି ଅନୁଷ୍ଠିତ ହେବା ସହ ସକାଳ ୫ ଟା ଯାଏଁ ସେବାୟତଙ୍କ ପରିବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବେ । ୫ଟା ପରଠାରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିବ ।

ମହାଶିବରାତ୍ରୀର ସମସ୍ତ ରୀତିକାନ୍ତି ସୁରୁଖୁରୁରେ ସଂପାଦନ କରିବା ପାଇଁ ସମସ୍ତ ନିଯୋଗ ପୂର୍ଣ୍ଣ ସହଯୋଗ ଦେବେ ବୋଲି ବୈଠକରେ ପ୍ରତିଶ୍ରୁତି ଦେଇଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ୍ ବିଭାଗ ସହିତ ଆଲୋଚନା କରାଯାଇଛି । ଟ୍ରାଫିକ ଓ ପାର୍କିଂକୁ ବ୍ୟବସ୍ଥିତ କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି କହିଛନ୍ତି ।