ରାଜଧାନୀବାସୀଙ୍କ ନିଦ ହଜାଇଲେଣି ଲୁଟେରା। ସ୍ମାର୍ଟସିଟିରେ ରାତି ଅନ୍ଧାରରେ ନୁହଁ, ଭିନ୍ନ ତରିକା ଆପଣାଇ ଦିନ ଦିପହରେ ଲୋକଙ୍କୁ ଲୁଟୁଛନ୍ତି। ଗଲା କିଛି ଦିନ ଧରି ସହରରେ ଏଭଳି ଲୁଟ୍ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ଆଜି ସାମ୍ନାକୁ ଆସିଛି ବିବାହ ମଣ୍ଡପରୁ ଲକ୍ଷାଧିକ ଟଙ୍କାର ଗହଣା...
ପଞ୍ଚାୟତ ନିର୍ବାଚନାରେ ପଛୁଆ ବର୍ଗଙ୍କୁ କେଉଁ ଦଳ ଦେଇଛି କେତେ ଟିକଟ ? ଏହାକୁ ନେଇ ପୁଣି ତେଜିଛି ପଛୁଆ ବର୍ଗ ସଂରକ୍ଷଣ ପଲିଟିକ୍ସ । ବିଜେଡି କହୁଛି ୪୦ ପ୍ରତିଶତ ଆସନରେ ପଛୁଆବର୍ଗ ପ୍ରାର୍ଥୀଙ୍କୁ ଟିକଟ ଦେବାକୁ ଚିଠା ପ୍ରସ୍ତାବ ପାରିତ ହୋଇଥିଲେ ମଧ୍ୟ ଦେଇଛୁ ୪୮ପ୍ରତିଶତ ।
ଏଥରର ପଞ୍ଚାୟତ ନିର୍ବାଚନରେ ସଭା, ସମାବେଶ, ରାଲି, ରୋଡ୍ ସୋ ଉପରେ ଲାଗିଛି କଟକଣା । ତା ବଦଳରେ ଦେଖିବାକୁ ମିଳୁଛି ଡିିଜିଟାଲ କ୍ୟାମ୍ପେନିଂ ।
କେଉଁଠି ଟାୱାର ନାହିଁ ତ ଆଉ କେଉଁଠି ନେଟ୍ୱାର୍କ ଥିଲେ ବି ବାଲାନ୍ସ କିମ୍ବା ସ୍ମାର୍ଟଫୋନ୍ କିଣିବାକୁ ଲୋକଙ୍କ ପାଖରେ ଟଙ୍କା ନାହିଁ । ବିଶେଷ କରି ଉପାନ୍ତ ଇଲାକାରେ ଏହି ସମସ୍ୟା ଉତ୍କଟ ହୋଇଛି । କରୋନା ସଂକ୍ରମଣକୁ ଦେଖି ଡିଜିଟାଲ୍ କ୍ୟାମ୍ପେନ୍କୁ ସରକାର ପ୍ରାଧାନ୍ୟ ଦେଇଛନ୍ତି...
ପ୍ରଚାର ମଇଦାନରେ ନେତା । ଗାଁକୁ ଗାଁ ବୁଲି, ଘରକୁ ଘର ଯାଇ ଭୋଟ୍ ଭିକ୍ଷା କାରୁଛନ୍ତି । ହେଲେ ଯେଉଁ ଗାଁକୁ ବି ନେତା ଯାଉଛନ୍ତି ସେଇଠି କେବଳ ଗୋଟିଏ ଚର୍ଚ୍ଚା ମୋବାଇଲ୍ ନେଟ୍ୱାର୍କ ।
ଗୀତରେ ଗୀତରେ ପ୍ରାର୍ଥୀଙ୍କ ନାଁ, କେଉଁ ପଞ୍ଚାୟତରୁ, କେଉଁ ପଦବୀ ପାଇଁ ଲଢୁଛନ୍ତି, ଏସବୁର ପ୍ରଚାର କରାଯାଉଛି । ନିର୍ବାଚନୀ ପ୍ରତିଶ୍ରୁତି ବି ରହିଛି ଏଥିରେ । ତେଣୁ ରେକର୍ଡିଂ ଷ୍ଟୁଡିଓରେ ଅନୁଭବ ହେଉଛି ପଞ୍ଚାୟତ ନିର୍ବାଚନୀ ଉଷ୍ଣତା ।
୫୮ ପ୍ରତିଶତ ଆସନରେ ପଛୁଆ ବର୍ଗଙ୍କୁ ଠିଆ କରାଇଥିବା କହିଛି କଂଗ୍ରେସ । ତେବେ ସଂରକ୍ଷଣ ନିୟମ ଅନୁସାରେ ଅନୂସଚିତ ଜନଜାତି ପାଇଁ ୨୨.୮୫ ପ୍ରତିଶତ ଏବଂ ଅନୁସୂଚିତଜାତି ପାଇଁ ୧୭.୧୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି ।
ଏହାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ଶହଦର ପୋଲିସ ଏହି ମାମଲାରେ ଗୋଟିଏ ପରିବାରର ୭ ମହିଳାଙ୍କ ସମେତ ମୋଟ ୧୧ ଜଣଙ୍କୁ ଗିରଫ କରିଛି ।
ଯେମିତି ପଶ୍ଚିମ ଦ୍ୱାର ଦେଇ ପୁରୀ ସହରବାସୀ ଶ୍ରୀମନ୍ଦିରରେ ପ୍ରବେଶ କରୁଥିଲେ ଆଗାମୀ ଦିନରେ ମଧ୍ୟ ପୁରୀ ସହରବାସୀଙ୍କ ପାଇଁ ପଶ୍ଚିମଦ୍ୱାର ଖୋଲା ରହିବ । ଅନ୍ୟ ଶ୍ରଦ୍ଧାଳୁମାନେ ପୂର୍ବ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ।
ତକଙ୍କ ପରିବାରକୁ ଉପଯୁକ୍ତ ପରିମାଣର ଅନୁକମ୍ପା ରାଶି ମିଳୁନଥିବା ଅଭିଯୋଗ କରିଛନ୍ତି, ରାଜ୍ୟ ବିଜେପି ମୁଖପାତ୍ର ଠାକୁର ରଂଜିତ ଦାସ ।
ପ୍ରାର୍ଥୀ ଆସିଲେ ପ୍ରଥମେ ପ୍ରଶ୍ନ କରୁଛନ୍ତି, ‘କୁହ ୫ ବର୍ଷରେ ଆମ ପାଇଁ କଣ କରିଛ ? ଯାହା ଆଶା ଦେଖାଇଥିଲ ତାହା ପୂରଣ କରିଛ କି ? ଏଭଳି କିଛି ସିଧାସଳଖ ପ୍ରଶ୍ନ କରି ଭୋଟ୍ ମାଗିବାକୁ ଆସିଥିବା ନେତାଙ୍କୁ ଘାଇଲା କରୁଛନ୍ତି ମହିଳା ।
ହେଲିକପ୍ଟରରୁ ଯୁଦ୍ଧ କଳା ପ୍ରଦର୍ଶନ ହେଉ କି ପାରାଚ୍ୟୁଟ୍ରୁ ଅବତରଣ ଭଳି ଦୁଃସାହସିକ ରଣ କୌଶଳ ପ୍ରଦର୍ଶନ । ସମସ୍ତ ଏହା ଦେଖି ଆତ୍ମ ବିଭୋର ହୋଇଥିଲେ । ସେନା ଭଳି ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ NCC କ୍ୟାଡେଟ୍ ମାନେ । NCC କ୍ୟାଡେଟ୍ଙ୍କ ଦ୍ୱାରା ପ୍ରଦର୍ଶିତ...
ଫୁଲବାଣୀ ଓ କେନ୍ଦୁଝରରେ ୮ ଡିଗ୍ରୀ, ସୋନପୁର, ଝାରସୁଗୁଡା, ବୌଦ୍ଧ ଓ ଭବାନୀପାଟଣାରେ ୯ ଡିଗ୍ରୀ, ଅନୁଗୁଳରେ ୯.୬ ଡିଗ୍ରୀ, କୋରାପୁଟ ଓ ନୟାଗଡ଼ରେ ୧୦ ଡିଗ୍ରୀ ରେକର୍ଡ କରାଯାଇଛି ।
କଥାରେ ଅଛି; ଜିସ୍କା ବାପ୍ ଚଢ଼େ ଘୋଡ଼ା, ଉସ୍କା ବେଟା ଥୋଡ଼ା ଥୋଡ଼ା । ହେଲେ ଏଥର ପଞ୍ଚାୟତ ନିର୍ବାଚନରେ ଆଉ ଥୋଡ଼ା ଥୋଡ଼ା ନୁହେଁ ପୁରା ବଡ଼ା ବଡ଼ା କାମରେ ଲାଗିଛନ୍ତି ନେତାଙ୍କ ପୁଅ ।
‘ମୁଁ ବେପାରୀ ନୁହେଁ, ଡିଲ କରିବି । ମୋର ଖଣି ବ୍ୟବସାୟ କି ମିଡିଆ ନାହିଁ ।’ ଏଭଳି କହିବା ସହ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଗୋଷ୍ଠୀକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।
ଯେଉଁଥିରେ ଦୁର୍ନୀତିମୁକ୍ତ ପଂଚାୟତିରାଜ ବ୍ୟବସ୍ଥା ଲାଗୁ କରିବା, ମୋଦି ପଠାଇଥିବା ଟଙ୍କା ଲୁଟ୍କୁ ଜଗିବା ଉପରେ ଦିଆଯାଇଛି ଗୁରୁତ୍ୱ । ତାସହ ଗ୍ରାମସଭା ଓ ପଲ୍ଲୀସଭା କରି ବିକାଶ କାମ ଆଗକୁ ନେବା ଉପରେ ଦଳ ଫୋକସ୍ କରିଛି ।
ରାହୁଲଙ୍କ ଅଭିଯୋଗ ଅନୁସାରେ ୨୦୨୧ର ପ୍ରଥମ ସାତ ମାସ ତାଙ୍କର ଫଲୋଅର ବଢୁଥିଲା । ସେତେବେଳେ ସେ ଅନେକ ବଡ଼ ବଡ଼ ପ୍ରସଙ୍ଗ ଜାତୀୟ ସ୍ତରରେ ଉପସ୍ଥାପନ କରିଥିଲେ ।
ଏୟାର ଇଣ୍ଡିଆର ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି । ଏହାର ସମସ୍ତ ସେୟାର ଟାଲାସ୍ ପ୍ରାଇଭେଟ ଲିମିଟେଡ୍କୁ ଟ୍ରାନ୍ସଫର୍ କରାଯାଇଛି । ଏହି କମ୍ପାନି ବର୍ତ୍ତମାନଠାରୁ ଏୟାର ଇଣ୍ଡିଆର ନୂଆ ମାଲିକ ବୋଲି କହିଛନ୍ତି ତୁହିନକାନ୍ତ ।
BSP ୧୫୯, ସିପିଆଇ ୩୮, ସିପିଆଇଏମ୍ ୭୨, ଆପ୍ ୩୨ରେ ପ୍ରାର୍ଥୀ ଦେଇଛି । ୮୫୨ ଜିଲ୍ଲା ପରିଷଦ ଆସନରେ ୨୯୮ ସ୍ୱାଧୀନ ପ୍ରାର୍ଥୀ ବି ଲଢୁଛନ୍ତି ।
ପୁଇଁନ୍ତଲା ବ୍ଲକ ବିଲେଇସର୍ଡା ପଞ୍ଚାୟତ ଅଧିନରେ ଥିବା ୩ ଗାଁର ମୁରବୀଙ୍କ ଏକ ବୈଠକରେ ସରପଞ୍ଚ ପଦ ନିଲାମ ହୋଇଥିବା ଅଭିଯୋଗ ହୋଇଥିଲା ।